ଓଡ଼ିଶାର ୪ ପୋଲିସ ଅଧିକାରୀ ହେବେ ସମ୍ମାନିତ

ଭୁବନେଶ୍ୱର,୧୨।୮(ବ୍ୟୁରୋ): କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ପକ୍ଷରୁ ଦେଶର ୧୫୧ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ପୋଲିସ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ୧୫ ତାରିଖରେ ସ୍ବାଧୀନତା ଦିବସ ଅବସରରେ ଏହି ଦକ୍ଷ ପୋଲିସ ଅଫିସରଙ୍କୁ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ କରାଯିବ। ତେବେ ସେମାନଙ୍କ ମଧ୍ୟରେ ୨୮ ଦକ୍ଷ ମହିଳା ପୋଲିସ ଅଧିକାରୀ ମଧ୍ୟ ଅଛନ୍ତି। ଯୋଗ୍ୟ ବିବେଚିତ ୪ ପୋଲିସ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସ୍‌ପି ଓ ୩ ଜଣ ଇନ୍ସପେକ୍ଟର ଅଛନ୍ତି। ସେମାନେ ହେଲେ ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଅନସୂୟା ନାୟକ ଓ ରମେଶ ପ୍ରଧାନ।