ସେବାୟତ ହତ୍ୟା ଘଟଣାରେ ପୁଣି ୪ ଜଣଙ୍କୁ ଧରିଲା ପୋଲିସ

ପୁରୀ ଅଫିସ,୨୨।୩(ବ୍ୟୁରୋ): ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ବାପପୁଅଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ପୁଣି ୪ ଜଣଙ୍କୁ ଅଟକ ରଖିଛି। ପୁରୀ ଏସ୍‌ପି କନଓ୍ବାର ବିଶାଲ ସିଂ ଏହି ସୂଚନା ଦେଇଛନ୍ତି। ଅଟକ ୪ ଜଣ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ।
ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗୁନ ସିଂହାରୀ ହତ୍ୟା ମାମଲା ସହ ଏହି ମାମଲାର ଲିଙ୍କ ରହିଛି। ଜାନୁୟାରୀ ୧୯ରେ ଗୁନ ସିଂହାରୀ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଶରେ ଜେଲ୍‌ରୁ ମୁକୁଳିଥିଲେ। ହେଲେ ପ୍ରତିଶୋଧ ନିଆଁରେ ଜଳୁଥିବା ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ କୃଷ୍ଣଚନ୍ଦ୍ରଙ୍କୁ ମାରିବାକୁ ଯୋଜନା କରିଥିଲେ। ଗତ ୧୬ ତାରିଖରେ କୃଷ୍ଣଙ୍କୁ ହତ୍ୟା କରାଯାଇଥିଲା।