୪ଲକ୍ଷରେ କୃଷି ଡ୍ରୋନ୍‌ ତିଆରି କରି ଚର୍ଚ୍ଚାରେ ଶୁଭାଶିଷ

ଉମରକୋଟ, ୫।୧୨(ସ୍ବ.ପ୍ର.):ରାଜ୍ୟ ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଉମରକୋଟର ଜଣେ ଛାତ୍ର କମ ଖର୍ଚ୍ଚରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି ଉପଯୋଗୀ ଡ୍ରୋନ ନିର୍ମାଣ କରି ନବରଙ୍ଗପୁର ଜିଲା ତଥା ଉମରକୋଟ ସହର ପାଇଁ ଗୌରବ ଆଣିଛନ୍ତି। ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭରେ ତାଙ୍କୁ ପୁରସ୍କୃତ କରାଯାଇଛି। ଛାତ୍ର ଜଣଙ୍କ ହେଲେ ନବରଙ୍ଗପୁର ଜିଲା ଉମରକୋଟ ଗୁଲିପାଟଣା ସାହିର ରବୀନ୍ଦ୍ର କୁମାର ସାହୁ ଓ ସୁଜାତାଙ୍କ ପୁଅ ଶୁଭାଶିଷ। ସେ ଏବେ ପାରଳାଖେମୁଣ୍ଡି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ କୃଷି ବିଜ୍ଞାନ ବିଭାଗର ବି.ଟେକ୍‌ ଛାତ୍ର । କିଛି ଦିନ ତଳେ ଏକ ଛୋଟ ଜାହାଜ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ ଶୁଭାଶିଷ।
ପିଲାଦିନରୁ ଶୁଭାଶିଷ ଜଣେ ମେଧାବୀ ଛାତ୍ର ଥିଲେ। ସବୁବେଳେ କିଛି ନୂଆ ତିଆରି କରିବା ତାଙ୍କର ଏକ ନିଶା। ସମ୍ପ୍ରତି କୃଷି କାର୍ଯ୍ୟରେ ନିୟୋଜିତ ଏକ ଡ୍ରୋନ ତିଆରି କରି ସମଗ୍ର ଓଡ଼ିଶାରେ ସେ ଚହଳ ସୃଷ୍ଟି କରିଛନ୍ତି। ଶୁଭାଶିଷଙ୍କ କହିବାନୁସାରେ ବର୍ତ୍ତମାନ ବଜାରରେ ମିଳୁଥିବା କୃଷି ଡ୍ରୋନର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା। ତାହାକୁ ଉଡ଼ାଇବା ପାଇଁ କୁଶଳି ଶ୍ରମିକ ଆବଶ୍ୟକ। ଉକ୍ତ ଡ୍ରୋନ ଏକକାଳୀନ ମାତ୍ର ୧୫ ହେକ୍ଟର ଜମିରେ କୀଟନାଶକ ଔଷଧ ସିଞ୍ଚନ କରିବ ଓ ବର୍ଷା ଓ ପବନ ହେଲେ ଏହା ଉଡ଼ିପାରେନି। କିନ୍ତୁ ତାଙ୍କ ଦ୍ୱାରା ନିର୍ମିତ ଡ୍ରୋନ୍‌ର ମୂଲ୍ୟ ୪ଲକ୍ଷ ଟଙ୍କା। ଚାଷ ଜମିରେ ଯେଉଁଠି ପୋକ ଲାଗିଥିବ କିମ୍ବା ଫସଲ ଖରାପ ହୋଇଥିବ କ୍ୟାମେରା ସାହାଯ୍ୟରେ ତୁରନ୍ତ ତାହାର ଲୋକେଶନ ସହ ଚାଷୀଙ୍କୁ ଜଣେଇବାର କ୍ଷମତା ରଖିଛି। ବର୍ଷା ପବନ ହେଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେବା ସହ ଏକକାଳିନ ୨୫ ହେକ୍ଟର ଜମିରେ ଔଷଧ ସ୍ପ୍ରେ କରିପାରିବ। ଏପରିକି ୧୦ କିଲୋ ଓଜନ ପର୍ଯ୍ୟନ୍ତ କୀଟନାଶକ ଔଷଧ ଧରି ଏହି ଡ୍ରୋନ ଦୀର୍ଘ ସମୟ ଧରି ଉଡିପାରିବ। ଏହାକୁ ଚଳାଇବା ପାଇଁ କୌଣସି କୁଶଳୀ ଶ୍ରମିକଙ୍କ ଆବଶ୍ୟକତା ନାହିଁ। ଓଡିଶା ଷ୍ଟାର୍ଟ ଅପ୍‌ କାର୍ଯ୍ୟକ୍ରମରେ ରାଜ୍ୟରୁ ୧୩୦୦ଟି ପ୍ରକଳ୍ପ ମନୋନୀତ ହୋଇଥିଲା। ବିଶେଷଜ୍ଞଙ୍କ ସମ୍ମୁଖରେ ପ୍ରଦର୍ଶିତ ହେବା ପରେ ୩୦୦ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଥିଲା। ପରେ ୨୬ ନଭେମ୍ବର ଅନ୍‌ଲାଇନ୍‌ ମୋଡରେ ୩୦୦ ଉଦ୍ୟୋଗୀ ନିଜ ପ୍ରକଳ୍ପ ପିଡିଏଫ୍‌ରେ ଅନ୍‌ଲାଇନ ମୋଡରେ ପ୍ରଦାନ କରିଥିଲେ। ବିଶେଷଜ୍ଞମାନେ ସେଥିରୁ ୨୨ ପ୍ରକଳ୍ପ ମନୋନୀତ କରିଥିଲେ। ଉକ୍ତ ଉଦ୍ୟୋଗୀମାନେ ନିଜ ପ୍ରକଳ୍ପ ବିଶେଷଜ୍ଞଙ୍କ ଆଗରେ ଉପସ୍ଥାପନ କରିଥିଲେ। ସେଥିମଧ୍ୟରୁ ମନେନୀତ ହୋଇଥିବା ୧୦ଟି ପ୍ରକଳ୍ପ ମଧ୍ୟରୁ ଶୁଭାଶିଷଙ୍କ ଡ୍ରୋନ୍‌ ସ୍ଥାନ ପାଇଛି। ଏହି ପ୍ରକଳ୍ପ ପାଇଁ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭରେ ଶୁଭାଶିଷ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ପୁରସ୍କାର ଅର୍ଥ ରାଶି ସ୍ବରୂପ ୧ ଲକ୍ଷ ଟଙ୍କା, ପ୍ରମାଣ ପତ୍ର ଓ ଉପଢ଼ୌକନ ମିଳିଛି। ବିଶ୍ୱବିଦ୍ୟାଳୟ ପ୍ରଫେସର ଡକ୍ଟର ଶେଖର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଫଳତା ପାଇଥିବା ଶୁଭାଶିଷ କହିଛନ୍ତି। ବର୍ତ୍ତମାନ ଏହି ଡିଜାଇନ୍‌କୁ ପ୍ରଡକ୍ଟରେ ନିର୍ମାଣ ହେବା ପରେ ପେଟେଣ୍ଟ କରିବେ ଶୁଭାଶିଷ। ତେବେ ଡିଜାଇନ୍‌କୁ ସେ ବିକ୍ରି ନ କରି ନିଜେ ଏକ ବ୍ରାଣ୍ଡ୍‌ କରି ଏହି ଡ୍ରୋନକୁ ବଜାରରେ ଉପଲବ୍ଧ କରିବେ ବୋଲି ଶୁଭାଶିଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଶୁଭାଶିଷଙ୍କୁ ହବରେ ଏକ ଅଫିସ ଗୃହ ଦେବେ। ଯେଉଁଥିରେ କି ଏହି ଡ୍ରେନର ବିକାଶ ପାଇଁ ଆର୍ଥିକ ଆଉ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଯିବ ବୋଲି ଶୁଭାଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri