ଆର୍‌ଏସ୍‌ପିରେ ଗ୍ୟାସ୍‌ ଲିକ୍‌ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଉରକେଲା ଅଫିସ, ୬।୧: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପ୍ଲାଣ୍ଟ କୋଲ କେମିକାଲ ବିଭାଗରେ ଗ୍ୟାସ ଲିକ୍‌ ହେବା ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମୃତକଙ୍କର ପରିଚୟ ଜଣାପଡ଼ି ନାହିଁ। ଏଥିରେ କେତେଜଣ ଆହତ ହୋଇଛନ୍ତି ସେ ନେଇ ମଧ୍ୟ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ ଯେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ ଯୋଗୁ କେତେଜଣ କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଏବେ ସମସ୍ତ ୪ ଗୁରୁତରଙ୍କ ମୃତ୍ୟୁ ଘଟିଛି। ସମସ୍ତେ ଷ୍ଟାର୍‌ କନଷ୍ଟ୍ରକ୍‌ସନ କମ୍ପାନୀର କର୍ମଚାରୀ ଥିଲେ । ଅନ୍ୟ ଆହତମାନଙ୍କୁ ଚିକିତ୍ସା ପାଇଁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଗ୍ୟାସ ଲିକ୍‌ ହେଲା ସେ ନେଇ ତଦନ୍ତ ଚାଲିଛି।