ନୂଆ ରୂପ ନେବ ୬ ମାଛ ମାର୍କେଟ

ଭୁବନେଶ୍ୱର,୨୭ ।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ୬ ମାଛ ମାର୍କେଟ ନୂଆ ରୂପ ନେବ। ସେଠାରେ ବ୍ୟାପକ ଉନ୍ନତୀକରଣ କରାଯିବା ସହ ଅତ୍ୟାଧୁନିକ କୋଠା ନିର୍ମାଣ କରାଯିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରକ୍ରିୟା ଆରମ୍ଭ କରିଛି। ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଲକ୍ଷ୍ମୀକାନ୍ତ ସେଠୀଙ୍କ ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟଙ୍କ ପକ୍ଷରୁ ଏ ନେଇ ଚିଠି ହୋଇଛି। ଡମଣା, ନୀଳାଦ୍ରି ବିହାର, ଭିଏସ୍‌ଏସ୍‌ ନଗର, ପଳାଶୁଣୀ, ବଡ଼ଗଡ଼ ଓ ୟୁନିଟ୍‌-୪ ମାଛ ମାର୍କେଟର ପୁନରୁଦ୍ଧାର କରାଯିବା ସହ ନୂଆ ଢାଞ୍ଚା ହେବ। ଫଳରେ ସେଠାରେ ଗନ୍ଧମୟ ପରିବେଶ ଦୂର ହେବ ବୋଲି ସେ କହିଛନ୍ତି।
ମାର୍କେଟରେ ଥିବା ହୋଲ୍‌ସେଲ୍‌ ଓ ରିଟେଲ୍‌ ବ୍ୟବସାୟକୁ ପୃଥକ କରାଯିବ। ବଡ଼ଗଡ଼, ପଳାଶୁଣୀ ଓ ୟୁନିଟ୍‌-୪ରେ ହୋଲ୍‌ସେଲ୍‌ ମାର୍କେଟ ରଖାଯିବାବେଳେ ଅନ୍ୟ ସବୁଠି ରିଟେଲ୍‌ ପଏଣ୍ଟ ରହିବ। ଏହାଦ୍ୱାରା ମାର୍କେଟରେ ଭିଡ଼ କମିବା ସହ ବ୍ୟବସାୟ ପ୍ରକ୍ରିୟା ସୁଗମ ହୋଇପାରିବ। ୟୁନିଟ୍‌-୪ ମାଛ ମାର୍କେଟରେ ଶୀତତାପ ନିୟନ୍ତ୍ରିତ ୫ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ସେହିପରି ପଳାଶୁଣୀରେ ନିର୍ମାଣ ହେବାକୁ ଥିବା ମାଛ ମାର୍କେଟ ପାଇଁ ପୁରୀ ବାଇପାସ୍‌ ନିକଟରେ ୧୦ହଜାର ବର୍ଗଫୁଟ୍‌ର ସ୍ଥାନ ଚିହ୍ନଟ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ସହ ଆଲୋଚନା ପରେ ସେଠାରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଓ ବିଏମ୍‌ସିର ମିଳିତ ସହଯୋଗରେ କୋଠା ନିର୍ମାଣ ହେବ। ଏଯାବତ୍‌ ମତ୍ସ୍ୟ ନିର୍ଦ୍ଦେଶାଳୟ ଚିଠିକୁ ଆଧାର କରି ବିଏମ୍‌ସି ମାଛ ମାର୍କେଟ ପାଇଁ ସ୍ଥାନ ଓ ବେପାରୀଙ୍କ ତାଲିକା ପ୍ରସ୍ତୁତ କରିଛି। ପ୍ରାଥମିକ ପର୍ଯ୍ୟାୟରେ ୩ଟି ହୋଲ୍‌ସେଲ ମାଛ ମାର୍କେଟ୍‌ ଖୋଲିବାକୁ ସ୍ଥିର ହୋଇଛି। ପରେ ଆବଶ୍ୟକତା ଦେଖି ଅଧିକ ଖୋଲାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହି ବଜାରର ସମସ୍ତ ନିର୍ମାଣ ଖର୍ଚ୍ଚ ମତ୍ସ୍ୟ ନିର୍ଦ୍ଦେଶାଳୟ ବହନ କରିବ ଓ ବିଏମ୍‌ସି ବିଭିନ୍ନ ସୁବିଧା ଯୋଗାଇଦେବ। ନୂଆ ବଜାର ପାଇଁ ପଳାଶୁଣୀ, ବଡ଼ଗଡ଼ ଓ ୟୁନିଟ୍‌-୪ ଅଞ୍ଚଳରେ ଜାଗା ଚିହ୍ନଟ ହୋଇଛି। ଗୋଟିଏ ବଜାରରେ ୧୦୦ରୁ ଊଦ୍ଧର୍‌ବ ବ୍ୟବସାୟୀ ବସିପାରିବେ। ସେହିଭଳି ପୁରୁଣା ବଜାରଗୁଡ଼ିକର ଉନ୍ନତୀକରଣ କରାଯିବ। ନୂଆ ବଜାର ତିଆରି ପୂୂର୍ବରୁ ପୁରୁଣା ବଜାରରେ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ କରାଇବାକୁ ସ୍ଥିର କରାଯାଇଛି। ପୁରୁଣା ବଜାରରେ ନିରବଚ୍ଛିନ୍ନ ପାଣି ଯୋଗାଣ, ବର୍ଜ୍ୟବସ୍ତୁ ପରିଚାଳନା, ଉନ୍ମୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା, ଗ୍ରାହକ ଚଲାବୁଲା କରିବା ପାଇଁ ଉନ୍ମୁକ୍ତ ଜାଗା ପାଇଁ ବ୍ୟବସ୍ଥା ହେବ। ବେପାରୀମାନେ ବଜାର ଛାଡ଼ି ଗଛମୂଳେ, ରାସ୍ତା କଡ଼ରେ, ଜନବସତି ପାଖରେ ନ ବସିବେ ସେଥିପ୍ରତି ବିଏମ୍‌ସି ନଜର ରଖିବ। ସେଭଳି କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri