ଛତିଶଗଡ଼ରେ ବଲାଙ୍ଗୀରର ୪ ଜଣଙ୍କୁ ହତ୍ୟା: ୩ ଗିରଫ

ବଲାଙ୍ଗୀର ଅଫିସ, ୧ା୧୦: ଛତିଶଗଡର ଭିଲାଇ ନିକଟ ଏକ ଫାର୍ମହାଉସରେ ବଲାଙ୍ଗୀର ଜିଲାର ଗୋଟିଏ ଦାଦନ ଶ୍ରମିକ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ଘଟଣା ଛତିଶଗଡ଼ ଏବଂ ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଦେଢ଼ଗାଁ ଗ୍ରାମ ପଞ୍ଚାୟତ ଡେଙ୍ଗପଦର ଗ୍ରାମର ଭୋଲାନାଥ ଯାଦବ (୩୫), ସ୍ତ୍ରୀ ନୈନା (୩୦),ପୁଅ ପ୍ରମୋଦ (୧୨) ଓ ଝିଅ ମୁକ୍ତା (୭)। ଛତିଶଗଡ଼ ପୋଲିସ ଏହି ଘଟଣାରେ ମୃତକଙ୍କ ସାନଭାଇ ସମେତ ୩ ଜଣଙ୍କୁ ଗିରଫ କରିଛି। ସାନଭାଇଙ୍କ ପାଖରୁ ପୋଲିସ ୫ ଲକ୍ଷ ଜବତ କରିଥିବାରୁ ଅନୈତିକ କାର୍ଯ୍ୟ ଓ ଟଙ୍କା ନେଣଦେଣ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନା ମୁତାବକ, ପ୍ରାୟ ୧୨ ବର୍ଷ ତଳେ ଡେଙ୍ଗପଦର ଗ୍ରାମର ଭୋଲାନାଥ ଯାଦବ କାମ ଅନ୍ବେଷଣରେ ଛତିଶଗଡ଼ର ଭିଲାଇ ନିକଟ କପସଦା-ଓକୋଲା ରୋଡ୍‌ଠାରେ ଥିବା ଏକ ଫାର୍ମ ହାଉସରେ କାମ କରିବାକୁ ଯାଇଥିଲେ। ପରେ ସ୍ତ୍ରୀ, ପୁଅ ଓ ଝିଅଙ୍କୁ ସେଠାକୁ ନେଇଥିଲେ। ସେଠାରେ ରହୁଥିବା ଭୋଲାନାଥଙ୍କ ଘରେ ବୁଧବାର କେହି ଦୁର୍ବୃତ୍ତ ପଶି ଭୋଲାନାଥଙ୍କ ସହ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ଭୋଲାନାଥ ଓ ସ୍ତ୍ରୀ ନୈନାଙ୍କ ମୃତଦେହ ଗୁରୁବାର ଫାର୍ମହାଉସ ବାହାରେ ପଡ଼ିଥିବା ଦେଖି କୁମ୍ଭାରୀ ଥାନା ପୋଲିସକୁ ଖବର ଦିଆଯାଇଥିଲା। କୁମ୍ଭାରୀ ଏବଂ ଦୁର୍ଗ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ଡଗ୍‌ ସ୍କ୍ବାଡ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରି କେହି ଜଣେ ନିଜ ଲୋକ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରିଥିଲା। ଏହାପରେ ଅଧିକ ତଦନ୍ତ କରିବାରୁ ଘଟଣାଦିନ ଭୋଲାନାଥଙ୍କ ଜଣେ ସାନଭାଇ ସେଠାକୁ ଯାଇଥିବା ଜଣାପଡ଼ିଥିଲା। ପରେ ସେ ଦିଗରେ ତଦନ୍ତ କରାଯାଇଥିଲା। ଛତିଶଗଡ଼ ପୋଲିସର ଏକ ଟିମ୍‌ ସିନ୍ଧେକେଲା ଥାନା ଅଞ୍ଚଳକୁ ଆସି ତଦନ୍ତ କରିଥିଲେ। ପରେ ଛତିଶଗଡ଼ ପୋଲିସ ଏହି ହତ୍ୟା ଘଟଣାରେ ମୃତ ଭୋଲାନାଥଙ୍କ ଭାଇ ଏବଂ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉକ୍ତ ଫାର୍ମହାଉସଠାରେ ଅନୈତିକ କାର୍ଯ୍ୟ ଚାଲିଥିବା ଏବଂ ସେଠାରେ ଲକ୍ଷାଧିକ ଟଙ୍କା କାରବାର ହେଉଥିବା ପୋଲିସ ଜାଣିବା ପରେ ଛାନବିନ୍‌ କରିଥିଲା। ଗିରଫ ଭୋଲାନାଥଙ୍କ ଭାଇ ଘରୁ ପୋଲିସ ୫ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି। ଏତେ ଟଙ୍କା ଜବତ ହେବା ପରେ ଉକ୍ତ ଫାର୍ମହାଉସ ଠାରେ କିଭଳିଆ ଅନୈତିକ କାର୍ଯ୍ୟ ଚାଲିଥିଲା ଏବଂ ଏକ ଦାଦନ ପରିବାର ପାଖକୁ ଏତେ ଟଙ୍କା କିଭଳି ଆସୁଥିଲା ତାହା ପୋଲିସକୁ ବିସ୍ମିତ କରିଛି। ଛତିଶଗଡରେ ମୃତ ଭୋଲାନାଥ, ତାଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌: ରାତି ୧୨ଟା ପରେ ମ୍ୟୁଜିକ ମନା

ଭୁବନେଶ୍ୱର,୩୦।୧୨: ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri