ଆଇପିଏଲ୍‌ର ଟପ୍‌-୫ ଉଇକେଟ୍‌ ହାସଲକାରୀ ବୋଲର ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ, ୧୦।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍‌କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲ୍‌-୧୩ ଆରମ୍ଭ ହେବାକୁ ଆଉ ୨ ସପ୍ତାହରୁ କମ୍‌ ସମୟ ବାକି ରହିଥିବାବେଳେ ଏବେ ଆସନ୍ତୁ ନଜର ପକାଇବା ଟୁର୍ନାମେଣ୍ଟର ଇତିହାସରେ ସର୍ବାଧିକ ଉଇକେଟ୍‌ ହାସଲ କରିଥିବା ଶ୍ରେଷ୍ଠ-୫ ବୋଲରଙ୍କ ଉପରେ। ଏହି ତାଲିକାର ସର୍ବାଗ୍ରେ ଶ୍ରୀଲଙ୍କାର ଲସିଥ୍‌ ମାଲିଙ୍ଗା ରହିଛନ୍ତି। ସେହିଭଳି ଶ୍ରେଷ୍ଠ-୫ ଜଣଙ୍କ ମଧ୍ୟରେ ୪ ଜଣ ଭାରତୀୟ ବୋଲର ମଧ୍ୟ ସ୍ଥାନ ପାଇଛନ୍ତି।
ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମାଲିଙ୍ଗା ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ରେ ୧୨୨ ମ୍ୟାଚ୍‌ ଖେଳି ୧୭୦ ଉଇକେଟ୍‌ ହାସଲ କରିଛନ୍ତି। କିନ୍ତୁ ବ୍ୟକ୍ତିଗତ କାରଣ ଲାଗି ମାଲିଙ୍ଗା ଚଳିତ ସିଜନରେ ଖେଳିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଭେଟେରାନ ଭାରତୀୟ ସ୍ପିନର ଅମିତ୍‌ ମିଶ୍ର ଏହି ତାଲିକାର ୨ୟ ସ୍ଥାନରେ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅମିତ୍‌ ୧୪୭ ମ୍ୟାଚ୍‌ରୁ ୨୬.୪୪ ଆଭରେଜରେ ୧୫୭ ଉଇକେଟ୍‌ ନେଇଛନ୍ତି। ଆଇପିଏଲ୍‌ରେ ସେ ୩ଥର ହ୍ୟାଟ୍ରିକ ଉଇକେଟ୍‌ ନେବାର ସୌଭାଗ୍ୟ ଲାଭ କରିଛନ୍ତି।


ଭାରତୀୟ ବରିଷ୍ଠ ସ୍ପିନର ହରଭଜନ ସିଂ ମଧ୍ୟ ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ୪୦ ବର୍ଷୀୟ ହରଭଜନ ୧୬୦ ମ୍ୟାଚ୍‌ରୁ ୧୫୦ ଉଇକେଟ୍‌ ନିଜ ନାମରେ କରିଛନ୍ତି। ଚେନ୍ନାଇ ସୁପର୍‌ କିଙ୍ଗ୍‌ସର ଏହି ଅଫ୍‌-ସ୍ପିନର କିନ୍ତୁ ଆଗାମୀ ସିଜନରୁ ଓହରି ଯାଇଛନ୍ତି। ହରଭଜନଙ୍କ ସହ ସମାନ ସଂଖ୍ୟକ ଉଇକେଟ୍‌ ନେଇ ମିଳିତ ଭାବେ ୩ୟ ସ୍ଥାନରେ ରହିଛନ୍ତି ଲେଗ୍‌-ସ୍ପିନର ପିୟୂଷ ଚାଓ୍ବଲା। ସେ ବର୍ତ୍ତମାନ ସୁଦ୍ଧା ୧୫୦ ଉଇକେଟ୍‌ ନେଇସାରିଛନ୍ତି। ୨୦୧୯ ଖେଳାଳି ନିଲାମୀରେ ଚେନ୍ନାଇ ତାଙ୍କୁ ୬.୭୫ କୋଟି ଟଙ୍କାରେ କ୍ରୟ କରିଥିଲା। ଟି୨୦ ସ୍ପେଶାଲିଷ୍ଟ ତଥା ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର ଡ୍ବେନ ବ୍ରାଭୋ ଆଇପିଏଲ୍‌ରେ ୧୪୭ ଉଇକେଟ୍‌ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ସର୍ବାଧିକ ଉଇକେଟ୍‌ ହାସଲକାରୀ ବୋଲର ତାଲିକାରେ ସେ ୪ର୍ଥ ସ୍ଥାନରେ ରହିଛନ୍ତି। ଚେନ୍ନାଇ ପାଇଁ ବ୍ରାଭୋ ଜଣେ ପ୍ରମୁଖ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଏହି ତାଲିକାର ସର୍ବନିମ୍ନ ତଥା ୫ମ ସ୍ଥାନରେ ରହିଛନ୍ତି ଭାରତର ଭୁବନେଶ୍ୱର କୁମାର। ସନରାଇଜର୍ସ ହାଇଦ୍ରାବାଦର ଏହି ବୋଲର ୧୧୭ ମ୍ୟାଚ୍‌ରୁ ୧୩୩ ଉଇକେଟ୍‌ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri