୪ ଦିନ ଅଚଳ ଆର୍‌ଏମ୍‌ଏସ୍‌

ଭୁବନେଶ୍ୱର,୫ା୮(ବ୍ୟୁରୋ): କମ୍‌ ସମୟରେ ଡାକ ସେବା ଯୋଗାଇଦେବା ପାଇଁ ସ୍ପିଡ୍‌ ପୋଷ୍ଟ ସୁବିଧା ରହିଛି। ହେଲେ ଭୁବନେଶ୍ୱରରେ ଗତ ଶନିବାରଠାରୁ ଏହି ସେବାରେ ବ୍ୟାହତ ସୃଷ୍ଟି ହୋଇଛି। ସ୍ଥାନୀୟ ରେଲୱେ ମେଲ୍‌ ସର୍ଭିସ୍‌(ଆର୍‌ଏମ୍‌ଏସ୍‌) କାର୍ଯ୍ୟାଳୟରେ ଏହି ଅବ୍ୟବସ୍ଥା ଦେଖାଦେଇଛି। ଫଳରେ ଭୁବନେଶ୍ୱରର ବିଭିନ୍ନ ପୋଷ୍ଟ ଅଫିସ୍‌ରେ କରାଯାଇଥିବା ସ୍ପିଡ୍‌ ପୋଷ୍ଟଗୁଡ଼ିକ ନିର୍ଦ୍ଧାରିତ ସମୟରେ ତା’ର ଠିକଣାସ୍ଥଳରେ ପହଞ୍ଚିବାରେ ସନ୍ଦେହ ସୃଷ୍ଟି ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅଧିକାଂଶ ସ୍ପିଡ୍‌ ପୋଷ୍ଟ ପାର୍ସଲ୍‌ ଭାରତୀୟ ରେଳପଥ ଦ୍ୱାରା କରାଯାଇଥାଏ। ଏଣୁ ରେଳ ଷ୍ଟେଶନ ନିକଟରେ ୨୪ ଘଣ୍ଟିଆ ଆର୍‌ଏମ୍‌ଏସ୍‌ ବ୍ୟବସ୍ଥା ରହିଛି। ଅନ୍ୟ ସମସ୍ତ ସ୍ଥାନରେ କିଛି ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ପିଡ୍‌ ପୋଷ୍ଟ କରିବାକୁ ନିୟମ ଥିବାବେଳେ ରେଲୱେ ମେଲ୍‌ ସର୍ଭିସ୍‌ରେ ସବୁ ସମୟରେ ଏହି ସେବା ଉପଲବ୍ଧ ହୋଇଥାଏ। ଯେଉଁଠାରେ ସମସ୍ତ ସ୍ପିଡ୍‌ ପୋଷ୍ଟକୁ ପଞ୍ଜୀକରଣ କରାଯାଇ ନିର୍ଦ୍ଧାରିତ ଠିକଣାକୁ ପଠାଯାଇଥାଏ। ହେଲେ ଏହି ପଞ୍ଜୀକରଣ ପ୍ରକ୍ରିୟାରେ ଗତ ଶନିବାରଠାରୁ ବାଧା ଉପୁଜିଛି। ସ୍ପିଡ୍‌ ପୋଷ୍ଟଗୁଡ଼ିକ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରି ନ ଥିବା ଅଭିଯୋଗ ହେଉଛି। ତେବେ ମଙ୍ଗଳବାର ସନ୍ଧ୍ୟା ୬ଟା ୧୦ରୁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିବା ଜଣାପଡ଼ିଛି। ଆର୍‌ଏମ୍‌ଏସ୍‌ରେ ପୁର୍ନବାର ସ୍ପିଡ୍‌ ପୋଷ୍ଟ ସୁବିଧା ଯୋଗାଇ ଦିଆଯାଇଥିବା ଭାରତୀୟ ଡାକସେବାର ଭୁବନେଶ୍ୱର ନିର୍ଦ୍ଦେଶକ ଆଦିତ୍ୟ କୁମାର ନାୟକ କହିଛନ୍ତି। ଆର୍‌ଏମ୍‌ଏସ୍‌ରେ ସେବା ଦେଉଥିବା କମ୍ପ୍ୟୁଟରଗୁଡ଼ିକରେ କିଛି ଅନିଚ୍ଛାକୃତ ତ୍ରୁଟି ଦେଖାଦେଇଥିବାରୁ ଜନସାଧାରଣଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା। ଖାଲି ସ୍ପିଡ୍‌ ପୋଷ୍ଟ ନୁହେଁ, ବରଂ ସାଧାରଣ ଡାକ ମଧ୍ୟ ପଠାଇ ହେଉ ନ ଥିଲା। ପ୍ରମୁଖ ସର୍ଭର ସହ ରେଲୱେ ମେଲ୍‌ ସର୍ଭିସ୍‌ରେ ଥିବା ସର୍ଭର ମ୍ୟାଚ୍‌ କରୁ ନ ଥିଲା। ଗତ ଦୁଇ ଦିନ ହେବ ଏହି ସବୁର ରକ୍ଷଣାବେକ୍ଷଣ ପାଇଁ ଡାକ ସେବା ପକ୍ଷରୁ ଟିସିଏସ୍‌ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ତ୍ରୁଟି ସୁଧାରିବାକୁ ସାମାନ୍ୟ ବିଳମ୍ବ ଲାଗିଥିଲେ ହେଁ ସମସ୍ୟା ଦୂର ହୋଇଯାଇଛି। ରେଲୱେ ମେଲ୍‌ ସର୍ଭିସ୍‌ରେ ପୁଣି ଥରେ ସମସ୍ତ ସେବା କାର୍ଯ୍ୟକ୍ଷମ ହୋଇଥିବା ଆଦିତ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri