ମେଧାବୃତ୍ତି, ସୋଲାର ନାଁରେ ୪ କୋଟି ଠକେଇ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ପ୍ରି-ମାଟ୍ରିକ ସ୍କଲାରଶିପ୍‌ (ମେଧାବୃତ୍ତି) ଓ ବିଭିନ୍ନ ଲୋକଙ୍କୁ ସୋଲାର ସଚେତନତା କାର୍ଯ୍ୟକ୍ରମ ଜରିଆରେ ଏଲ୍‌ଇଡି ବଲ୍‌ବ ଯୋଗାଇବା ଆଳରେ ଏକ ସଂସ୍ଥା ଓଡ଼ିଶାର ବିଭିନ୍ନ ଲୋକଙ୍କୁ ଫସାଇ ପ୍ରାୟ ୪ କୋଟି ଟଙ୍କା ଠକି ନେଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ଇଓଡବ୍ଲ୍ୟୁ ଝାଡ଼ଖଣ୍ଡ ରାଞ୍ଚତ୍ରୁ ଠକେଇ ସଂସ୍ଥା ‘ବାସ୍ତବ ଇଣ୍ଡିଆ ଟ୍ରଷ୍ଟ’ର ସଭାପତି ତନ୍‌ବିର୍‌ ନାଜିର୍‌ ଓ ସମ୍ପାଦକ ଅବଦୁଲ ହାସନାଇନ୍‌ଙ୍କୁ ଗିରଫ କରିଛି। ଗତ ରବିବାର ଉଭୟଙ୍କୁ ଗିରଫ ପରେ ରାଞ୍ଚତ୍ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରୁ ଇଓଡବ୍ଲ୍ୟୁ ଅଭିଯୁକ୍ତଦ୍ୱୟଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣି ମଙ୍ଗଳବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତମାନେ ‘ବାସ୍ତବ ଇଣ୍ଡିଆ ଟ୍ରଷ୍ଟ’ ନାଁରେ ଭୁବନେଶ୍ୱର ପଳାଶୁଣୀରେ ୨୦୨୨ ମାର୍ଚ୍ଚରେ ଅଫିସ ଖୋଲିଥିଲେ। ଏଥିସହ ସେମାନେ ଉକ୍ତ ଟ୍ରଷ୍ଟରେ ସୁନ୍ଦରଗଡ଼, ଭଦ୍ରକ, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର, ଢେଙ୍କାନାଳ ଆଦି ଜିଲାରେ ଡିଷ୍ଟ୍ରିକ୍ଟ ଓ ବ୍ଲକ୍‌ କୋର୍ଡିନେଟର ଭାବେ ବହୁ ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ କର୍ମଚାରୀଙ୍କ ମାଧ୍ୟମରେ ୨ଟି କାର୍ଯ୍ୟକ୍ରମ କରିଥିଲେ। ସେମାନେ ‘ସୋଲାର୍‌ ଆୱାର୍‌ନେସ’ ଓ ‘ଛୁଲୋ ଆସ୍‌ମାନ୍‌’ ନାମରେ ପ୍ରି-ମାଟ୍ରିକ୍‌ ସ୍କଲାରଶିପ୍‌ କ୍ୟାମ୍ପେନ କରି ଠକେଇ ଆରମ୍ଭ କରିଥିଲେ। ଅଭିଯୁକ୍ତମାନେ ‘ସୋଲାର୍‌ ଆୱାର୍‌ନେସ’ ଜରିଆରେ ମାଗଣାରେ ଏଲ୍‌ଇଡି ବଲ୍‌ବ ଯୋଗାଇଦେବାକୁ କହି ଲୋକଙ୍କଠାରୁ ମେମ୍ବରଶିପ୍‌ ଫି’ ବାବଦକୁ ୧୬୫୦ଟଙ୍କା ଲେଖାଏ ନେଇଥିଲେ। ସେହିପରି ଛୁଲୋ ଆସମାନ୍‌’ ନାମରେ ପ୍ରି-ମାଟ୍ରିକ୍‌ ସ୍କଲାରଶିପ୍‌ କ୍ୟାମ୍ପେନ କରି ଅଭିଭାବକଙ୍କୁ ଫସାଇ ୩ ହଜାର ଟଙ୍କାରେ ମେମ୍ବରସିପ୍‌ କରାଇଥିଲେ। ଏହା ପରିବର୍ତ୍ତେ ୨୪ ମାସ ପାଇଁ ସେମାନଙ୍କ ପିଲାମାନଙ୍କୁ ମାସକୁ ୧ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ ୧୦୦ ଜଣ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ ହଜାର ଟଙ୍କା ପଠାଇଥିଲେ। ଏହିପରି ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ୩୫୦୦ ଲୋକଙ୍କଠାରୁ ମୋଟ ୪ କୋଟି ଟଙ୍କା ଠକି ନେଇଥିବା ଇଓଡବ୍ଲ୍ୟୁ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହାପରେ ଗତ ନଭେମ୍ବର ୩୦ରେ ଏକ ମାମଲା (ନଂ.୨୧/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି, ଏହି ସଂସ୍ଥା ଝାଡ଼ଖଣ୍ଡ, ଦିଲ୍ଲୀ, ବିହାର ଆଦି ରାଜ୍ୟରେ ମଧ୍ୟ ଏହିପରି ଠକେଇ କରିଛନ୍ତି। ଏନେଇ ଉକ୍ତ ରାଜ୍ୟର ପୋଲିସକୁ ଜଣାଇଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri