୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ବିଲ୍ଡର କୃଷ୍ଣଚନ୍ଦ୍ର ନାୟକ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରା ଜଜ୍‌-୩ (ଏଡିଜେ-୩) ହତ୍ୟାରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଲେଖାଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ସଲିଲ୍‌ ଓରଫ୍‌ ତାରିଣୀ ପଟ୍ଟନାୟକ, ନେପୁ ଓରଫ୍‌ ସୁରଜ୍‌ ଶର୍ମା, ପିଣ୍ଟୁ ଓରଫ୍‌ ରାଜେଶ କୁମାର ବାରିକ ଓ ନାନା ଓରଫ ସନ୍ତୋଷ ପଢିଆରୀ। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଏଡିଜେ-୩ ବିଚାରପତି ସସ୍ମିତା ପରହି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପିପି ସାରଦା ଚନ୍ଦ୍ର ସାମନ୍ତ ମାମଲା ପରିଚାଳନା କରୁଥିଲେ।
ଯେ, ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ୨୦୧୩ ଅଗଷ୍ଟ ୧୨ ସକାଳ ୧୦ଟା ୧୫ରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆର୍‌ସି ଭିଲେଜ୍‌ ନିକଟରେ କଳିଙ୍ଗପୁତ୍ର ବିଲ୍ଡର୍ସର ମାଲିକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଆଇଆରସି ଭିଲେଜ୍‌ ପୋଷ୍ଟ ଅଫିସ ସାମ୍ନାରେ ମୁଖ୍ୟ ଅଭିଯୁକ୍ତ ସଲିଲ୍‌ ୩ ସହଯୋଗୀ ସୁରଜ, ରାଜେଶ ଓ ସନ୍ତୋଷଙ୍କ ସହ ମିଶି ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ କୃଷ୍ଣଚନ୍ଦ୍ରଙ୍କ ପୁଅ ଧନଞ୍ଜୟ ନାୟକ ନୟାପଲ୍ଲୀ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତତ୍କାଳୀନ ଆଇଆଇସି ଅନୁପ କୁମାର କାନୁନ୍‌ଗୋ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏଥିସହ ସେମାନଙ୍କ ବିରୋଧରେ ସମସ୍ତ ପ୍ରମାଣ ଯୋଗାଡ଼ କରି ଚାର୍ଜଶିଟ୍‌ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଶେଷ ବେଳକୁ ବିଜେଡିରେ ଥିବେ  କେବଳ ଏହି ୩ ଜଣ: କହୁକହୁ କହିଦେଲେ ବିଧାୟିକା

ଭୁବନେଶ୍ୱର,୯।୨: ଭାଜପା ବିଧାୟିକା ଉପାସନା ମହାପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଭାଜପାରେ ମିଶିବା ପରେ ତେରେଛା ବାଣ ମାରିଲେ ଉପାସନା। ନାଁ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri