ବ୍ରିଜ୍‌ରେ ପିଟି ହୋଇ ତଳକୁ ଖସିଲା ଟ୍ୟାଙ୍କର, ୪ ଜୀବନ୍ତ ଦଗ୍ଧ

ନୟାଗଡ଼ ଅଫିସ,୧୧।୬: ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ନୟାଗଡ଼ ବଡ଼ପଣ୍ଡୁସର ବ୍ରିଜରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ତେଲ ବୋଝେଇ ଟ୍ୟାଙ୍କର ବ୍ରିଜ୍‌ରେ ପିଟି ହୋଇ ତଳକୁ ଖସି ପଡ଼ିଥିଲା। ଫଳରେ ନିଆଁ ଲାଗି ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ୪ ମୃତକଙ୍କ ମଧ୍ୟରୁ ଜଣେ ଗାଡ଼ି ଡ୍ରାଇଭର, ହେଲପର ଓ ୨ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।