ଜେଜେମା’ଙ୍କ ଭରସାରେ ୪ ଅନାଥ ଭଉଣୀ

ଠାକୁରମୁଣ୍ଡା,୪ା୧୦(ଡି.ଏନ.ଏ.)- ମା’ ବାପା ଆରପାରିରେ। ଜେଜେମା’ଙ୍କ ଭରସାରେ ଅସହାୟ ଜୀବନ ବିତାଉଛନ୍ତି ୪ ଅନାଥ ଭଉଣୀ। ମାସକୁ ୩୫ କିଲୋ ଚାଉଳ ଓ ୫୦୦ ଟଙ୍କା ଭତ୍ତାରେ ଚଳୁଛନ୍ତି ୫ ପ୍ରାଣୀ। ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡ଼ିହା ପଞ୍ଚାୟତର ଗୌଡ଼ିଆବାହାଳି ବେହେରା ସାହିରେ ଏହି ଘଟଣା ଦେଖିବାକୁ ମିଳିଛି।
ଏହି ଗଁାରେ ବାସ କରନ୍ତି ବୃଦ୍ଧା ପୁନ୍ତା ମାଝି(୫୯)। ଅନେକ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ୪ ନାତୁଣୀ ପୁନ୍ତା(୧୧), ସଲମା (୯), ସୁକାନ୍ତୀ (୭) ଓ ବେଲ(୫)ଙ୍କୁ ନେଇ ତାଙ୍କ ସଂସାର। ୫ ବର୍ଷ ପୂର୍ବେ ବୋହୂ ସୁନା ମାଝି ଆରପାରିକୁ ଚାଲିଯାଇଥିବା ବେଳେ ପୁଅ ରାଜୁ ମଧ୍ୟ ୫ ମାସ ତଳେ ଆଖି ବୁଜି ଦେଇଥିଲେ। ଏବେ ପାଞ୍ଚପ୍ରାଣୀ କୁଟୁମ୍ବ ମାସକୁ ୩୫ କିଲୋ ଚାଉଳ ଓ ୫୦୦ ଭତ୍ତା ଟଙ୍କାରେ ଚଳୁଛନ୍ତି। ୧୫ରୁ ୧୮ ଦିନ ମଧ୍ୟରେ ଚାଉଳ ସରିଗଲେ ମାସର ଅବଶିଷ୍ଟ ଦିନ ସେମାନଙ୍କୁ ଅର୍ଦ୍ଧାହାର ଓ ଅନାହାରରେ ରହିବାକୁ ପଡ଼ିଥାଏ। ୨୦୧୬-୧୭ ଆର୍ଥିକ ବର୍ଷରେ ତାଙ୍କ ବୋହୂଙ୍କ ନାମରେ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ କାମ ଠିକାଦାର ଅଧା କରି ଚାଲିଯାଇଥିଲା ବେଳେ ବୃଦ୍ଧା ପୁନ୍ତା ବହୁ କଷ୍ଟରେ ଘର କାମ ଶେଷ କରିଥିଲେ। ଏବେ ମଧ୍ୟ ଏହି ଘରର ଝରକା ଲାଗି ପାରିନାହିଁ। ବଡ଼ ନାତୁଣୀ ସଲମା ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟ ଦୁଇ ନାତୁଣୀ ଯଥାକ୍ରମେ ତୃତୀୟ ଓ ପ୍ରଥମ ଶ୍ରେଣୀ ଶ୍ରେଣୀରେ ପଢୁଛନ୍ତି। ସାନ ଅଙ୍ଗନୱାଡ଼ି ଯାଉଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ମୁଁ ସେମାନଙ୍କୁ ଜାଣିଛି ଓ ତାଙ୍କ ପାଖକୁ ଯାଇଛି। ସରକାରଙ୍କ ଆଶୀର୍ବାଦ ଯୋଜନାରେ ସେମାନଙ୍କ ନାମ ସାମିଲ ପାଇଁ ସୁପାରିଶ କରାଯାଇଛି। ଉକ୍ତ ପରିବାରକୁ ରାଶନକାର୍ଡ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି। ସେହିପରି ଆଦିବାସୀ ହୋଇଥିବାରୁ ଆଶ୍ରମ ସ୍କୁଲରେ ସେମାନଙ୍କ ପିଲା ପାଠ ପଢ଼ିବାର ବନ୍ଦୋବସ୍ତ କରାଯାଉଥିବା କହିଛନ୍ତି। ତେବେ ଏହି ଅନାଥ ୪ ଭଉଣୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri