ପୋଲିସ ଏନ୍‌କାଉଣ୍ଟରରେ ୪ ମାଓବାଦୀ ମୃତ: ଜବତ ହେଲା ଆମେରିକାରେ ନିର୍ମିତ ଅସ୍ତ୍ରଶସ୍ତ୍ର

ମାଲକାନଗିରି,୪ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲା ପେର୍ମା ନିକଟରେ ହୋଇଥିବା ଏନକାଉଣ୍ଟରରେ ୪ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
ଛତିଶଗଡ଼ ବିଜାପୁର ଜିଲା ପେର୍ମାଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିଲେ। ଘଟଣା ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ, ମାଓବାଦୀଙ୍କ ନିକଟରୁ ମିଳିଥିବା ୪ଟି ଅସ୍ତ୍ର ମଧ୍ୟରୁ ଗୋଟିଏ ଆମେରିକାରେ ନିର୍ମିତ ସ୍ବୟଂଚାଳିତ ଅସ୍ତ୍ର ବୋଲି ଜଣାପଡିଛି। ଏଠାରୁ କାରବାଇନ କ୍ୟାଲେବର୍‌ ୩୦ ଏମ୍‌-୧ ରାଇଫଲ ମଧ୍ୟ ମିଳିଛି। ଏହି ରାଇଫଲ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକାର ସୈନ୍ୟମାନେ ବ୍ୟବହାର କରୁଥିଲେ। ମାଓବାଦୀଙ୍କ ନିକଟକୁ ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର କିପରି ଆସିଲା ସେନେଇ ତଦନ୍ତ ଚାଲିଥିବା ବିଜାପୁର ଏସ୍‌ପି ଅଞ୍ଜାନେ ଭାରସାମି ପ୍ରକାଶ କରିଛନ୍ତି।
ଫଟୋ: ଜବତ ଅସ୍ତ୍ରଶସ୍ତ୍ର।