ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ନୟାଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଗତ ୪ ତାରିଖ ରାତିରେ ସ୍କୁଲ ହଷ୍ଟେଲ ଭିତରେ ଏହି ଘଟଣା ଘଟିଥିଲା।

ଅଭିଯୋଗ ଅନୁଯାୟୀ, ଦଶମ ଶ୍ରେଣୀର ୩ ଜଣ ଓ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ର ଏପରି ମୋଟ୍‌ ୪ ଜଣ ଛାତ୍ର ମିଳିତ ଭାବେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ବିସ୍କୁଟ ଓ ମିକ୍ସଚର ନ ଦେବାରୁ ରାଗିଯାଇ ଛାତ୍ରମାନେ ଲୁହାରଡ୍‌ରେ ତାଙ୍କୁ ପିଟିଥିବା କୁହାଯାଉଛି।

ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଚପାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଛାତ୍ରଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Dharitri – Odisha’s No.1 Odia Daily