ସୋନପୁରକୁ ଗଡ଼ିବ ୪ ଟ୍ରେନ

ଭୁବନେଶ୍ୱର,୧୪।୩(ଅନୁରାଧା ମହାରଣା)ବଲାଙ୍ଗୀର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ ଲାଇନ୍‌ କାର୍ଯ୍ୟକ୍ଷମ ହୋଇଛି। ଏବେ ସୋନପୁରକୁ ୪ଟି ଟ୍ରେନ୍‌ ଚଳାଚଳ କରିବ। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ଦୁଇ ଯୋଡା ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ବଲାଙ୍ଗୀର ଓ ସୋନପୁର ମଧ୍ୟରେ ଗୋଟିଏ ନୂଆ ଟ୍ରେନ୍‌ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ ବଲାଙ୍ଗୀରରେ ପହଞ୍ଚତ୍ବା ପରେ ଅପରାହ୍ନ ୧ଟା ୪୫ରେ ସୋନପୁର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ୧୨୮୯୪ ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଅପରାହ୍ନ ୧ରେ ଛାଡି ଅପରାହ୍ନ ୨ଟା ୨୫ରେ ବଲାଙ୍ଗୀର ଓ ରାତି ୯ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚତ୍ବ। ଏହି ଟ୍ରେନ ମାର୍ଚ୍ଚ ୧୪ରୁ ସୋନପୁରରୁ ଏବଂ ୧୫ରୁ ଭୁବନେଶ୍ୱରରୁ ନିୟମିତ ଭାବେ ଚଳାଚଳ କରିବ।
୧୨୮୯୩/୧୨୮୯୪ ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସର ସମୟ ସାରଣୀ ଓ ରହଣି ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ। ୦୮୩୦୫/୦୮୩୦୬ ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର ବଲାଙ୍ଗୀରରୁ ପୂର୍ବାହ୍ନ ୮ଟା ୧୫ରେ ଛାଡି ସୋନପୁରରେ ପୂର୍ବାହ୍ନ ୯ଟା ୪୫ରେ ପହଞ୍ଚତ୍ବ। ସୋନପୁରରୁ ପୂର୍ବାହ୍ନ ୧୦ଟା ୪୫ରେ ଛାଡି ମଧ୍ୟାହ୍ନ ୧୨ଟାରେ ବଲାଙ୍ଗୀରରେ ପହଞ୍ଚତ୍ବ। ୦୮୩୦୭/୦୮୩୦୮ ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର ବଲାଙ୍ଗୀରରୁ ଅପରାହ୍ନ ୧୨ଟା ୫୦ରେ ଛାଡି ସୋନପୁରରେ ଅପରାହ୍ନ ୨ଟା ୨୦ରେ ପହଞ୍ଚତ୍ବ। ସୋନପୁରରୁ ଅପରାହ୍ନ ୫ଟାରେ ଛାଡି ସା ୬ଟା ୧୫ରେ ବଲାଙ୍ଗୀରରେ ପହଞ୍ଚତ୍ବ। ୦୮୩୦୯/୦୮୩୧୦ ବଲାଙ୍ଗୀର-ସୋନପୁର-ବଲାଙ୍ଗୀର ପାସେଞ୍ଜର ମାର୍ଚ୍ଚ ୧୫ରୁ ବଲାଙ୍ଗୀରରୁ ସନ୍ଧ୍ୟା ୭ଟା ୧୫ରେ ଛାଡି ସୋନପୁରରେ ରାତି ୮ଟା ୪୫ରେ ପହଞ୍ଚତ୍ବ। ସୋନପୁରରୁ ଆସନ୍ତା ୧୬ ତାରିଖରୁ ଭୋର ୪ଟା ୧୫ରେ ଛାଡି ବଲାଙ୍ଗୀରରେ ସକାଳ ୫ଟା ୩୦ରେ ପହଞ୍ଚତ୍ବ।