୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ବିଲ୍ଡର କୃଷ୍ଣଚନ୍ଦ୍ର ନାୟକ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରା ଜଜ୍‌-୩ (ଏଡିଜେ-୩) ହତ୍ୟାରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଲେଖାଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ସଲିଲ୍‌ ଓରଫ୍‌ ତାରିଣୀ ପଟ୍ଟନାୟକ, ନେପୁ ଓରଫ୍‌ ସୁରଜ୍‌ ଶର୍ମା, ପିଣ୍ଟୁ ଓରଫ୍‌ ରାଜେଶ କୁମାର ବାରିକ ଓ ନାନା ଓରଫ ସନ୍ତୋଷ ପଢିଆରୀ। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଏଡିଜେ-୩ ବିଚାରପତି ସସ୍ମିତା ପରହି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପିପି ସାରଦା ଚନ୍ଦ୍ର ସାମନ୍ତ ମାମଲା ପରିଚାଳନା କରୁଥିଲେ।
ଯେ, ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ୨୦୧୩ ଅଗଷ୍ଟ ୧୨ ସକାଳ ୧୦ଟା ୧୫ରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆର୍‌ସି ଭିଲେଜ୍‌ ନିକଟରେ କଳିଙ୍ଗପୁତ୍ର ବିଲ୍ଡର୍ସର ମାଲିକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଆଇଆରସି ଭିଲେଜ୍‌ ପୋଷ୍ଟ ଅଫିସ ସାମ୍ନାରେ ମୁଖ୍ୟ ଅଭିଯୁକ୍ତ ସଲିଲ୍‌ ୩ ସହଯୋଗୀ ସୁରଜ, ରାଜେଶ ଓ ସନ୍ତୋଷଙ୍କ ସହ ମିଶି ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ କୃଷ୍ଣଚନ୍ଦ୍ରଙ୍କ ପୁଅ ଧନଞ୍ଜୟ ନାୟକ ନୟାପଲ୍ଲୀ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତତ୍କାଳୀନ ଆଇଆଇସି ଅନୁପ କୁମାର କାନୁନ୍‌ଗୋ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏଥିସହ ସେମାନଙ୍କ ବିରୋଧରେ ସମସ୍ତ ପ୍ରମାଣ ଯୋଗାଡ଼ କରି ଚାର୍ଜଶିଟ୍‌ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri