Posted inଜାତୀୟ

ନୂଆ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ବର୍ଷକୁ ମିଳିବ ୪ ଥର ସୁଯୋଗ

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ର ସରକାର ନିର୍ବାଚନୀ ସଂସ୍କାର ପାଇଁ ଚଳିତ ଶୀତ ଅଧିବେଶନରେ ଏକ ବିଲ୍‌ ଆଣିବାକୁ ଯାଉଛନ୍ତି। ଉକ୍ତ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ବିଲ୍‌ ଗୃହୀତ ହେଲେ ଭୋଟର ପରିଚୟପତ୍ରରେ ଆଧାର ନମ୍ବର ସଂଯୋଗ ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ। ଏହା ବ୍ୟତୀତ ସେନାରେ ନିୟୋଜିତ ବ୍ୟକ୍ତି (ସର୍ଭିସ ଭୋଟର)ମାନଙ୍କ ଲାଗି ନିର୍ବାଚନୀ ଆଇନ ଲିଙ୍ଗଗତ ନିରପେକ୍ଷ ହେବ। ବିଲ୍‌ର ଅନ୍ୟ ଏକ ବ୍ୟବସ୍ଥା ଅନୁଯାୟୀ ନୂଆ ଭୋଟର ବର୍ଷକୁ ୪ଟି ଭିନ୍ନ ଭିନ୍ନ ତାରିଖରେ ସେମାନଙ୍କ ନାମ ଭୋଟର ତାଲିକାରେ ସଂଯୋଗ କରିବା ସୁଯୋଗ ପାଇବେ।

ନିର୍ବାଚନ କମିଶନଙ୍କ ସୁପାରିସ୍‌ କ୍ରମେ ସରକାର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ପାଇଁ କେତେକ ସଂଶୋଧନ କରିବାକୁ ଯାଉଛନ୍ତି। ଭୋଟର ତାଲିକାକୁ ବଳିଷ୍ଠ କରିବା, ଭୋଟଦାନ ପ୍ରକ୍ରିୟାରେ ଅଧିକ ଲୋକଙ୍କୁ ସାମିଲ କରିବା, ନିର୍ବାଚନ କମିଶନଙ୍କୁ ଅଧିକ କ୍ଷମତା ପ୍ରଦାନ ଏବଂ ଜାଲିଆତି ରୋକିବା ପାଇଁ ଏହି ସଂସ୍କାର ଅଣାଯାଉଥିବା ସରକାର କହିଛନ୍ତି। ସେହି ଅନୁଯାୟୀ ପାନ୍‌-ଆଧାର ଲିଙ୍କ୍‌ ଭଳି ଭୋଟର ଆଇଡି ବା ଇଲେକ୍ଟୋରାଲ କାର୍ଡ ସହ ଆଧାର ସଂଯୋଗ ହେବ। ତେବେ ଏହାକୁ ବାଧ୍ୟତାମୂଳକ କରାଯିବ ନାହିଁ। ଏହା ଉପରେ କରାଯାଇଥିବା ପାଇଲଟ ପ୍ରୋଜେକ୍ଟ ସଫଳ ହୋଇଛି। ଏହା ଜାଲିଆତି ହଟାଇବା ସହ ଭୋଟର ତାଲିକାକୁ ବଳିଷ୍ଠ କରିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭୋଟର ତାଲିକାରେ ନାମ ଯୋଡ଼ିବା ଲାଗି ବର୍ଷକୁ ୪ ଥର ସୁଯୋଗ ମିଳିବ। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଏଥିପାଇଁ ବର୍ଷକୁ ଗୋଟିଏ ଥର ସୁଯୋଗ ମିଳୁଥିଲା। କିନ୍ତୁ ଆସନ୍ତା ବର୍ଷ ଜାନୁଆରୀ ୧ରୁ ୧୮ ବର୍ଷରେ ପହଞ୍ଚୁଥିବା ନୂଆ ଭୋଟର ବର୍ଷର ୪ଟି ଭିନ୍ନ ଭିନ୍ନ ସମୟରେ ନିଜ ନାମ ପଞ୍ଜୀକରଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri