୪ ହଜାର ବୋତଲ କଫ ସିରପ୍‌ ଜବତ, ୬ ଗିରଫ

ବଲାଙ୍ଗୀର,୨୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): କଫ ସିରପ୍‌ ଚୋରାଚାଲାଣ କରୁଥିବା ଏକ ଗୋଷ୍ଠୀକୁ ବଲାଙ୍ଗୀର ଟାଉନ୍‌ ପୋଲିସ ଟିମ୍‌ ଶୁକ୍ରବାର ଭୋର ୬ଟାରେ କାବୁ କରିଛି। ସେମାନଙ୍କଠାରୁ ୪ ହଜାର ବୋତଲ କଫ ସିରପ୍‌ ଜବତ କରାଯାଇଛି। ଏଥିସହ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ କଫ ସିରପ୍‌ ବୋଝେଇ ଏକ ମହିନ୍ଦ୍ରା ପିକ୍‌ଅପ୍‌ (ଓଡି ୧୭ ଏସ୍‌ ୧୮୯୩), ଏକ କାର (ଓଡି ୧୭ ଡି ୦୮୮୮) ଏବଂ ଏକ ବାଇକ୍‌ (ଓଡି ୩୧ ଏ ୭୩୯୨)କୁ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ପୁଇଁତଲା ଥାନା ଭୁର୍ଷିପାଲି ଗଁାର ରଞ୍ଜନ ସ୍ବାଇଁ, ରମାକାନ୍ତ ସ୍ବାଇଁ, କୁଲଥିପାଲି ଗାଁର ପଦ୍ମନାଭ ଓରଫ୍‌ ପିଙ୍କୁ ପ୍ରଧାନ, ଟାଉନ୍‌ ଥାନା ହାତୀଶାଳପଡ଼ାର ପରମେଶ୍ୱର ଖର୍ସେଲ, ସୁବାଶିଷ ବଘାର ଓରଫ୍‌ ଶୁଭ, ଲୋଇସିଂହା ଥାନା ବୁର୍ଡା ଗଁାର ଶିବାଶିଷ ଅଭିଜିତ୍‌ ବଘାର। ଟାଉନ୍‌ ଥାନାରେ ଏନେଇ ଏକ ମାମଲା (ନଂ. ୫୭୦/୨୩) ରୁଜୁ କରାଯାଇଛି।
ବଲାଙ୍ଗୀର ଏସ୍‌ପି ଋଷିକେଶ ଡି ଖିଲାରି ଅପରାହ୍ନରେ ଟାଉନ୍‌ ଥାନାରେ ଏକ ଖବରଦାତା ସମ୍ମିଳନୀ ଡାକି କଫ ସିରପ୍‌ ଚୋରାଚାଲାଣ ସମ୍ପର୍କରେ ସୂଚନା ଦେଇଛନ୍ତି। ବଲାଙ୍ଗୀର ସହରର ଏହି ଗୋଷ୍ଠୀ କଫ ସିରପ୍‌ ଚୋରାଚାଲାଣ କରୁଥିବା ନେଇ ପୋଲିସକୁ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଥିଲା। ଗାଡ଼ିରେ କଫ ସିରପ୍‌ ଚୋରାଚାଲାଣ ହେଉଥିବା ଜାଣିବା ପରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ସମ୍ବଲପୁର ରାସ୍ତାର ରିଲାଏନ୍ସ ପେଟ୍ରୋଲ ପମ୍ପ୍‌ ପଟକୁ ଧାଇଁ ସେଠାରେ ମହିନ୍ଦ୍ରା ପିକ୍‌ଅପ୍‌ ଗାଡ଼ି ସହ ଏକ କାର ଏବଂ ଏକ ବାଇକ୍‌କୁ ସନ୍ଦେହରେ ଅଟକାଇଥିଲା। ପରେ ସେହି ଗାଡ଼ିରୁ ୪ ହଜାର ବୋତଲ କଫ ସିରପ୍‌ ଜବତ କରାଯାଇଥିଲା। ବଲାଙ୍ଗୀରରୁ ବରଗଡ଼ ଓ ସମ୍ବଲପୁର ଜିଲାକୁ ଏହି କଫ ସିରପ୍‌ ଚାଲାଣ ହେଉଥିବା ଜଣାପଡ଼ିଛି। ବଲାଙ୍ଗୀର ଏସ୍‌ପି ସୂଚନା ଦେଇଛନ୍ତି ଯେ, କଫ ସିରପ୍‌ ଓ ଅନ୍ୟାନ୍ୟ ନିଶା କାରବାର ବିରୋଧରେ ପୋଲିସର ଅଭିଯାନ ଜାରି ରହିବ। କିଭଳି ବଲାଙ୍ଗୀର ଜିଲା ମଧ୍ୟକୁ କଫ ସିରପ୍‌ ଚୋରାଚାଲାଣ ବନ୍ଦ ହେବ, କେଉଁ ଜିଲାରୁ ଏଠାକୁ କଫ ସିରପ୍‌ ଆସୁଛି ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ନିଶା ସେବନରୁ ଯୁବତୀ ଯୁବକ ଏବଂ ଜନସାଧାରଣ କିଭଳି ଦୂରରେ ରହିବେ ଏବଂ ସ୍କୁଲ କଲେଜରେ କିଭଳି ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ ସେନେଇ ଏସ୍‌ପି ଖିଲାରି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri