୪ଲକ୍ଷରେ କୃଷି ଡ୍ରୋନ୍‌ ତିଆରି କରି ଚର୍ଚ୍ଚାରେ ଶୁଭାଶିଷ

ଉମରକୋଟ, ୫।୧୨(ସ୍ବ.ପ୍ର.):ରାଜ୍ୟ ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଉମରକୋଟର ଜଣେ ଛାତ୍ର କମ ଖର୍ଚ୍ଚରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି ଉପଯୋଗୀ ଡ୍ରୋନ ନିର୍ମାଣ କରି ନବରଙ୍ଗପୁର ଜିଲା ତଥା ଉମରକୋଟ ସହର ପାଇଁ ଗୌରବ ଆଣିଛନ୍ତି। ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭରେ ତାଙ୍କୁ ପୁରସ୍କୃତ କରାଯାଇଛି। ଛାତ୍ର ଜଣଙ୍କ ହେଲେ ନବରଙ୍ଗପୁର ଜିଲା ଉମରକୋଟ ଗୁଲିପାଟଣା ସାହିର ରବୀନ୍ଦ୍ର କୁମାର ସାହୁ ଓ ସୁଜାତାଙ୍କ ପୁଅ ଶୁଭାଶିଷ। ସେ ଏବେ ପାରଳାଖେମୁଣ୍ଡି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ କୃଷି ବିଜ୍ଞାନ ବିଭାଗର ବି.ଟେକ୍‌ ଛାତ୍ର । କିଛି ଦିନ ତଳେ ଏକ ଛୋଟ ଜାହାଜ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ ଶୁଭାଶିଷ।
ପିଲାଦିନରୁ ଶୁଭାଶିଷ ଜଣେ ମେଧାବୀ ଛାତ୍ର ଥିଲେ। ସବୁବେଳେ କିଛି ନୂଆ ତିଆରି କରିବା ତାଙ୍କର ଏକ ନିଶା। ସମ୍ପ୍ରତି କୃଷି କାର୍ଯ୍ୟରେ ନିୟୋଜିତ ଏକ ଡ୍ରୋନ ତିଆରି କରି ସମଗ୍ର ଓଡ଼ିଶାରେ ସେ ଚହଳ ସୃଷ୍ଟି କରିଛନ୍ତି। ଶୁଭାଶିଷଙ୍କ କହିବାନୁସାରେ ବର୍ତ୍ତମାନ ବଜାରରେ ମିଳୁଥିବା କୃଷି ଡ୍ରୋନର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା। ତାହାକୁ ଉଡ଼ାଇବା ପାଇଁ କୁଶଳି ଶ୍ରମିକ ଆବଶ୍ୟକ। ଉକ୍ତ ଡ୍ରୋନ ଏକକାଳୀନ ମାତ୍ର ୧୫ ହେକ୍ଟର ଜମିରେ କୀଟନାଶକ ଔଷଧ ସିଞ୍ଚନ କରିବ ଓ ବର୍ଷା ଓ ପବନ ହେଲେ ଏହା ଉଡ଼ିପାରେନି। କିନ୍ତୁ ତାଙ୍କ ଦ୍ୱାରା ନିର୍ମିତ ଡ୍ରୋନ୍‌ର ମୂଲ୍ୟ ୪ଲକ୍ଷ ଟଙ୍କା। ଚାଷ ଜମିରେ ଯେଉଁଠି ପୋକ ଲାଗିଥିବ କିମ୍ବା ଫସଲ ଖରାପ ହୋଇଥିବ କ୍ୟାମେରା ସାହାଯ୍ୟରେ ତୁରନ୍ତ ତାହାର ଲୋକେଶନ ସହ ଚାଷୀଙ୍କୁ ଜଣେଇବାର କ୍ଷମତା ରଖିଛି। ବର୍ଷା ପବନ ହେଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେବା ସହ ଏକକାଳିନ ୨୫ ହେକ୍ଟର ଜମିରେ ଔଷଧ ସ୍ପ୍ରେ କରିପାରିବ। ଏପରିକି ୧୦ କିଲୋ ଓଜନ ପର୍ଯ୍ୟନ୍ତ କୀଟନାଶକ ଔଷଧ ଧରି ଏହି ଡ୍ରୋନ ଦୀର୍ଘ ସମୟ ଧରି ଉଡିପାରିବ। ଏହାକୁ ଚଳାଇବା ପାଇଁ କୌଣସି କୁଶଳୀ ଶ୍ରମିକଙ୍କ ଆବଶ୍ୟକତା ନାହିଁ। ଓଡିଶା ଷ୍ଟାର୍ଟ ଅପ୍‌ କାର୍ଯ୍ୟକ୍ରମରେ ରାଜ୍ୟରୁ ୧୩୦୦ଟି ପ୍ରକଳ୍ପ ମନୋନୀତ ହୋଇଥିଲା। ବିଶେଷଜ୍ଞଙ୍କ ସମ୍ମୁଖରେ ପ୍ରଦର୍ଶିତ ହେବା ପରେ ୩୦୦ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଥିଲା। ପରେ ୨୬ ନଭେମ୍ବର ଅନ୍‌ଲାଇନ୍‌ ମୋଡରେ ୩୦୦ ଉଦ୍ୟୋଗୀ ନିଜ ପ୍ରକଳ୍ପ ପିଡିଏଫ୍‌ରେ ଅନ୍‌ଲାଇନ ମୋଡରେ ପ୍ରଦାନ କରିଥିଲେ। ବିଶେଷଜ୍ଞମାନେ ସେଥିରୁ ୨୨ ପ୍ରକଳ୍ପ ମନୋନୀତ କରିଥିଲେ। ଉକ୍ତ ଉଦ୍ୟୋଗୀମାନେ ନିଜ ପ୍ରକଳ୍ପ ବିଶେଷଜ୍ଞଙ୍କ ଆଗରେ ଉପସ୍ଥାପନ କରିଥିଲେ। ସେଥିମଧ୍ୟରୁ ମନେନୀତ ହୋଇଥିବା ୧୦ଟି ପ୍ରକଳ୍ପ ମଧ୍ୟରୁ ଶୁଭାଶିଷଙ୍କ ଡ୍ରୋନ୍‌ ସ୍ଥାନ ପାଇଛି। ଏହି ପ୍ରକଳ୍ପ ପାଇଁ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭରେ ଶୁଭାଶିଷ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ପୁରସ୍କାର ଅର୍ଥ ରାଶି ସ୍ବରୂପ ୧ ଲକ୍ଷ ଟଙ୍କା, ପ୍ରମାଣ ପତ୍ର ଓ ଉପଢ଼ୌକନ ମିଳିଛି। ବିଶ୍ୱବିଦ୍ୟାଳୟ ପ୍ରଫେସର ଡକ୍ଟର ଶେଖର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଫଳତା ପାଇଥିବା ଶୁଭାଶିଷ କହିଛନ୍ତି। ବର୍ତ୍ତମାନ ଏହି ଡିଜାଇନ୍‌କୁ ପ୍ରଡକ୍ଟରେ ନିର୍ମାଣ ହେବା ପରେ ପେଟେଣ୍ଟ କରିବେ ଶୁଭାଶିଷ। ତେବେ ଡିଜାଇନ୍‌କୁ ସେ ବିକ୍ରି ନ କରି ନିଜେ ଏକ ବ୍ରାଣ୍ଡ୍‌ କରି ଏହି ଡ୍ରୋନକୁ ବଜାରରେ ଉପଲବ୍ଧ କରିବେ ବୋଲି ଶୁଭାଶିଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଶୁଭାଶିଷଙ୍କୁ ହବରେ ଏକ ଅଫିସ ଗୃହ ଦେବେ। ଯେଉଁଥିରେ କି ଏହି ଡ୍ରେନର ବିକାଶ ପାଇଁ ଆର୍ଥିକ ଆଉ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଯିବ ବୋଲି ଶୁଭାଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri