ତୁମକୁ ଘୃଣାକରେ, ଭାରତ ଫେରିଯାଅ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍‌ସ୍ଥିତ ଡଲାସ୍‌ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଦୁର୍ବ୍ୟବହାର କରିଥିବା ମହିଳା ଜଣକ ନିଜକୁ ମେକ୍ସିକୀୟ-ଆମେରିକୀୟ ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ଏକ ପାର୍କିଂ ସ୍ଥଳରେ ବୁଧବାର ରାତିରେ ଏହି ଘଟଣା ଘଟିଛି। ମେକ୍ସିକୋ ବଂଶୋଦ୍ଭବ ଆମେରିକୀୟ ମହିଳା ଏସ୍‌ମେରାଲ୍ଡା ଅପ୍‌ଟୋନ୍‌ ଭାରତୀୟ ମହିଳାମାନଙ୍କୁ କହିଥିଲେ, ଆଇ ହେଟ୍‌ ୟୁ ଇଣ୍ଡିଆନ୍ସ(ମୁଁ ଭାରତୀୟମାନଙ୍କୁ ଘୃଣା କରେ)। ଭାରତୀୟମାନେ ଉନ୍ନତ ଜୀବନ ବିତାଇବା ପାଇଁ ଆମେରିକାକୁ ଆସିଛ। ତୁମେମାନେ ଏହି ଦେଶକୁ ଚଳାଉଛ। ତୁମେ ଭାରତକୁ ଫେରିଯାଅ ବୋଲି ଭର୍ତ୍ସନା କରିବା ସହ ଠେଲାପେଲା କରୁଥିବାବେଳର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ଏସ୍‌ମେରାଲ୍ଡାଙ୍କ ଏଭଳି ବ୍ୟବହାର ଦେଖି ଆମେରିକାରେ ବସବାସ କରୁଥିବା ଭାରତୀୟ ସମୁଦାୟ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଉକ୍ତ ଭିଡିଓକୁ ପୋଷ୍ଟ କରିଥିବା ବ୍ୟକ୍ତି ଜଣକ କ୍ୟାପ୍ସନରେ ଲେଖିଛନ୍ତି, ମୋ ମା’ ଓ ତାଙ୍କ ୩ ଜଣ ସାଙ୍ଗ ଡିନର ପାଇଁ ଯାଇଥିବାବେଳେ ଡଲାସରେ ଏହି ଘଟଣା ଘଟିଛି। ତାଙ୍କ ମା’ଙ୍କ ସହ ଏସ୍‌ମେରାଲ୍ଡା ଯୁକ୍ତିତର୍କ କରିଥିଲେ। ବର୍ଣ୍ଣଭେଦୀ ଭାଷା ବ୍ୟବହାର ନ କରିବାକୁ ତାଙ୍କ ମା’ କହିବାରୁ ମେକ୍ସିକୀୟ ମହିଳା ଜଣକ ଉତ୍ତ୍ୟକ୍ତ ହୋଇ କହିଥିଲେ, ସେ ଆମେରିକାରେ ଜନ୍ମିତ। ମୁଁ ଯେଉଁଆଡ଼େ ଗଲେ ସବୁଠି ଭାରତୀୟମାନଙ୍କୁ ଦେଖିବାକୁ ପାଉଛି। ଯଦି ଭାରତରେ ଜୀବନ ଏତେ ମହାନ୍‌ ତେବେ ତୁମେ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ।
ପ୍ଲାନୋ ପୋଲିସ ଡିଟେକ୍ଟିଭ୍‌ମାନେ ଏସ୍‌ମେରାଲ୍ଡାଙ୍କୁ ଗୁରୁବାର ଅପରାହ୍ନରେ ଗିରଫ କରିଛନ୍ତି। ତାଙ୍କ ବିରୋଧରେ ଶାରୀରିକ ଆଘାତ ଏବଂ ଆତଙ୍କ ସୃଷ୍ଟିକାରୀ ଧମକ ଦେବା ନେଇ ମାମଲା ରୁଜୁ ହୋଇଛି। ଏନେଇ ଡେମୋକ୍ରାଟିକ୍‌ ପାର୍ଟି ନେତ୍ରୀ ରିମା ରସୁଲ ଟୁଇଟ୍‌ କରିଛନ୍ତି, ଅଭିଯୁକ୍ତ ଏକ ବନ୍ଧକ ଧରିଥିଲେ। ସେ ଭାରତୀୟ ମହିଳାମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ତାଙ୍କ ବିରୋଧରେ ଘୃଣା ଅପରାଧ ନିରୋଧୀ ଆଇନ ବଳରେ ମାମଲା ରୁଜୁ କରାଯିବା ଆବଶ୍ୟକ। ନର୍ଥ ଟେକ୍ସାସ୍‌ର ଦକ୍ଷିଣ ଏସୀୟ ଆମେରିକୀୟ ସମୁଦାୟ ଏହି ଘଟଣାକୁ ନିନ୍ଦା କରିଛି। ଇଣ୍ଡିଆ ଆସୋସିଏଶନ୍‌ ଅଫ୍‌ ନର୍ଥ ଟେକ୍ସାସ୍‌ ଅଧ୍ୟକ୍ଷ ଉର୍ମିତ ଜୁନେଜାଙ୍କ ମତରେ ଦକ୍ଷିଣ ଏସୀୟମାନେ ନର୍ଥ ଟେକ୍ସାସ୍‌କୁ ଏକ ସୁରକ୍ଷିତ ସ୍ଥାନ ମନେକରି ସେଠାରେ ରହିବାକୁ ପସନ୍ଦ କରିଥାଆନ୍ତି। ତେବେ ମେକ୍ସିକୀୟ ମହିଳାଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଛି।

ହଁ, ଆମେ ସବୁଠି ଅଛୁ

ଟେକ୍ସାସ୍‌ର ପ୍ଲାନୋସ୍ଥିତ ସିକ୍‌ଟି ଭାଇନ୍ସ ରେଷ୍ଟୁରାଣ୍ଟ ବାହାରେ ଭାରତୀୟ ମହିଳାମାନଙ୍କୁ ବର୍ଣ୍ଣବିଦ୍ୱେଷ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାକୁ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ଶ୍ୱାତୀ ମାଲିଓ୍ବାଲ ନିନ୍ଦା କରିଛନ୍ତି। ଏଥିସହ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଫେସ୍‌ବୁକ୍‌ରେ ସାଢ଼େ ୫ ମିନିଟ୍‌ର ଭାଇରାଲ ଭିଡିଓ ଦେଖିବା ପରେ ଶ୍ୱାତୀ ଟୁଇଟରରେ ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, ଭାରତୀୟମାନେ ସବୁଠି ଅଛନ୍ତି। ସେମାନେ ବଡ଼ ବଡ଼ କମ୍ପାନୀର ସିଇଓ ମଧ୍ୟ ରହିଛନ୍ତି। ଆମେରିକାରେ ବର୍ଣ୍ଣବୈଷମ୍ୟ ନିନ୍ଦନୀୟ। ହଁ, ଆମେ ଭାରତୀୟମାନେ ସବୁଠି ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri