ରାଜଧାନୀରେ ସ୍ଥାପନ ହେଲା ୪ଇଭି ଚାର୍ଜିଂ ପଏଣ୍ଟ

ଭୁବନେଶ୍ୱର, ୨।୩(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ପଏଣ୍ଟ ସ୍ଥାପନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ ହେବାକୁ ଥିବାବେଳେ ସେଥିମଧ୍ୟରୁ ଡିଏନ୍‌ ରେଗାଲିଆ, ଶହିଦନଗର ଏବଂ ରାଜମହଲସ୍ଥିତ ମଲ୍ଟି ଲେଭଲ୍‌ କାର୍‌ ପାର୍କିଂ ଏବଂ ଏସ୍‌ପ୍ଲାନେଡ୍‌ ମଲ ପରିସରରେ ୪ଟି ପଏଣ୍ଟ ସ୍ଥାପନ କରାଯାଇଛି। ବାକି ୩ଟି ସ୍ଥାନ ଯଥା ସମ୍‌ ହସ୍ପିଟାଲ, କିମ୍ସ ହସ୍ପିଟାଲ ଏବଂ ସିଆର୍‌ପି ଛକ ନିକଟସ୍ଥ କ୍ରିଷ୍ଣାପ୍ଲାଜା ନିକଟରେ ଇଭି ଚାର୍ଜିଂ ଷ୍ଟେଶନ କାମ ଜାରି ରହିଥିବା ସ୍ମାର୍ଟସିଟି ଜେନେରାଲ ମ୍ୟାନେଜର କମଲଜିତ୍‌ ଦାସ ମଙ୍ଗଳବାର ସୂଚନା ଦେଇଛନ୍ତି। ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବ। ଷ୍ଟେଶନଗୁଡିକୁ ପିପିପି ମୋଡ୍‌ରେ ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି। ଚାର୍ଜିଂ ପଏଣ୍ଟଗୁଡ଼ିକ ମଧ୍ୟରୁ ଶହୀଦନଗର ଓ ରାଜମହଲସ୍ଥିତ ମଲ୍ଟିଂ ଲେଭଲ କାର୍‌ ପାର୍କିଂରେ ୪ଟି ଲେଖାଏ ଏବଂ ଅନ୍ୟ ଦୁଇ ମଲ୍‌ରେ ୮ଟି ଲେଖାଏ ଚାର୍ଜର ବ୍ୟବସ୍ଥା ରହିଛି। ତେବେ ସ୍ଥାପନ ହୋଇଥିବା ପଏଣ୍ଟଗୁଡ଼ିକ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ପ୍ରାୟ ସପ୍ତାହକ ମଧ୍ୟରେ ପଏଣ୍ଟଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ସ୍ମାର୍ଟ ସିଟିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗାଡ଼ିର ବ୍ୟାଟେରି କାପାସିଟି ଅନୁଯାୟୀ ଏହା ଚାର୍ଜ ହେବା ପାଇଁ ସମୟ ନେବ। ଗୋଟିଏ କାର୍‌କୁ ଚାର୍ଜ ହେବା ପାଇଁ ପ୍ରାୟ ୩ଘଣ୍ଟା ଲାଗିବ। ସେହିପରି ଏକ ଦୁଇଚକିଆ ଯାନ ଚାର୍ଜ ହେବାକୁ ପ୍ରାୟ ୧ଘଣ୍ଟା ଲାଗିପାରେ। ତେବେ ଏ ପର୍ଯ୍ୟନ୍ତ ଚାର୍ଜିଂ ଦର ଧାର୍ଯ୍ୟ ହୋଇନାହିଁ। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ ଓ ସବୁଜ ସୁନ୍ଦର କରି ଗଢି ତୋଳିବା ଲକ୍ଷ୍ୟରେ ସ୍ମାର୍ଟ ସିଟି ପକ୍ଷରୁ ଏପରି ପଦକ୍ଷେପ ନିଆଯାଉଛି। ମହାନଗରକୁ ଏକ ସବୁଜ ସହରରେ ପରିଗଣିତ କରିବା ଲକ୍ଷ୍ୟରେ ଇ-ଯାନ ପାଇଁ ଭିତ୍ତିଭୂମିର ବିକାଶ କରାଯାଉଛି। ଧୀରେ ଧୀରେ ଇ-ଯାନ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିଲେ ହେଁ ଏହାକୁ ଚାର୍ଜିଂ ନେଇ ସମସ୍ୟା ରହିଥିଲା। ତେଣୁ ଅନେକ ଲୋକ ଇ-ଯାନ କିଣିବାକୁ କୁଣ୍ଠାବୋଧ କରୁଥିଲେ। ମାତ୍ର ଚାର୍ଜିଂ ପଏଣ୍ଟ ସ୍ଥାପନ ହେବା ପରେ ଏହି ସମସ୍ୟାର ସମାଧାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri