୪ ଦିନ ଅଚଳ ଆର୍‌ଏମ୍‌ଏସ୍‌

ଭୁବନେଶ୍ୱର,୫ା୮(ବ୍ୟୁରୋ): କମ୍‌ ସମୟରେ ଡାକ ସେବା ଯୋଗାଇଦେବା ପାଇଁ ସ୍ପିଡ୍‌ ପୋଷ୍ଟ ସୁବିଧା ରହିଛି। ହେଲେ ଭୁବନେଶ୍ୱରରେ ଗତ ଶନିବାରଠାରୁ ଏହି ସେବାରେ ବ୍ୟାହତ ସୃଷ୍ଟି ହୋଇଛି। ସ୍ଥାନୀୟ ରେଲୱେ ମେଲ୍‌ ସର୍ଭିସ୍‌(ଆର୍‌ଏମ୍‌ଏସ୍‌) କାର୍ଯ୍ୟାଳୟରେ ଏହି ଅବ୍ୟବସ୍ଥା ଦେଖାଦେଇଛି। ଫଳରେ ଭୁବନେଶ୍ୱରର ବିଭିନ୍ନ ପୋଷ୍ଟ ଅଫିସ୍‌ରେ କରାଯାଇଥିବା ସ୍ପିଡ୍‌ ପୋଷ୍ଟଗୁଡ଼ିକ ନିର୍ଦ୍ଧାରିତ ସମୟରେ ତା’ର ଠିକଣାସ୍ଥଳରେ ପହଞ୍ଚିବାରେ ସନ୍ଦେହ ସୃଷ୍ଟି ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅଧିକାଂଶ ସ୍ପିଡ୍‌ ପୋଷ୍ଟ ପାର୍ସଲ୍‌ ଭାରତୀୟ ରେଳପଥ ଦ୍ୱାରା କରାଯାଇଥାଏ। ଏଣୁ ରେଳ ଷ୍ଟେଶନ ନିକଟରେ ୨୪ ଘଣ୍ଟିଆ ଆର୍‌ଏମ୍‌ଏସ୍‌ ବ୍ୟବସ୍ଥା ରହିଛି। ଅନ୍ୟ ସମସ୍ତ ସ୍ଥାନରେ କିଛି ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ପିଡ୍‌ ପୋଷ୍ଟ କରିବାକୁ ନିୟମ ଥିବାବେଳେ ରେଲୱେ ମେଲ୍‌ ସର୍ଭିସ୍‌ରେ ସବୁ ସମୟରେ ଏହି ସେବା ଉପଲବ୍ଧ ହୋଇଥାଏ। ଯେଉଁଠାରେ ସମସ୍ତ ସ୍ପିଡ୍‌ ପୋଷ୍ଟକୁ ପଞ୍ଜୀକରଣ କରାଯାଇ ନିର୍ଦ୍ଧାରିତ ଠିକଣାକୁ ପଠାଯାଇଥାଏ। ହେଲେ ଏହି ପଞ୍ଜୀକରଣ ପ୍ରକ୍ରିୟାରେ ଗତ ଶନିବାରଠାରୁ ବାଧା ଉପୁଜିଛି। ସ୍ପିଡ୍‌ ପୋଷ୍ଟଗୁଡ଼ିକ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରି ନ ଥିବା ଅଭିଯୋଗ ହେଉଛି। ତେବେ ମଙ୍ଗଳବାର ସନ୍ଧ୍ୟା ୬ଟା ୧୦ରୁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିବା ଜଣାପଡ଼ିଛି। ଆର୍‌ଏମ୍‌ଏସ୍‌ରେ ପୁର୍ନବାର ସ୍ପିଡ୍‌ ପୋଷ୍ଟ ସୁବିଧା ଯୋଗାଇ ଦିଆଯାଇଥିବା ଭାରତୀୟ ଡାକସେବାର ଭୁବନେଶ୍ୱର ନିର୍ଦ୍ଦେଶକ ଆଦିତ୍ୟ କୁମାର ନାୟକ କହିଛନ୍ତି। ଆର୍‌ଏମ୍‌ଏସ୍‌ରେ ସେବା ଦେଉଥିବା କମ୍ପ୍ୟୁଟରଗୁଡ଼ିକରେ କିଛି ଅନିଚ୍ଛାକୃତ ତ୍ରୁଟି ଦେଖାଦେଇଥିବାରୁ ଜନସାଧାରଣଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା। ଖାଲି ସ୍ପିଡ୍‌ ପୋଷ୍ଟ ନୁହେଁ, ବରଂ ସାଧାରଣ ଡାକ ମଧ୍ୟ ପଠାଇ ହେଉ ନ ଥିଲା। ପ୍ରମୁଖ ସର୍ଭର ସହ ରେଲୱେ ମେଲ୍‌ ସର୍ଭିସ୍‌ରେ ଥିବା ସର୍ଭର ମ୍ୟାଚ୍‌ କରୁ ନ ଥିଲା। ଗତ ଦୁଇ ଦିନ ହେବ ଏହି ସବୁର ରକ୍ଷଣାବେକ୍ଷଣ ପାଇଁ ଡାକ ସେବା ପକ୍ଷରୁ ଟିସିଏସ୍‌ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ତ୍ରୁଟି ସୁଧାରିବାକୁ ସାମାନ୍ୟ ବିଳମ୍ବ ଲାଗିଥିଲେ ହେଁ ସମସ୍ୟା ଦୂର ହୋଇଯାଇଛି। ରେଲୱେ ମେଲ୍‌ ସର୍ଭିସ୍‌ରେ ପୁଣି ଥରେ ସମସ୍ତ ସେବା କାର୍ଯ୍ୟକ୍ଷମ ହୋଇଥିବା ଆଦିତ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri