Posted inଜାତୀୟ

ସାମ୍ବା ସେକ୍ଟରରେ ୪ ସନ୍ଦିଗ୍ଧ ଡ୍ରୋନ୍‌…

ଶ୍ରୀନଗର,୨।୮: ସୀମାରେ ଅନୁପ୍ରବେଶ ଉଦ୍ୟମରେ ବିଫଳ ହେବା ପରେ ପାକିସ୍ତାନ ଏବେ ଡ୍ରୋନ ଷ୍ଟ୍ରାଇକ ଷଡ଼ଯନ୍ତ୍ର କରୁଛି। ତେଣୁ ଲଗାତାର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ସନ୍ଦେହଜନକ ଡ୍ରୋନ ଉଡ଼ି ବୁଲୁଥିବା ଘଟଣା ଘଟୁଛି। ରବିବାର ଦିନ ଜମ୍ମୁର ସାମ୍ବା ସେକ୍ଟରରେ ୪ଟି ସନ୍ଦିଗ୍ଧ ଡ୍ରୋନ୍‌ ଦେଖିବାକୁ ମିଳିଥିଲା। ସୂଚନାନୁସାରେ, ଏହି ଡ୍ରୋନଗୁଡିକ ବଡି ବ୍ରହମନା ଅଞ୍ଚଳରେ ଥିବା ସେନା ଶିବିର ନିକଟରେ ଉଡ଼ି ବୁଲୁଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ସାମ୍ବା ସେକ୍ଟରରେ ଏଭଳି ଡ୍ରୋନ ଦେଖିବାକୁ ମିଳିଥିଲା। ବଡି ବ୍ରହମନାର ବିରପୁର, ବିଷ୍ଣୁ ରୋଡର ୧୫୭ କ୍ୟାମ୍ପ୍‌ ନିକଟରେ ଏବଂ ପେଟ୍ରୋଲ ପମ୍ପ ଆଦି ତିନୋଟି ଭିନ୍ନ ଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକେ ଡ୍ରୋନ ଦେଖିଥିଲେ। ଏସମ୍ପର୍କରେ ସେନାକୁ ସୂଚନା ଦିଆଯାଇଥିଲା ଏବଂ ପୋଲିସର ସହାୟତା ଲୋଡା ଯାଇଥିଲା।
ଡ୍ରୋନଗୁଡ଼ିକ ଫାୟାରିଙ୍ଗ୍‌ ରେଞ୍ଜ୍‌ ବାହାରେ ଉଡୁଥିବାରୁ ସେନା ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇ ନ ଥିଲା। ପୋଲିସର ସୂଚନାନୁସାରେ, ଏହି ଘଟଣା ରାତି ୯ଟା ୩୦ରେ ଘଟିଥିଲା। ଡ୍ରୋନଗୁଡ଼ିକ ୫୦୦ ମିଟର ଉଚ୍ଚରେ ଉଡୁଥିଲା। ଏହା ପୂର୍ବରୁ
ଶନିବାର ମଧ୍ୟ ଡ୍ରୋନ ଦେଖିବାକୁ ମିଳିଥିଲା। ଶନିବାର ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ଡ୍ରୋନ ଦେଖିବାକୁ ମିଳିଥିଲା। ଜମ୍ମୁର ସାମ୍ବା ଜିଲ୍ଲାର ଗୱାଲରେ ଥିବା ପୋଲିସ ଷ୍ଟେସନ ଏବଂ ଆଇଟିବିପି କ୍ୟାମ୍ପ ନିକଟରେ ଡ୍ରୋନ ଦେଖାଯାଇଥିଲା। ଏହାର କିଛି ସମୟ ପରେ, ଡୋମାନାର ସ୍ଥାନୀୟ ଲୋକମାନେ ଡ୍ରୋନ ଦେଖିଥିଲେ। ବାରମ୍ବାର ସେନା ଶିବିର ନିକଟରେ ଡ୍ରୋନ ଦେଖାଯାଉଥିବାରୁ ଏନଆଇଏ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି॥ ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀମାନେ ଡ୍ରୋନ ଆକ୍ରମଣର ଷଡଯନ୍ତ୍ର କରୁଥିବା ଗୁପ୍ତ ସୂଚନା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯିବା ପରେ ନିୟନ୍ତ୍ରଣ ରେଖାରେ ହାଇ ଆଲର୍ଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ବାର୍ତ୍ତା, G7 ଶିଖର ସମ୍ମିଳନୀରେ ଉଠାଇଲେ ଭାରତୀୟ ନାବିକଙ୍କ ମୃତ୍ୟୁ ପ୍ରସଙ୍ଗ, କହିଲେ…

ନୂଆଦିଲ୍ଲୀ,୧୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଫ୍ରାନ୍ସର ବିଆରଟିଜ୍ ସହରରେ ଅନୁଷ୍ଠିତ G-7 ସମ୍ମିଳନୀରେ ଯୋଗ ଦେଇଥିଲେ। G7 ନେତାଙ୍କ ସରକାରୀ ଗୋଷ୍ଠୀ ଫଟୋଗ୍ରାଫରେ ପ୍ରଧାନମନ୍ତ୍ରୀ…

ବିଜ୍ଞାନର ଆଶ୍ଚର୍ଯ୍ୟଜନକ ଚମତ୍କାର! କେବଳ ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଆପଣଙ୍କ କେଉଁ ଅଙ୍ଗ କେତେ ବୟସ୍କ, ରୋଗ ହେବା ପୂର୍ବରୁ ମିଳିବ ସୂଚନା

ନୂଆଦିଲ୍ଲୀ,୧୭।୬(ପି.ଟି.): ମଣିଷର ପ୍ରକୃତ ବୟସ ତୁଳନାରେ ତା’ ଶରୀରର ଭିତର ଅଙ୍ଗଗୁଡ଼ିକ ଭିନ୍ନ ଭିନ୍ନ ଗତିରେ ବୃଦ୍ଧ ହୋଇଥାନ୍ତି। ଏହି ଜୈବିକ ବୟସକୁ ମାପିବା ପାଇଁ ବୈଜ୍ଞାନିକମାନେ…

୧୬୭୮ ତ୍ରୁଟିକୁ ମାନିଲେ ମନ୍ତ୍ରୀ, ଅଷ୍ଟମ ବହିରେ ସର୍ବାଧିକ ୭୦୫ ଭୁଲ୍‌ ଚିହ୍ନଟ

ଭୁବନେଶ୍ୱର,୧୭।୬(ସୁଚିସ୍ମିତା ସାହୁ): ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri