Posted inଫୁରସତ

୪ ମହିଳାଙ୍କୁ ଗୋଲକିପର୍ସ ଗ୍ଲୋବାଲ୍‌ ଗୋଲ୍ସ ଆଓ୍ବାର୍ଡ

ନ୍ୟୁୟର୍କ: ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତର ରାଧିକା ବାତ୍ରା, ଆଫଗାନିସ୍ତାନର ଜହରା ଜୋୟା, ଉଗାଣ୍ଡାର ଭନେସା ନାକାଟେ ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭୋନ୍‌ ଡେୟାର୍‌ ଲେୟେନ୍‌ଙ୍କୁ ଗେଟ୍ସ ଫାଉଣ୍ଡେଶନ୍‌ ପକ୍ଷରୁ ଚଳିତ ବର୍ଷର ଗୋଲକିପର୍ସ ଗ୍ଲୋବାଲ୍‌ ଗୋଲ୍ସ୍‌ ପୁରସ୍କାର ଦିଆଯାଇଛି। ଏଥିସହ ସାମାଜିକ ଅସମାନତା, ଦାରିଦ୍ର୍ୟ ଦୂର, ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗେଟ୍ସ ଫାଉଣ୍ଡେଶନ ୧.୨୭ ବିଲିୟନ ଡଲାର (ପ୍ରାୟ ୧,୦୨,୮୨,୬୨,୪୮,୫୦୦ ଟଙ୍କା) ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଛି। ୨୦୩୦ ସୁଦ୍ଧା ଏସ୍‌ଡିଜି ଲକ୍ଷ୍ୟ ହାସଲ ପାଇଁ ସହଜ ନୁହେଁ ବୋଲି ଫାଉଣ୍ଡେଶନର ବାର୍ଷିକ ଗୋଲ୍‌କିପର ରିପୋର୍ଟ ସୂଚାଇବା ପରେ ସଂସ୍ଥା ପକ୍ଷରୁ ଏହି ଘୋଷଣା କରାଯାଇଛି।

ରାଧିକା ବାତ୍ରା
ଏକ ଅଣଲାଭକାରୀ ସଂଗଠନର ସହସଂସ୍ଥାପିକା ହେଉଛନ୍ତି ଡା. ରାଧିକା ବାତ୍ରା। ୨୦୧୭ରେ ଏହି ସଂଗଠନ ଗଢ଼ାଯାଇଥିଲା। ଭାରତରେ ସାମାଜିକ ଓ ଆର୍ଥିକ ସ୍ତରରେ ପଛୁଆ ଶିଶୁମାନଙ୍କୁ ରାଧିକା ‘ଲାଷ୍ଟ ମାଇଲ୍‌ ହେଲ୍‌ଥ ସଲ୍ୟୁଶନ୍‌’ ଜରିଆରେ ମାଗଣା ଚିକିତ୍ସା ସୁବିଧା ଯୋଗାଇଥାନ୍ତି। ପାଖାପାଖି ୭୪,୧୭୩ ଶିଶୁ ଏହାଦ୍ୱାରା ଉପକୃତ ହୋଇଛନ୍ତି। ଜନମଙ୍ଗଳକାରୀ କାର୍ଯ୍ୟ ପାଇଁ ରାଧିକାଙ୍କୁ ଚଳିତ ବର୍ଷ ଲିଲି ସିଂଙ୍କ ଦ୍ୱାରା ପ୍ରୋଗ୍ରେସ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି।
ଜହରା ଜୋୟା
ରୁଖଶାନା ମିଡିଆ ନାମରେ ଜହରା ଜୋୟାଙ୍କର ଏକ ଅନ୍‌ଲାଇନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ରହିଛି। ତାଲିବାନୀ ଶାସନାଧୀନ ଆଫଗାନିସ୍ତାନରେ ମହିଳାଙ୍କ ଦୁର୍ଦ୍ଦଶା କାହାଣୀ ଜୋୟା ତାଙ୍କ ଚ୍ୟାନେଲ୍‌ରେ ପ୍ରସାରଣ କରିଥାନ୍ତି। ହଲିଉଡ୍‌ ଅଭିନେତ୍ରୀ ତଥା ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ଥିବା ଆଞ୍ଜେଲିନା ଜୋଲି ଜୋୟାଙ୍କୁ ଚେଞ୍ଜମେକର୍‌ ପୁରସ୍କାରରେ ପୁରସ୍କୃତ କରିଛନ୍ତି।
ଭନେସା ନାକାଟେ
ସାମାଜିକ କର୍ମୀ ମଲାଲା ୟୁସୁଫଜାଇଙ୍କ ଦ୍ୱାରା ଭନେସାଙ୍କୁ ଚଳିତ ବର୍ଷ କ୍ୟାମ୍ପେନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ସମାଜକୁ କୁପ୍ରଥାରୁ ଦୂରେଇବା ପାଇଁ ଭନେସା ନାକାଟେ ଏକ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି। ଆଫ୍ରିକୀୟ ମହିଳା ଓ ଯୁବତୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଅଭିଯାନ ଚଳାଇଛନ୍ତି। କ୍ୟାମ୍ପେନ୍‌ ଜରିଆରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି।
ଉର୍ସୁଲା ଭୋନ୍‌ ଡେୟାର୍‌ ଲେୟେନ୍‌
କୋଭିଡ୍‌ ବେଳେ ଉପୁଜିଥିବା ଅସୁବିଧାକୁ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଖୁବ୍‌ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଏସିଟି-ଏର କ୍ରିଏଟର ହେଉଛନ୍ତି ଉର୍ସୁଲା। ଏହା ଏକ ବୈଶ୍ୱିକ ସଂଗଠନ, ଯାହା କରୋନା ଟେଷ୍ଟ, ଚିକିତ୍ସା ସାଙ୍ଗକୁ ଟିକାରକଣ ଦିଗରେ କାର୍ଯ୍ୟ କରିଥାଏ। କରୋନା କାଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରାଷ୍ଟ୍ରଗୁଡ଼ିକୁ ଆବଶ୍ୟକ ସହଯୋଗ ଓ ସୁବିଧା ଯୋଗାଇବା ଦିଗରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ମାନବହିତକାରୀ କାର୍ଯ୍ୟ ପାଇଁ ତାଙ୍କୁ ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଗ୍ଲୋବାଲ୍‌ ଗୋଲ୍‌ କିପର୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri