ମେଧାବୃତ୍ତି, ସୋଲାର ନାଁରେ ୪ କୋଟି ଠକେଇ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ପ୍ରି-ମାଟ୍ରିକ ସ୍କଲାରଶିପ୍‌ (ମେଧାବୃତ୍ତି) ଓ ବିଭିନ୍ନ ଲୋକଙ୍କୁ ସୋଲାର ସଚେତନତା କାର୍ଯ୍ୟକ୍ରମ ଜରିଆରେ ଏଲ୍‌ଇଡି ବଲ୍‌ବ ଯୋଗାଇବା ଆଳରେ ଏକ ସଂସ୍ଥା ଓଡ଼ିଶାର ବିଭିନ୍ନ ଲୋକଙ୍କୁ ଫସାଇ ପ୍ରାୟ ୪ କୋଟି ଟଙ୍କା ଠକି ନେଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ଇଓଡବ୍ଲ୍ୟୁ ଝାଡ଼ଖଣ୍ଡ ରାଞ୍ଚତ୍ରୁ ଠକେଇ ସଂସ୍ଥା ‘ବାସ୍ତବ ଇଣ୍ଡିଆ ଟ୍ରଷ୍ଟ’ର ସଭାପତି ତନ୍‌ବିର୍‌ ନାଜିର୍‌ ଓ ସମ୍ପାଦକ ଅବଦୁଲ ହାସନାଇନ୍‌ଙ୍କୁ ଗିରଫ କରିଛି। ଗତ ରବିବାର ଉଭୟଙ୍କୁ ଗିରଫ ପରେ ରାଞ୍ଚତ୍ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରୁ ଇଓଡବ୍ଲ୍ୟୁ ଅଭିଯୁକ୍ତଦ୍ୱୟଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣି ମଙ୍ଗଳବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତମାନେ ‘ବାସ୍ତବ ଇଣ୍ଡିଆ ଟ୍ରଷ୍ଟ’ ନାଁରେ ଭୁବନେଶ୍ୱର ପଳାଶୁଣୀରେ ୨୦୨୨ ମାର୍ଚ୍ଚରେ ଅଫିସ ଖୋଲିଥିଲେ। ଏଥିସହ ସେମାନେ ଉକ୍ତ ଟ୍ରଷ୍ଟରେ ସୁନ୍ଦରଗଡ଼, ଭଦ୍ରକ, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର, ଢେଙ୍କାନାଳ ଆଦି ଜିଲାରେ ଡିଷ୍ଟ୍ରିକ୍ଟ ଓ ବ୍ଲକ୍‌ କୋର୍ଡିନେଟର ଭାବେ ବହୁ ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ କର୍ମଚାରୀଙ୍କ ମାଧ୍ୟମରେ ୨ଟି କାର୍ଯ୍ୟକ୍ରମ କରିଥିଲେ। ସେମାନେ ‘ସୋଲାର୍‌ ଆୱାର୍‌ନେସ’ ଓ ‘ଛୁଲୋ ଆସ୍‌ମାନ୍‌’ ନାମରେ ପ୍ରି-ମାଟ୍ରିକ୍‌ ସ୍କଲାରଶିପ୍‌ କ୍ୟାମ୍ପେନ କରି ଠକେଇ ଆରମ୍ଭ କରିଥିଲେ। ଅଭିଯୁକ୍ତମାନେ ‘ସୋଲାର୍‌ ଆୱାର୍‌ନେସ’ ଜରିଆରେ ମାଗଣାରେ ଏଲ୍‌ଇଡି ବଲ୍‌ବ ଯୋଗାଇଦେବାକୁ କହି ଲୋକଙ୍କଠାରୁ ମେମ୍ବରଶିପ୍‌ ଫି’ ବାବଦକୁ ୧୬୫୦ଟଙ୍କା ଲେଖାଏ ନେଇଥିଲେ। ସେହିପରି ଛୁଲୋ ଆସମାନ୍‌’ ନାମରେ ପ୍ରି-ମାଟ୍ରିକ୍‌ ସ୍କଲାରଶିପ୍‌ କ୍ୟାମ୍ପେନ କରି ଅଭିଭାବକଙ୍କୁ ଫସାଇ ୩ ହଜାର ଟଙ୍କାରେ ମେମ୍ବରସିପ୍‌ କରାଇଥିଲେ। ଏହା ପରିବର୍ତ୍ତେ ୨୪ ମାସ ପାଇଁ ସେମାନଙ୍କ ପିଲାମାନଙ୍କୁ ମାସକୁ ୧ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ ୧୦୦ ଜଣ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ ହଜାର ଟଙ୍କା ପଠାଇଥିଲେ। ଏହିପରି ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ୩୫୦୦ ଲୋକଙ୍କଠାରୁ ମୋଟ ୪ କୋଟି ଟଙ୍କା ଠକି ନେଇଥିବା ଇଓଡବ୍ଲ୍ୟୁ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହାପରେ ଗତ ନଭେମ୍ବର ୩୦ରେ ଏକ ମାମଲା (ନଂ.୨୧/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି, ଏହି ସଂସ୍ଥା ଝାଡ଼ଖଣ୍ଡ, ଦିଲ୍ଲୀ, ବିହାର ଆଦି ରାଜ୍ୟରେ ମଧ୍ୟ ଏହିପରି ଠକେଇ କରିଛନ୍ତି। ଏନେଇ ଉକ୍ତ ରାଜ୍ୟର ପୋଲିସକୁ ଜଣାଇଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri