ହଷ୍ଟେଲରୁ ୪ ଛାତ୍ର ନିଖୋଜ

କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶୁକ୍ରବାରଠାରୁ ନିଖୋଜ ହୋଇଥିବା ୪ ଛାତ୍ରଙ୍କ ପତ୍ତା ମିଳିନାହିଁ। ଏନେଇ ସେମାନଙ୍କ ପରିବାର ଲୋକ ଶନିବାର ଖବର ପାଇ କେନ୍ଦୁଝରକୁ ଆସି ଖୋଜାଖୋଜି କରି କୌଣସି ସୂଚନା ନ ପାଇ ସନ୍ଧ୍ୟାରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ସନ୍ଧ୍ୟାରେ ଥାନାରେ ନିଖୋଜ ହୋଇଥିବା ନେଇ ଅଭିଯୋଗ ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ନିଖୋଜମାନେ ହେଲେ ହରିଚନ୍ଦନପୁର ବ୍ଲକର ଚନ୍ଦନ ପରିଡ଼ା, ସଦର ବ୍ଲକର ଧର୍ମନନ୍ଦନ ମହାନ୍ତ, ଯଯାତି କେଶରୀ ମହାନ୍ତ ଓ ନିରଞ୍ଜନ ମହାନ୍ତ। ସମସ୍ତେ ହଷ୍ଟେଲରେ ରହି ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢୁଥିଲେ। ତେବେ କେଉଁ କାରଣରୁ ଚାଲିଗଲେ ତାହା ପରିବାର ଲୋକ ସଠିକ୍‌ ଜାଣି ପାରି ନ ଥିବା ବେଳେ ପୋଲିସ ଉକ୍ତ ଅନୁଷ୍ଠାନକୁ ଯାଇ ସିସିଟିଭି କ୍ୟାମେରା, ମୋବାଇଲ କଲ୍‌ ଯାଞ୍ଚ, ଅନ୍ୟ ପିଲାଙ୍କ ମତାମତ ନେଇ ତଦନ୍ତ କରିବ ବୋଲି ସୂଚନା ମିଳିଛି। ଏନେଇ ଅନୁଷ୍ଠାନର ମୁଖ୍ୟ ଜିତେନ କ୍ରିଷ୍ଣା ଦାନି କହିଛନ୍ତି, ୪ ଜଣ ପିଲା ହଷ୍ଟେଲରୁ ଗତକାଲି ରାତିରେ କାହାକୁ ନ ଜଣାଇ ପଳାଇ ଯାଇଛନ୍ତି। ଏଣୁ ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିବାକୁ ଆସିଛନ୍ତି। ସେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଟାଉନ ଥାନାରେ ଏ ନେଇ ଲିଖିତ ଜଣାଇଛନ୍ତି। ଅନ୍ୟପକ୍ଷରେ ଟାଉନ ଥାନା ଅଧିକାରୀ ସୁନୀଲ କର କହଛନ୍ତି, ଅଭିଭାବକ ଏବଂ ସ୍କୁଲ ପକ୍ଷରୁ ପିଲାମାନେ ନିଖୋଜ ହୋଇଥିବା ନେଇ ଅଭିଯୋଗ ମିଳିଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାନୁମତି ପରିଡ଼ା କହିଛନ୍ତି, ତାଙ୍କ ପୁଅ ଏହି ସ୍କୁଲରେ ପଢୁଥିଲେ। ସେ ଅନ୍ୟମାନଙ୍କ ସହିତ ନିଖୋଜ ହୋଇ ଯାଇଥିବା ସ୍କୁଲରୁ ଖବର ପାଇ ଆସି ଥାନାରେ ଜଣାଇଛୁ। ଅନ୍ୟ ଜଣେ ଅଭିଭାବକ ଅଚ୍ୟୁତ ପରିଡ଼ା କହିଛନ୍ତି, ତାଙ୍କ ପୁଅ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ସେ ନିଖୋଜ ହୋଇଥିବା ଖବର ସ୍କୁଲରୁ ମିଳିବା ପରେ ହଷ୍ଟେଲ ପହଞ୍ଚି ଖୋଜାଖୋଜି କଲୁ। ଏପରିକି ଷ୍ଟେଶନ ତଥା ଅନ୍ୟ ସ୍ଥାନକୁ ଯାଇ ଖୋଜା ଖୋଜି କରି ନ ପାଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ସେଭଳି କୌଣସି ସୂଚନା ପିଲାଙ୍କ ଠାରୁ ପାଇ ନ ଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri