ଜଳବାୟୁ ପରିବର୍ତ୍ତନର ୪ ମୁଖ୍ୟ କାରଣ, ଜାତିସଂଘ ଜାରି କଲା ରିପୋର୍ଟ…

ଜେନେଭା, ୧୯।୫ : କେଉଁ କେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ ହେଉଛି ସେ ନେଇ ଜାତିସଂଘର ଏକ ସଂଗଠନ ୱାଲର୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେସନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ୨୦୨୧ରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି।

ଏହି ରିପୋର୍ଟରେ, ଗ୍ରୀନ ହାଉସ ଗ୍ୟାସର ଘନତା, ସମୁଦ୍ର ପତ୍ତନ ବୃଦ୍ଧି, ସମୁଦ୍ରର ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ରରେ ଏସିଡ ବୃଦ୍ଧି ଆଦି ୪ଟି ପ୍ରମୁଖ କାରଣକୁ ଜଳବାୟୁ ପରିବର୍ତ୍ତନରେ ମୁଖ୍ୟ ଭୂମିକା ରହିଥିବା ଦର୍ଶାଯାଇଛି। ଜାତିସଂଘ ଏଜେନ୍ସି ଅନୁଯାୟୀ, ଏହା ଦର୍ଶାଉଛି ଯେ ମାନବର ବିଭିନ୍ନ କାର୍ଯ୍ୟକଳାପ ଯୋଗୁ ସ୍ଥଳ, ମହାସାଗର ଏବଂ ବାୟୁମଣ୍ଡଳରେ ବଡ଼ ପରିବର୍ତ୍ତନ ଘଟୁଛି।

ଏହି କାରଣରୁ, ବିକାଶ ଏବଂ ଇକୋସିଷ୍ଟମ ଉପରେ ଖରାପ ପ୍ରଭାବ ପଡୁଛି। ବୁଧବାର ଏଜେନ୍ସି ପକ୍ଷରୁ ଡବ୍ଲ୍ୟୁଏମ୍‌ଓ ଷ୍ଟେଟ ଅଫ ଗ୍ଲୋବାଲ କ୍ଲାଇମେଟ୍‌ ଇନ୍‌ ୨୦୨୧ ନାମକ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଦର୍ଶାଯାଇଛି ଯେ ଗତ ସାତ ବର୍ଷ ମଧ୍ୟରେ ୨୦୨୧ ସବୁଠୁ ଉତ୍ତପ୍ତ ବର୍ଷ ହେବାର ରେକର୍ଡ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ସାଂଘାତିକ ବନ୍ୟା ପରିସ୍ଥିତିକୁ ନେଇ ଦକ୍ଷିଣ ଦେଶଗୁଡ଼ିକ ମୁକାବିଲା କରୁଛନ୍ତି।

ଏଥିସହିତ ଭାରତ ଏବଂ ପାକିସ୍ଥାନର ଲୋକମାନେ ପ୍ରବଳ ଉତ୍ତାପରେ ଜଳି ଯାଉଛନ୍ତି। ଜାତିସଂଘ ଏଜେନ୍ସି ଦ୍ୱାରା ପ୍ରକାଶିତ ଏହି ରିପୋର୍ଟକୁ ଚଳିତ ବର୍ଷ ଇଜିପ୍ଟରେ ହେବାକୁ ଥିବା ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଆଲୋଚନାରେ ଏକ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଏଜେନ୍ସି ଦ୍ୱାରା ପ୍ରକାଶିତ ରିପୋର୍ଟ ଜଳବାୟୁ ସମସ୍ୟାର ମୁକାବିଲା କରିବାରେ ସହାୟକ ହୋଇପାରେ। ଅକ୍ଷୟ ଶକ୍ତି ପରିବର୍ତ୍ତନକୁ ତ୍ୱରାନୱିତ କରିବାକୁ ପଡିବ।

ଏଥି ସହିତ ଜୀବାଶ୍ମ ଇନ୍ଧନ ଉପରେ ଶକ୍ତି ପ୍ରଣାଳୀର ନିର୍ଭରଶୀଳତାକୁ ଦୂର କରିବାକୁ ପଡିବ ବୋଲି ସେ କହିଛନ୍ତି। ପୃଥିବୀର ବିଭିନ୍ନ ଗୁରୁତର ପାଣିପାଗ ଘଟଣାଗୁଡ଼ିକୁ ତାଲିକାଭୁକ୍ତ କରି ଡବ୍ଲ୍ୟୁଏମ୍‌ଓ କହିଛି ଯେ ଏହା ଯୋଗୁ ୨୦୨୧ ରେ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ଘଟିଛି । ଖାଦ୍ୟ ସୁରକ୍ଷା ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି।

୨୦୨୧ ରେ ପୃଥିବୀର ସମୁଦ୍ର ପତ୍ତନ ଏକ ନୂତନ ରେକର୍ଡରେ ପହଞ୍ଚିଛି। ୨୦୧୩-୨୦୨୧ ବର୍ଷରେଏହା ହାରାହାରି ୪.୫ ମିଲିମିଟର ବୃଦ୍ଧି ପାଇଛି। ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ପାଇଁ ଏହା କିପରି ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri