Categories: ଖେଳ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ୪ ଜାତୀୟ ଟୁର୍ନାମେଣ୍ଟ

ରାଉରକେଲା,୧୩।୨(ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଖେଳାଳଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ ପାଇଁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ୪ଟି ଜାତୀୟ ଟୁର୍ନାମେଣ୍ଟ। ବିଭିନ୍ନ ବୟସ ବର୍ଗରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ଏପ୍ରିଲ ୧୩-୨୩ ମଧ୍ୟରେ ଜାତୀୟ ଜୁନିୟର ମହିଳା ଚାମ୍ପିୟନଶିପ୍‌, ଏପ୍ରିଏ୍‌ ୨୮-ମେ ୮ ମଧ୍ୟରେ ଜାତୀୟ ଜୁନିୟର ପୁରୁଷ ଚାମ୍ପିୟନଶିପ, ମେ ୧୩-୨୩ ମଧ୍ୟରେ ଜାତୀୟ ସବ୍‌ ଜୁନିୟର ମହିଳା ଚାମ୍ପିୟନଶିପ ଓ ମେ ୨୮-ଜୁନ୍‌ ୭ ମଧ୍ୟରେ ଜାତୀୟ ସବ ଜୁନିୟର ପୁରୁଷ ଚାମ୍ପିୟନଶିପ ଆୟୋଜିତ ହେବ।

ଏହା ସହିତ ମେ ୩-୧୪ ମଧ୍ୟରେ ତାମିଲନାଡୁର ମଦୁରାଇରେ ଜାତୀୟ ପୁରୁଷ ଚାମ୍ପିୟନଶିପ୍‌ ଆୟୋଜିତ ହେବ। ଭିଡିଓ ରେଫରାଲ ବ୍ୟବସ୍ଥା, ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ପରି ବ୍ୟବସ୍ଥାରେ ସଂଶୋଧନ କରାଯିବ। ଅନ୍‌ଲାଇନ୍‌ ଷ୍ଟ୍ରିମିଂ ପ୍ଲାଟଫର୍ମ ଫ୍ୟାନକୋଡ ସହିତ ହକି ଇଣ୍ଡିଆର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି ଯାହାଦ୍ୱାରା ବିଭିନ୍ନ ବୟସ ବର୍ଗର ଖେଳକୁ ଲାଇଭ୍‌ ଷ୍ଟ୍ରିମ୍‌ କରିହେବ ବୋଲି ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ୍‌ ତୀର୍କି।

Share