ତୁମକୁ ଘୃଣାକରେ, ଭାରତ ଫେରିଯାଅ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍‌ସ୍ଥିତ ଡଲାସ୍‌ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଦୁର୍ବ୍ୟବହାର କରିଥିବା ମହିଳା ଜଣକ ନିଜକୁ ମେକ୍ସିକୀୟ-ଆମେରିକୀୟ ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ଏକ ପାର୍କିଂ ସ୍ଥଳରେ ବୁଧବାର ରାତିରେ ଏହି ଘଟଣା ଘଟିଛି। ମେକ୍ସିକୋ ବଂଶୋଦ୍ଭବ ଆମେରିକୀୟ ମହିଳା ଏସ୍‌ମେରାଲ୍ଡା ଅପ୍‌ଟୋନ୍‌ ଭାରତୀୟ ମହିଳାମାନଙ୍କୁ କହିଥିଲେ, ଆଇ ହେଟ୍‌ ୟୁ ଇଣ୍ଡିଆନ୍ସ(ମୁଁ ଭାରତୀୟମାନଙ୍କୁ ଘୃଣା କରେ)। ଭାରତୀୟମାନେ ଉନ୍ନତ ଜୀବନ ବିତାଇବା ପାଇଁ ଆମେରିକାକୁ ଆସିଛ। ତୁମେମାନେ ଏହି ଦେଶକୁ ଚଳାଉଛ। ତୁମେ ଭାରତକୁ ଫେରିଯାଅ ବୋଲି ଭର୍ତ୍ସନା କରିବା ସହ ଠେଲାପେଲା କରୁଥିବାବେଳର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ଏସ୍‌ମେରାଲ୍ଡାଙ୍କ ଏଭଳି ବ୍ୟବହାର ଦେଖି ଆମେରିକାରେ ବସବାସ କରୁଥିବା ଭାରତୀୟ ସମୁଦାୟ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଉକ୍ତ ଭିଡିଓକୁ ପୋଷ୍ଟ କରିଥିବା ବ୍ୟକ୍ତି ଜଣକ କ୍ୟାପ୍ସନରେ ଲେଖିଛନ୍ତି, ମୋ ମା’ ଓ ତାଙ୍କ ୩ ଜଣ ସାଙ୍ଗ ଡିନର ପାଇଁ ଯାଇଥିବାବେଳେ ଡଲାସରେ ଏହି ଘଟଣା ଘଟିଛି। ତାଙ୍କ ମା’ଙ୍କ ସହ ଏସ୍‌ମେରାଲ୍ଡା ଯୁକ୍ତିତର୍କ କରିଥିଲେ। ବର୍ଣ୍ଣଭେଦୀ ଭାଷା ବ୍ୟବହାର ନ କରିବାକୁ ତାଙ୍କ ମା’ କହିବାରୁ ମେକ୍ସିକୀୟ ମହିଳା ଜଣକ ଉତ୍ତ୍ୟକ୍ତ ହୋଇ କହିଥିଲେ, ସେ ଆମେରିକାରେ ଜନ୍ମିତ। ମୁଁ ଯେଉଁଆଡ଼େ ଗଲେ ସବୁଠି ଭାରତୀୟମାନଙ୍କୁ ଦେଖିବାକୁ ପାଉଛି। ଯଦି ଭାରତରେ ଜୀବନ ଏତେ ମହାନ୍‌ ତେବେ ତୁମେ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ।
ପ୍ଲାନୋ ପୋଲିସ ଡିଟେକ୍ଟିଭ୍‌ମାନେ ଏସ୍‌ମେରାଲ୍ଡାଙ୍କୁ ଗୁରୁବାର ଅପରାହ୍ନରେ ଗିରଫ କରିଛନ୍ତି। ତାଙ୍କ ବିରୋଧରେ ଶାରୀରିକ ଆଘାତ ଏବଂ ଆତଙ୍କ ସୃଷ୍ଟିକାରୀ ଧମକ ଦେବା ନେଇ ମାମଲା ରୁଜୁ ହୋଇଛି। ଏନେଇ ଡେମୋକ୍ରାଟିକ୍‌ ପାର୍ଟି ନେତ୍ରୀ ରିମା ରସୁଲ ଟୁଇଟ୍‌ କରିଛନ୍ତି, ଅଭିଯୁକ୍ତ ଏକ ବନ୍ଧକ ଧରିଥିଲେ। ସେ ଭାରତୀୟ ମହିଳାମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ତାଙ୍କ ବିରୋଧରେ ଘୃଣା ଅପରାଧ ନିରୋଧୀ ଆଇନ ବଳରେ ମାମଲା ରୁଜୁ କରାଯିବା ଆବଶ୍ୟକ। ନର୍ଥ ଟେକ୍ସାସ୍‌ର ଦକ୍ଷିଣ ଏସୀୟ ଆମେରିକୀୟ ସମୁଦାୟ ଏହି ଘଟଣାକୁ ନିନ୍ଦା କରିଛି। ଇଣ୍ଡିଆ ଆସୋସିଏଶନ୍‌ ଅଫ୍‌ ନର୍ଥ ଟେକ୍ସାସ୍‌ ଅଧ୍ୟକ୍ଷ ଉର୍ମିତ ଜୁନେଜାଙ୍କ ମତରେ ଦକ୍ଷିଣ ଏସୀୟମାନେ ନର୍ଥ ଟେକ୍ସାସ୍‌କୁ ଏକ ସୁରକ୍ଷିତ ସ୍ଥାନ ମନେକରି ସେଠାରେ ରହିବାକୁ ପସନ୍ଦ କରିଥାଆନ୍ତି। ତେବେ ମେକ୍ସିକୀୟ ମହିଳାଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଛି।

ହଁ, ଆମେ ସବୁଠି ଅଛୁ

ଟେକ୍ସାସ୍‌ର ପ୍ଲାନୋସ୍ଥିତ ସିକ୍‌ଟି ଭାଇନ୍ସ ରେଷ୍ଟୁରାଣ୍ଟ ବାହାରେ ଭାରତୀୟ ମହିଳାମାନଙ୍କୁ ବର୍ଣ୍ଣବିଦ୍ୱେଷ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାକୁ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ଶ୍ୱାତୀ ମାଲିଓ୍ବାଲ ନିନ୍ଦା କରିଛନ୍ତି। ଏଥିସହ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଫେସ୍‌ବୁକ୍‌ରେ ସାଢ଼େ ୫ ମିନିଟ୍‌ର ଭାଇରାଲ ଭିଡିଓ ଦେଖିବା ପରେ ଶ୍ୱାତୀ ଟୁଇଟରରେ ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, ଭାରତୀୟମାନେ ସବୁଠି ଅଛନ୍ତି। ସେମାନେ ବଡ଼ ବଡ଼ କମ୍ପାନୀର ସିଇଓ ମଧ୍ୟ ରହିଛନ୍ତି। ଆମେରିକାରେ ବର୍ଣ୍ଣବୈଷମ୍ୟ ନିନ୍ଦନୀୟ। ହଁ, ଆମେ ଭାରତୀୟମାନେ ସବୁଠି ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri