ଛତିଶଗଡ଼ରେ ବଲାଙ୍ଗୀରର ୪ ଜଣଙ୍କୁ ହତ୍ୟା: ୩ ଗିରଫ

ବଲାଙ୍ଗୀର ଅଫିସ, ୧ା୧୦: ଛତିଶଗଡର ଭିଲାଇ ନିକଟ ଏକ ଫାର୍ମହାଉସରେ ବଲାଙ୍ଗୀର ଜିଲାର ଗୋଟିଏ ଦାଦନ ଶ୍ରମିକ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ଘଟଣା ଛତିଶଗଡ଼ ଏବଂ ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଦେଢ଼ଗାଁ ଗ୍ରାମ ପଞ୍ଚାୟତ ଡେଙ୍ଗପଦର ଗ୍ରାମର ଭୋଲାନାଥ ଯାଦବ (୩୫), ସ୍ତ୍ରୀ ନୈନା (୩୦),ପୁଅ ପ୍ରମୋଦ (୧୨) ଓ ଝିଅ ମୁକ୍ତା (୭)। ଛତିଶଗଡ଼ ପୋଲିସ ଏହି ଘଟଣାରେ ମୃତକଙ୍କ ସାନଭାଇ ସମେତ ୩ ଜଣଙ୍କୁ ଗିରଫ କରିଛି। ସାନଭାଇଙ୍କ ପାଖରୁ ପୋଲିସ ୫ ଲକ୍ଷ ଜବତ କରିଥିବାରୁ ଅନୈତିକ କାର୍ଯ୍ୟ ଓ ଟଙ୍କା ନେଣଦେଣ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନା ମୁତାବକ, ପ୍ରାୟ ୧୨ ବର୍ଷ ତଳେ ଡେଙ୍ଗପଦର ଗ୍ରାମର ଭୋଲାନାଥ ଯାଦବ କାମ ଅନ୍ବେଷଣରେ ଛତିଶଗଡ଼ର ଭିଲାଇ ନିକଟ କପସଦା-ଓକୋଲା ରୋଡ୍‌ଠାରେ ଥିବା ଏକ ଫାର୍ମ ହାଉସରେ କାମ କରିବାକୁ ଯାଇଥିଲେ। ପରେ ସ୍ତ୍ରୀ, ପୁଅ ଓ ଝିଅଙ୍କୁ ସେଠାକୁ ନେଇଥିଲେ। ସେଠାରେ ରହୁଥିବା ଭୋଲାନାଥଙ୍କ ଘରେ ବୁଧବାର କେହି ଦୁର୍ବୃତ୍ତ ପଶି ଭୋଲାନାଥଙ୍କ ସହ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ଭୋଲାନାଥ ଓ ସ୍ତ୍ରୀ ନୈନାଙ୍କ ମୃତଦେହ ଗୁରୁବାର ଫାର୍ମହାଉସ ବାହାରେ ପଡ଼ିଥିବା ଦେଖି କୁମ୍ଭାରୀ ଥାନା ପୋଲିସକୁ ଖବର ଦିଆଯାଇଥିଲା। କୁମ୍ଭାରୀ ଏବଂ ଦୁର୍ଗ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ଡଗ୍‌ ସ୍କ୍ବାଡ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରି କେହି ଜଣେ ନିଜ ଲୋକ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରିଥିଲା। ଏହାପରେ ଅଧିକ ତଦନ୍ତ କରିବାରୁ ଘଟଣାଦିନ ଭୋଲାନାଥଙ୍କ ଜଣେ ସାନଭାଇ ସେଠାକୁ ଯାଇଥିବା ଜଣାପଡ଼ିଥିଲା। ପରେ ସେ ଦିଗରେ ତଦନ୍ତ କରାଯାଇଥିଲା। ଛତିଶଗଡ଼ ପୋଲିସର ଏକ ଟିମ୍‌ ସିନ୍ଧେକେଲା ଥାନା ଅଞ୍ଚଳକୁ ଆସି ତଦନ୍ତ କରିଥିଲେ। ପରେ ଛତିଶଗଡ଼ ପୋଲିସ ଏହି ହତ୍ୟା ଘଟଣାରେ ମୃତ ଭୋଲାନାଥଙ୍କ ଭାଇ ଏବଂ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉକ୍ତ ଫାର୍ମହାଉସଠାରେ ଅନୈତିକ କାର୍ଯ୍ୟ ଚାଲିଥିବା ଏବଂ ସେଠାରେ ଲକ୍ଷାଧିକ ଟଙ୍କା କାରବାର ହେଉଥିବା ପୋଲିସ ଜାଣିବା ପରେ ଛାନବିନ୍‌ କରିଥିଲା। ଗିରଫ ଭୋଲାନାଥଙ୍କ ଭାଇ ଘରୁ ପୋଲିସ ୫ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି। ଏତେ ଟଙ୍କା ଜବତ ହେବା ପରେ ଉକ୍ତ ଫାର୍ମହାଉସ ଠାରେ କିଭଳିଆ ଅନୈତିକ କାର୍ଯ୍ୟ ଚାଲିଥିଲା ଏବଂ ଏକ ଦାଦନ ପରିବାର ପାଖକୁ ଏତେ ଟଙ୍କା କିଭଳି ଆସୁଥିଲା ତାହା ପୋଲିସକୁ ବିସ୍ମିତ କରିଛି। ଛତିଶଗଡରେ ମୃତ ଭୋଲାନାଥ, ତାଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri