୪ ରାଜ୍ୟ ଆୟକର ବିଭାଗ ଦାୟିତ୍ୱରେ ମନୋରଞ୍ଜନ

ଭୁବନେଶ୍ୱର,୧୪।୧: ଭାରତ ସରକାରଙ୍କର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡର ବିଜ୍ଞପ୍ତି ନଂ.୧୪ ଅନୁଯାୟୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ଝାଡ଼ଖଣ୍ଡ ଓ ବିହାର ରାଜ୍ୟର ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ପଶ୍ଚିମବଙ୍ଗ ଏବଂ ସିକିମର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏବେ ସେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି। ଗତ ୨ ବର୍ଷ ହେଲା ସେ ମୁମ୍ବାଇର ମୁଖ୍ୟ ଆୟକର କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ମନୋରଞ୍ଜନଙ୍କୁ ୪ ରାଜ୍ୟର ଆୟକର ମୁଖ୍ୟ ଭାବେ ନିଯୁକ୍ତି ଦେବା ଏକ ବଡ ପଦକ୍ଷେପ ସହ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ମନୋରଞ୍ଜନ ୧୯୯୮ ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ ଅନେକ ରାଜ୍ୟରେ ବଡ ପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏପରିକି ଓଡ଼ିଶା ସରକାରଙ୍କ ଅଧୀନରେ ଗତ ୫ ବର୍ଷ ଧରି ସଂସ୍କୃତ ବିଭାଗର ସଚିବ ଭାବେ ଦକ୍ଷତାର ସହ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଛନ୍ତି। ସେହିଭଳି ପୂର୍ବରୁ ମଧ୍ୟ ସେ କଲିକତାରେ ବରିଷ୍ଠ ରାଜସ୍ବ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଏପରିକି ସେ କଲିକତା ଉତ୍କଳ ଶିକ୍ଷା ସଂସଦର ସଭାପତି ଓ ଉପସଭାପତି ଥିଲେ। ମନୋରଞ୍ଜନ ଜଣେ ଦକ୍ଷ ସାହିତି୍ୟକ ହୋଇଥିବା ବେଳେ ସାହିତ୍ୟ ଓ ସଂସ୍କୃତିପ୍ରେମୀଭାବେ ଓଡ଼ିଶାରେ ବେଶ୍‌ ପରିଚିତ।