ୟୁଟ୍ୟୁବର ଅନିମେଷଙ୍କ ନାଁରେ ମାମଲା

ପୁରୀ ଅଫିସ, ୫ା୧୨:ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଙ୍ଗ୍‌ ଜୋନ୍‌ରେ ଜଣେ ବଙ୍ଗୀୟ ୟୁଟ୍ୟୁବର ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ବିଭିନ୍ନ ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣା ନେଇ ‘ଭଏସ୍‌ ଅଫ କମନମ୍ୟାନ’ ସଙ୍ଗଠନ ପକ୍ଷରୁ ରବିବାର ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ତୁରନ୍ତ ସମ୍ପୃକ୍ତ ୟୁଟ୍ୟୁବର ପଶ୍ଚିମବଙ୍ଗ ନର୍ଥ ଚବିଶ ପ୍ରଗଣା ଅଧୀନ ଗୁମା ଆମଡଙ୍ଗା ଅଞ୍ଚଳ ବାସିନ୍ଦା ଅନିମେଶ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯିବାକୁ ଭଏସ୍‌ ଅଫ କମନ୍‌ମ୍ୟାନ କର୍ମକର୍ତ୍ତା ହେକ୍ଟର ମିଶ୍ର ଦାବି କରିଛନ୍ତି। ସେହିପରି ଏହି ଘଟଣାକୁ ପୋଲିସ ପ୍ରଶାସନ ଗୁରୁତ୍ୱର ସହ ନେଇଛି। ପୋଲିସ ପକ୍ଷରୁ ସିଟି ଡିଏସ୍‌ପି କେ.କେ. ହରିପ୍ରସାଦଙ୍କ ନେତୃତ୍ୱରେ ଏକ ୩ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଭିଡିଓକୁ ଯାଞ୍ଚ କରାଯିବା ପରେ ଅନିମେଶଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏନେଇ ଏକ ମାମଲା (ନଂ.୧୫୦/୨୨) ରୁଜୁ ହୋଇଥିବାବେଳେ ଉତ୍ତର ରଖିବା ସହ ଅଧିକ ଅନୁସନ୍ଧାନ ନିମନ୍ତେ ସିଂହଦ୍ୱାର ଥାନାରେ ହାଜର ହେବା ପାଇଁ ତାଙ୍କୁ ୧୬୦ ସିଆର୍‌ପିସିରେ ଏକ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପକ୍ଷରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ପରେ ଅନିମେଶ ଏକ ଭିଡିଓ ଜାରି କରି ମହାପ୍ରଭୁ ଏବଂ ପୁରୀ ପୋଲିସ ସମେତ ଚାରିକୋଟି ଓଡ଼ିଆଙ୍କଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଶ୍ରୀମନ୍ଦିରର ଏହି ଭିଡିଓ ଉତ୍ତୋଳନ ବେଆଇନ ହୋଇଥିବା ବେଳେ ସେ ଏ ସଂକ୍ରାନ୍ତରେ ଅବଗତ ନ ଥିବା କହିଛନ୍ତି। ଏଭଳି ଭୁଲ ଆଗକୁ କରିବେ ନାହିଁ ବୋଲି କହିବା ସହ ସମ୍ପୃକ୍ତ ଭିଡିଓକୁ ଡିଲିଟ କରିଛନ୍ତି। ସୂଚନାଯୋଗ୍ୟ, ଅନିମେଷ ପତିତପାବନ ବାନା ପରିବର୍ତ୍ତନ ଓ ଶ୍ରୀମନ୍ଦିର ଭିତରବେଢ଼ାର ଦୃଶ୍ୟକୁ କଏଦ୍‌ କରି ୟୁନିଫାଏଡ୍‌ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପଲୋଡ୍‌ କରିଥିଲେ। ଯାହାକୁ ବିଶ୍ୱର ଅଧିକାଂଶ ଲୋକ ଦେଖିଥିଲେ। ଏପରିକି ଚ୍ୟାନେଲରେ ଦିଆଯାଇଥିବା ଯୋଗାଯୋଗ ନମ୍ବରରେ ସମ୍ପର୍କ କରିବାରୁ ପ୍ରତି ଆଙ୍ଗେଲ୍‌ ପିଛା ଫୁଟେଜ୍‌ ନେବା ପାଇଁ ୨୦ହଜାର ଟଙ୍କା ସେ ଦାବି କରୁଥିବା ଜଣାପଡ଼ିଥିଲା। ଏପରି ଭିଡିଓ କରିବା ପାଇଁ ତାଙ୍କୁ କିଏ ଅନୁମତି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଏ ନେଇ ପୋଲିସର କାର୍ଯ୍ୟ ଏବଂ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri