Posted inଜାତୀୟ

ସାମ୍ବା ସେକ୍ଟରରେ ୪ ସନ୍ଦିଗ୍ଧ ଡ୍ରୋନ୍‌…

ଶ୍ରୀନଗର,୨।୮: ସୀମାରେ ଅନୁପ୍ରବେଶ ଉଦ୍ୟମରେ ବିଫଳ ହେବା ପରେ ପାକିସ୍ତାନ ଏବେ ଡ୍ରୋନ ଷ୍ଟ୍ରାଇକ ଷଡ଼ଯନ୍ତ୍ର କରୁଛି। ତେଣୁ ଲଗାତାର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ସନ୍ଦେହଜନକ ଡ୍ରୋନ ଉଡ଼ି ବୁଲୁଥିବା ଘଟଣା ଘଟୁଛି। ରବିବାର ଦିନ ଜମ୍ମୁର ସାମ୍ବା ସେକ୍ଟରରେ ୪ଟି ସନ୍ଦିଗ୍ଧ ଡ୍ରୋନ୍‌ ଦେଖିବାକୁ ମିଳିଥିଲା। ସୂଚନାନୁସାରେ, ଏହି ଡ୍ରୋନଗୁଡିକ ବଡି ବ୍ରହମନା ଅଞ୍ଚଳରେ ଥିବା ସେନା ଶିବିର ନିକଟରେ ଉଡ଼ି ବୁଲୁଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ସାମ୍ବା ସେକ୍ଟରରେ ଏଭଳି ଡ୍ରୋନ ଦେଖିବାକୁ ମିଳିଥିଲା। ବଡି ବ୍ରହମନାର ବିରପୁର, ବିଷ୍ଣୁ ରୋଡର ୧୫୭ କ୍ୟାମ୍ପ୍‌ ନିକଟରେ ଏବଂ ପେଟ୍ରୋଲ ପମ୍ପ ଆଦି ତିନୋଟି ଭିନ୍ନ ଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକେ ଡ୍ରୋନ ଦେଖିଥିଲେ। ଏସମ୍ପର୍କରେ ସେନାକୁ ସୂଚନା ଦିଆଯାଇଥିଲା ଏବଂ ପୋଲିସର ସହାୟତା ଲୋଡା ଯାଇଥିଲା।
ଡ୍ରୋନଗୁଡ଼ିକ ଫାୟାରିଙ୍ଗ୍‌ ରେଞ୍ଜ୍‌ ବାହାରେ ଉଡୁଥିବାରୁ ସେନା ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇ ନ ଥିଲା। ପୋଲିସର ସୂଚନାନୁସାରେ, ଏହି ଘଟଣା ରାତି ୯ଟା ୩୦ରେ ଘଟିଥିଲା। ଡ୍ରୋନଗୁଡ଼ିକ ୫୦୦ ମିଟର ଉଚ୍ଚରେ ଉଡୁଥିଲା। ଏହା ପୂର୍ବରୁ
ଶନିବାର ମଧ୍ୟ ଡ୍ରୋନ ଦେଖିବାକୁ ମିଳିଥିଲା। ଶନିବାର ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ଡ୍ରୋନ ଦେଖିବାକୁ ମିଳିଥିଲା। ଜମ୍ମୁର ସାମ୍ବା ଜିଲ୍ଲାର ଗୱାଲରେ ଥିବା ପୋଲିସ ଷ୍ଟେସନ ଏବଂ ଆଇଟିବିପି କ୍ୟାମ୍ପ ନିକଟରେ ଡ୍ରୋନ ଦେଖାଯାଇଥିଲା। ଏହାର କିଛି ସମୟ ପରେ, ଡୋମାନାର ସ୍ଥାନୀୟ ଲୋକମାନେ ଡ୍ରୋନ ଦେଖିଥିଲେ। ବାରମ୍ବାର ସେନା ଶିବିର ନିକଟରେ ଡ୍ରୋନ ଦେଖାଯାଉଥିବାରୁ ଏନଆଇଏ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି॥ ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀମାନେ ଡ୍ରୋନ ଆକ୍ରମଣର ଷଡଯନ୍ତ୍ର କରୁଥିବା ଗୁପ୍ତ ସୂଚନା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯିବା ପରେ ନିୟନ୍ତ୍ରଣ ରେଖାରେ ହାଇ ଆଲର୍ଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ଏସ୍‌ସିଓ ସମ୍ମିଳନୀ:ହେବନି ମୋଦି-ଇମ୍ରାନ ବୈଠକ

ନୂଆଦିଲ୍ଲୀ,୭ା୬(ପି.ଟି.):ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଶିଖର ସମ୍ମିଳନୀ ଆସନ୍ତା ୧୩ ଓ ୧୪ ତାରିଖରେ କିର୍ଗିଜ୍‌ସ୍ତାନ ରାଜଧାନୀ ବିଶ୍‌କେକ୍‌ଠାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଲିଭ୍‌-ଇନ୍‌ ଯୋଡ଼ି ପଞ୍ଜୀକରଣ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୧ା୩ : ଲିଭ୍‌-ଇନ୍‌ ରିଲେଶନରେ ରହୁଥିବା ଯୋଡ଼ିମାନଙ୍କର ପଞ୍ଜୀକରଣ ଲାଗି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏହା ଚଞ୍ଚଳମନା ଚିନ୍ତାଧାରା ବୋଲି...

ଶିବାଜୀଙ୍କ ମୂର୍ତ୍ତି ପାଇଁ ୧୪୪ ଧାରା

ନିଜାମାବାଦ(ତେଲେଙ୍ଗାନା),୨୦।୩: ଛତ୍ରପତି ଶିବାଜୀଙ୍କ ଏକ ମୂର୍ତ୍ତି ସ୍ଥାପନ ନେଇ ତେଲେଙ୍ଗାନାର ନିଜାମାବାଦ ଜିଲାର ବୋଧାନ ସହରରେ ଦୁଇ ରାଜନୈତିକ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ବୋଧାନ...

ଏପରି ପଥର ଯାହା କ୍ଷୀରକୁ କରେ ଦହି…

ରାଜସ୍ଥାନ ଜୈସଲମେର ଠାରୁ ୫୦ କିଲୋମିଟର ଦୂର ହାବୁର ଗାଁରେ ଏକ ପ୍ରକାର ପଥର ମିଳିଥାଏ। ପଥରକୁ କ୍ଷୀରରେ ପକାଇଲେ କିଛି ସମୟ ମଧ୍ୟରେ ଏହା...

‘ଚାଷୀ ଆନ୍ଦୋଳନ ଶେଷ ହେଲେ ଭାଜପା ସହ ମେଣ୍ଟ’

ନୂଆଦିଲ୍ଲୀ,୨୦।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ନୂଆ ରାଜନୈତିକ ଦଳ ଗଠନ କରିବେ। ଯଦି ଚାଷୀ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ସେ...

ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…

ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ...

କର୍ନାଟକ ବିଧାନସଭାରେ ଯୋଗ ଦେବେ ନାହିଁ ଏନ୍‌ ମହେଶ

ବେଙ୍ଗାଲୁରୁ,୨୧।୭: କର୍ନାଟକ ବିଧାନସଭାରେ ଏଚ୍‌ଡି କୁମାରସ୍ବାମୀଙ୍କ ମେଣ୍ଟ ସରକାର ସୋମବାର ଫ୍ଲୋର ଟେଷ୍ଟ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏଥିରେ ବହୁଜନ ସମାଜ ପାର୍ଟି ବିଧାୟକ...

ପାଇଲଟ୍‌ଙ୍କ ଅସଫଳ ଆକ୍ରମଣ: ଶକ୍ତି ପରୀକ୍ଷା ଲାଗି ଅମଙ୍ଗ ଭାଜପା

ଜୟପୁର, ୧୪।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ଯୁବନେତା ସଚିନ୍‌ ପାଇଲଟ୍‌ଙ୍କୁ ଏବେ ଦଳର ସମସ୍ତ ପଦବୀରୁ ହଟାଇ...

Advertisement
Archives

Model This Week