ଏନ୍‌ଇଇଟି ପାଇଁ ୪ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୧୧ା୯ (ବ୍ୟୁରୋ)-ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଏନ୍‌ଇଇଟି ପରୀକ୍ଷା ପାଇଁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ୪ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ପ୍ରଥମଟି ଖରିଆର ରୋଡ୍‌ରୁ ଅପରାହ୍ନ ୪ଟାରେ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ପରେ ସମ୍ବଲପୁରରୁ ଉକ୍ତ ଟ୍ରେନ୍‌ଟି ୧୩ ତାରିଖ ରାତି ୧୧ଟାରେ ଯାତ୍ରା ଆରମ୍ଭ କରି ଖରିଆର ରୋଡରେ ୧୪ ତାରିଖ ସକାଳ ୪ଟା ୩୦ରେ ପହଞ୍ଚିବ। ଏହା ୮ କୋଚ୍‌ ବିଶିଷ୍ଟ ହେବ। ଦ୍ୱିତୀୟଟି ରାୟଗଡ଼ାଠୁ ଅପରାହ୍ନ ୪ଟାରେ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ପରେ ସମ୍ବଲପୁରରୁ ଉକ୍ତ ଟ୍ରେନ୍‌ଟି ୧୩ ତାରିଖ ରାତି ୧୧ଟାରେ ଯାତ୍ରା ଆରମ୍ଭ କରି ରାୟଗଡ଼ାରେ ୧୪ ତାରିଖ ସକାଳ ୫ଟା ୩୦ରେ ପହଞ୍ଚିବ। ଏହା ମଧ୍ୟ ୮ କୋଚ୍‌ ବିଶିଷ୍ଟ ହେବ।
ସେହିପରି ତୃତୀୟଟି ଭଦ୍ରକରୁ ଭୁବନେଶ୍ୱର ଭାୟା କଟକକୁ ଯାତ୍ରା କରିବାକୁ ଥିବାବେଳେ ୧୨ ତାରିଖ ଅପରାହ୍ନ ୪ଟାରୁ ଭଦ୍ରକରୁ ଯାତ୍ରା ଆରମ୍ଭ କରିବ ଓ ଭୁବନେଶ୍ୱରରେ ସନ୍ଧ୍ୟା ୭ଟା ୩୦ରେ ପହଞ୍ଚିବ। ପରଦିନ ଅର୍ଥାତ ୧୩ ତାରିଖ ସନ୍ଧ୍ୟା ୭ଟାରୁ ଏହି ଟ୍ରେନ୍‌ ପୁର୍ନବାର ଭଦ୍ରକ ଅଭିମୁଖେ ତାର ଯାତ୍ରା ଆରମ୍ଭ କରିବ ଓ ୧୦ଟା ୩୦ ମଧ୍ୟରେ ଭଦ୍ରକରେ ପହଞ୍ଚିବ। ଏହା ୧୬ କୋଚ୍‌ ବିଶିଷ୍ଟ ହେବ। ଶେଷରେ ଚତୁର୍ଥ ସ୍ବତନ୍ତ୍ର ଟ୍ରେନ୍‌ଟି କେନ୍ଦୁଝରରୁ ଭୁବନେଶ୍ୱର ଭାୟା କଟକ ଦେଇ ଯାତ୍ରା କରିବ। ଯାହାକି ଅପରାହ୍ନ ୪ଟାରୁ ଭଦ୍ରକରୁ ଯାତ୍ରା ଆରମ୍ଭ କରିବ ଓ ଭୁବନେଶ୍ୱରରେ ସନ୍ଧ୍ୟା ୭ଟା ୪୫ରେ ପହଞ୍ଚିବ। ପରଦିନ ଅର୍ଥାତ ୧୩ ତାରିଖ ସନ୍ଧ୍ୟା ୭ଟା ୩୦ରୁ ଏହି ଟ୍ରେନ୍‌ ପୁର୍ନବାର କେନ୍ଦୁଝର ଅଭିମୁଖେ ତାର ଯାତ୍ରା ଆରମ୍ଭ କରିବ ଓ ୧୧ଟା ୪୫ ମଧ୍ୟରେ କେନ୍ଦୁଝରରେ ପହଞ୍ଚିବ। ଏହି ସେବା ଆସନ୍ତକାଲି ଅର୍ଥାତ୍‌ ଶନିବାର ଆରମ୍ଭ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକରେ କେବଳ ଏନ୍‌ଇଇଟି ପରିକ୍ଷାର୍ଥୀ ଯାତ୍ରା କରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri