୧ରୁ ୮ ଶ୍ରେଣୀ ପାଇଁ ୪ ଶିକ୍ଷକ

ଡେଲାଙ୍ଗ,୧୭।୨(ଡି.ଏନ୍‌.ଏ): ଶିକ୍ଷା କ୍ଷେତ୍ରରେ ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଥିବାବେଳେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଡେଲାଙ୍ଗ ବ୍ଲକ ଅଧୀନ ରେଙ୍ଗଳ ପଞ୍ଚାୟତର ଝାଡପଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ସେଠାରେ ନା ଅଛି ଶ୍ରେଣୀଗୃହ ନା ଅଛନ୍ତି ଆବଶ୍ୟକ ଶିକ୍ଷକ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ୧୦୫ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଇଁ ମୋଟ ୪ଟି କ୍ଲାସରୁମ୍‌ ରହିଥିବାବେଳେ ଶିକ୍ଷାଦାନ ପାଇଁ ୪ଜଣ ଶିକ୍ଷକ ରହିଛନ୍ତି। ଏଥିସହ ଛାତ୍ରୀଛାତ୍ରଙ୍କ ଶୌଚ ପାଇଁ ବହୁପୁରୁଣା ଶୌଚାଳୟ ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡ଼ି ରହିଥିବାରୁ ଛାତ୍ରୀଛାତ୍ର ଶୌଚ ପାଇଁ ବିଦ୍ୟାଳୟ ବାହାରକୁ ଯାଉଛନ୍ତି। ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଚେରି ନ ଥିବାରୁ ବାହାର ଗୋରୁ, ଷଣ୍ଢ, ଛେଳି, ମେଣ୍ଡା ଓ ବୁଲା କୁକୁର ବିଦ୍ୟାଳୟକୁ ପ୍ରବେଶ କରୁଛନ୍ତି। ଚତୁଃନାର୍ଶ୍ୱରେ ବଣ ଜଙ୍ଗଲ ଥିବାରୁ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ରହିଛି। ୧୯୬୪ ମସିହାରୁ ବିଦ୍ୟାଳୟ ଗଢି ଉଠିଥିବାବେଳେ ଏଯାବତ୍‌ ପିଲାଙ୍କ ପାଇଁ ଖେଳ ପଡ଼ିଆଟିଏ ମଧ୍ୟ ନାହିଁ। ଖେଳପଡ଼ିଆ ପାଇଁ ଭିତ୍ତିଭୂମି ଥିବାବେଳେ ପଡ଼ିଆର ଉନ୍ନତୀକରଣ କରାଯାଉ ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଫ୍ଲୋରାଇଡ ମିଶା ପାଣି ବାହାରୁଥିବାରୁ ତାହା ପାନୀୟ ଅନୁପଯୋଗୀ ହୋଇପଡ଼ିଛି। ଫଳରେ ପିଲାମାନେ ପିଇବା ପାଣିରୁ ବଞ୍ଚତ୍ତ ହେଉଛନ୍ତି। ରୋଷେଇ ନ ଥିବାରୁ ଭଙ୍ଗା କାନ୍ଥ ଉପରେ ଆଜ୍‌ବେଷ୍ଟସ୍‌ ପକାଇ ରୋଷେଇ ହେଉଥିବା ଦେଖିବାକୁ ମିଳୁଛି। ଏନେଇ ବିଦ୍ୟାଳୟ କମିଟିକୁ ପଚାରିବାରେ, ସେମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ। ଦୀର୍ଘ ବର୍ଷର ଏହି ପୁରାତନ ବିଦ୍ୟାଳୟ ପ୍ରତି ସରକାରଙ୍କୁ ଦୃଷ୍ଟି ଦେବା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri