୪ ବିଖଣ୍ଡିତ ବୌଦ୍ଧମୂର୍ତ୍ତିର ସନ୍ଧାନ ମିଳିଲା

ଯାଜପୁର ଅଫିସ/ଚଣ୍ଡିଖୋଲ (ଡି.ଏନ.ଏ.),୧୫ା୩: ଐତିହାସିକମାନଙ୍କ ମତରେ ପରାଭାଡ଼ି ବୌଦ୍ଧସ୍ତୂପ ପ୍ରାୟ ୧୫୦୦ ବର୍ଷ ତଳର ଇତିହାସ। ମଙ୍ଗଳବାର ଏହି ଖନନ କାର୍ଯ୍ୟ ୨୮ ଦିନରେ ପହଞ୍ଚିଛି। ଆହୁରି ଦିନେ ଦୁଇଦିନ ପରେ ଖନନ ଶେଷ ହେବ ା ଏହାସହିତ ସମାନ୍ତରାଳ ଭାବେ ଡକ୍ୟୁମେଣ୍ଟେଶନ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଭାରତୀୟ ପ୍ରନତ୍ତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ସ୍ତୂପ ଖନନ ଏବଂ ଅନ୍ୟାନ୍ୟ ସହାୟକ କାର୍ଯ୍ୟ ପାଇଁ ପ୍ରାୟ ୩୦୩୫ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି । ୮ମ ଶତାବ୍ବୀର ଏହି ବିଶାଳ ବୌଦ୍ଧସ୍ତୂପ ଖନନ ଶେଷ ହେବାପରେ ୧୪୦୦-୧୫୦୦ ବର୍ଷ ତଳର ଏକ ସୁନ୍ଦର ବୌଦ୍ଧ କୀର୍ତ୍ତିରାଜି ଲୋକଲୋଚନକୁ ଆସିବ । ଖନନବେଳେ ସ୍ତୂପର ଚାରିଦିଗରୁ ୪ଟି ବିଖଣ୍ଡିତ ବୌଦ୍ଧମୂର୍ତ୍ତି ମିଳିଛି ା ସେହି ମୂର୍ତ୍ତିଗୁଡ଼ିକୁ ନିକଟସ୍ଥ ଲଳିତଗିରିର ବୌଦ୍ଧ ସଂଗ୍ରହାଳୟଠାରେ ରଖାଯାଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୪୦ ମିଟର ଉଚ୍ଚ ପାହାଡ଼ ଶୀର୍ଷରେ ୧୫ଫୁଟ ବିଶିଷ୍ଟ ଏହି ବୌଦ୍ଧସ୍ତୂପ କେମିତି ନିର୍ମାଣ ହୋଇଥିଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଉକ୍ତ ଖନନ ପ୍ରକ୍ରିୟାରେ ୧୯୯୯ରେ ଲଳିତଗିରି ବୌଦ୍ଧସ୍ତୂପ ଖନନ କାର୍ଯ୍ୟ କରିଥିବା କେତେଜଣ କୁଶଳୀ ଶ୍ରମିକ ଓ ୭ ଜଣ ସ୍ଥାନୀୟ ମହିଳା ଶ୍ରମିକ ନିୟୋଜିତ ଅଛନ୍ତି। ଲଣ୍ଡାପାହାଡ଼ ଲଳିତଗିରି ଓ ବଡ଼ପାହାଡ (ଶୁଖୁଆପଡା) ହେଉଛି ଅସିହା ଗିରିମାଳା ଅନ୍ତର୍ଗତ ପ୍ରସିଦ୍ଧ କୀର୍ତ୍ତିରାଜିରେ ଭରା ଦୁଇଟି ଗିରିମେଖଳା। ଏହାସହିତ ଓଳାଶୁଣୀ, ଗାଙ୍ଗି, ରେଗିଡି (ବନ୍ଦରେଶ୍ୱର) ଇତ୍ୟାଦି ପଞ୍ଚଗିରି ମଣ୍ଡଳର ଗୋଟିଏ ଗୋଟିଏ ଐତିହ୍ୟପୂର୍ଣ୍ଣ ପାହାଡ଼ ମଧ୍ୟ ଏହି ଅଞ୍ଚଳରେ ରହିଛି । ଏହି ସମସ୍ତ ପାହାଡ଼ରେ ରହିଛି ପୁରାତନ ବୌଦ୍ଧଯୁଗର ଗୁମ୍ଫା। ଅନେକ ସ୍ଥାନରେ ବୌଦ୍ଧମୂର୍ତ୍ତି ମଧ୍ୟ ରହିଛି ଏବଂ ସମୟକ୍ରମେ ସେସବୁ ହିନ୍ଦୁ ଦେବଦେବୀ ରୂପରେ ଏବେ ପୂଜା ପାଉଛନ୍ତି । ଏସବୁ ପାହାଡ଼ ଭିତରୁ ଶୁଖୁଆପଡ଼ା ହେଉଛି ସବୁଠାରୁ ବଡ଼ ଓ ଉଚ୍ଚତମ ପାହାଡ଼। ଏହି ଉଚ୍ଚତମ ପାହାଡ଼ର ସବୁଠାରୁ ଶୀର୍ଷ ଶୃଙ୍ଗରେ ପାରାଭାଡି ବୌଦ୍ଧସ୍ତୂପ ରହିଛି। ଲଳିତଗିରିର ବୌଦ୍ଧପୀଠ ଖନନ ସମୟରେ ପ୍ରାୟତଃ ୪୦ବର୍ଷ ତଳେ ମଧ୍ୟ ନିକଟରେ ଥିବା ଏହି ପାରାଭାଡି ସ୍ଥାନର ଖନନ କରାଯାଇ ପାରିଥାନ୍ତା। କିନ୍ତୁ ଏଏସ୍‌ଆଇ କର୍ତ୍ତୃପକ୍ଷ ଉଚ୍ଚ ପାହାଡ ଚଢି ଏଭଳି କଷ୍ଟକର ଖନନ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରି ନ ଥିଲେ ବୋଲି ଅନୁମାନ କରାଯାଉଛି। ତେବେ ସମୟକ୍ରମେ ଏହି ସ୍ତୂପଟି ମନୁଷ୍ୟକୃତ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ ଅଂଶ ନଷ୍ଟ ହୋଇଯାଇଥିଲା । ତେବେ ଶୁଖୁଆପଡ଼ା ପାହାଡ଼ରୁ ଅବଡା ଯୋଜନାରେ ପୁରୀ ଶ୍ରୀମନ୍ଦିର ସ୍ଥଳର ବିକାଶ ପାଇଁ ଖଣ୍ଡୋଲାଇଟ୍‌ ପଥର ଚାଲାଣ ଘଟଣା ପରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଚେତା ପଶିଛି ବୋଲି ମତପ୍ରକାଶ ପାଇଛି। ଯାହାର ଫଳହେଲା ପାରାଭାଡି ଖନନ କାର୍ଯ୍ୟ ଆରମ୍ଭ କରାଯିବା । ପାରାଭାଡିରେ ଖନନ କାର୍ଯ୍ୟ ଏଏସ୍‌ଆଇ ପୁରୀ ସର୍କଲର ଅଧୀକ୍ଷଣ ପ୍ରନ୍ନତତ୍ତ୍ବବିତ୍‌ ବିବିଷଦ ବ୍ରଜସୁନ୍ଦର ଗଡ଼ନାୟକଙ୍କ ନେତୃତ୍ୱରେ ପ୍ରଭାକର ପାଲ, ସତୀଶ ଶର୍ମା, ରଜତ ସିଂ, ହିମାଂଶୁ ମହାଜନ, ଅର୍ପିତ ତିୱାରି, ଆଦିତ୍ୟ ରାଠୋର ସାମିଲ ହୋଇଛନ୍ତି। ପାରାଭାଡି ଏବଂ ଏହାର ସଂଲଗ୍ନ ଇଲାକାକୁ ଐତିହ୍ୟ ସଂରକ୍ଷିତ କରିଡର ଭାବେ ଘୋଷଣା, ବିଭିନ୍ନ ସମୟରେ ହାତୀଖାଲ, ଘଣ୍ଟିଆଶୁଣୀ, ଶୁଖୁଆପଡା, କେଶରାଇପୁର, ଲଙ୍ଗୁଳିମଠ ଆଦି ଅଞ୍ଚଳରୁ ଆବିଷ୍କୃତ ପ୍ରାଚୀନ କୀର୍ତ୍ତିରାଜିଗୁଡିକର ସୁରକ୍ଷା, ପାହାଡ଼ ଖନନ ବନ୍ଦ କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଭାଗିତାରେ ଏହି ଅଞ୍ଚଳର ପରିପାର୍ଶ୍ୱ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ବୁଦ୍ଧାୟନ, ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟ ଓ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ସମେତ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri