ୟୁଟ୍ୟୁବର ଅନିମେଷଙ୍କ ନାଁରେ ମାମଲା

ପୁରୀ ଅଫିସ, ୫ା୧୨:ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଙ୍ଗ୍‌ ଜୋନ୍‌ରେ ଜଣେ ବଙ୍ଗୀୟ ୟୁଟ୍ୟୁବର ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ବିଭିନ୍ନ ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣା ନେଇ ‘ଭଏସ୍‌ ଅଫ କମନମ୍ୟାନ’ ସଙ୍ଗଠନ ପକ୍ଷରୁ ରବିବାର ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ତୁରନ୍ତ ସମ୍ପୃକ୍ତ ୟୁଟ୍ୟୁବର ପଶ୍ଚିମବଙ୍ଗ ନର୍ଥ ଚବିଶ ପ୍ରଗଣା ଅଧୀନ ଗୁମା ଆମଡଙ୍ଗା ଅଞ୍ଚଳ ବାସିନ୍ଦା ଅନିମେଶ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯିବାକୁ ଭଏସ୍‌ ଅଫ କମନ୍‌ମ୍ୟାନ କର୍ମକର୍ତ୍ତା ହେକ୍ଟର ମିଶ୍ର ଦାବି କରିଛନ୍ତି। ସେହିପରି ଏହି ଘଟଣାକୁ ପୋଲିସ ପ୍ରଶାସନ ଗୁରୁତ୍ୱର ସହ ନେଇଛି। ପୋଲିସ ପକ୍ଷରୁ ସିଟି ଡିଏସ୍‌ପି କେ.କେ. ହରିପ୍ରସାଦଙ୍କ ନେତୃତ୍ୱରେ ଏକ ୩ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଭିଡିଓକୁ ଯାଞ୍ଚ କରାଯିବା ପରେ ଅନିମେଶଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏନେଇ ଏକ ମାମଲା (ନଂ.୧୫୦/୨୨) ରୁଜୁ ହୋଇଥିବାବେଳେ ଉତ୍ତର ରଖିବା ସହ ଅଧିକ ଅନୁସନ୍ଧାନ ନିମନ୍ତେ ସିଂହଦ୍ୱାର ଥାନାରେ ହାଜର ହେବା ପାଇଁ ତାଙ୍କୁ ୧୬୦ ସିଆର୍‌ପିସିରେ ଏକ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପକ୍ଷରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ପରେ ଅନିମେଶ ଏକ ଭିଡିଓ ଜାରି କରି ମହାପ୍ରଭୁ ଏବଂ ପୁରୀ ପୋଲିସ ସମେତ ଚାରିକୋଟି ଓଡ଼ିଆଙ୍କଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଶ୍ରୀମନ୍ଦିରର ଏହି ଭିଡିଓ ଉତ୍ତୋଳନ ବେଆଇନ ହୋଇଥିବା ବେଳେ ସେ ଏ ସଂକ୍ରାନ୍ତରେ ଅବଗତ ନ ଥିବା କହିଛନ୍ତି। ଏଭଳି ଭୁଲ ଆଗକୁ କରିବେ ନାହିଁ ବୋଲି କହିବା ସହ ସମ୍ପୃକ୍ତ ଭିଡିଓକୁ ଡିଲିଟ କରିଛନ୍ତି। ସୂଚନାଯୋଗ୍ୟ, ଅନିମେଷ ପତିତପାବନ ବାନା ପରିବର୍ତ୍ତନ ଓ ଶ୍ରୀମନ୍ଦିର ଭିତରବେଢ଼ାର ଦୃଶ୍ୟକୁ କଏଦ୍‌ କରି ୟୁନିଫାଏଡ୍‌ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପଲୋଡ୍‌ କରିଥିଲେ। ଯାହାକୁ ବିଶ୍ୱର ଅଧିକାଂଶ ଲୋକ ଦେଖିଥିଲେ। ଏପରିକି ଚ୍ୟାନେଲରେ ଦିଆଯାଇଥିବା ଯୋଗାଯୋଗ ନମ୍ବରରେ ସମ୍ପର୍କ କରିବାରୁ ପ୍ରତି ଆଙ୍ଗେଲ୍‌ ପିଛା ଫୁଟେଜ୍‌ ନେବା ପାଇଁ ୨୦ହଜାର ଟଙ୍କା ସେ ଦାବି କରୁଥିବା ଜଣାପଡ଼ିଥିଲା। ଏପରି ଭିଡିଓ କରିବା ପାଇଁ ତାଙ୍କୁ କିଏ ଅନୁମତି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଏ ନେଇ ପୋଲିସର କାର୍ଯ୍ୟ ଏବଂ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?