ଦୁର୍ଦ୍ଦାନ୍ତ ଅପରାଧୀ ଜୁମାଙ୍କ ସମେତ ୪ ଗିରଫ

ଫୁଲନଖରା,୨୧ା୯(ଡି.ଏନ୍‌.ଏ.): ଗାଡ଼ି ଓ ସୁନା ଚୋରି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ କଟକ ସଦର ଥାନା ପୋଲିସ ଗରିଫ କରିଛି। ସେମାନେ ହେଲେ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳର ଅବଦୁଲ୍‌ ନାଦୀ ଖାଁ ଓରଫ ଜୁମା (୧୯),କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ନୂଆସାହିର ଦେବାଶିଷ ଭୂୟାଁ(୧୯), ଜଗତପୁର ଥାନା ଗଣିପୁରର ବିନୋଦ ବିହାରୀ ବିଶ୍ବାଳ,(୩୦), କେନ୍ଦ୍ରାପଡ଼ା ଗରାପୁର ଅଞ୍ଚଳର ଏସ୍‌ କେ ରୁସ୍ତମ(୩୭)। ପୋଲିସ ଏମାନଙ୍କ ୫ଟି ଗାଡ଼ି, ଦୁଇଟି ବାଇକ୍‌ ଯଥା ଦୁଇଟି ମାରୁତି ଅଲ୍ଟୋ (ଓଆର ୦୫ ଏମ୍‌ ୨୧୧୪), (ଓଆର.୨୧.୭୪୭୯),ଗୋଟିଏ ବୋଲେରୋ (ଓଆର ୦୫ ଏପି ୬୪୯୮),ଦୁଇଟି ବୋଲେରୋ ପିକ୍‌ଅପ ଭ୍ୟାନ୍‌ (ଓଡି ୦୫ଏସ୍‌ ୯୪୭୪), (ଓଡି ୦୨ ଇ ୯୩୪୬), ଦୁଇଟି ବାଇକ (ଏପି . ୩୯ ଏଫ୍‌ପି ୩୩୨୯), (ଡବ୍ଲ୍ୟୁ ୧୨ ଏଜେ ୮୨୫୦) ଓ ୬୧.୨୮ଗ୍ରାମ ସୁନା ଅଳଙ୍କାର ସହ ଗୋଟିଏ ମୋବାଇଲ। ପୋଲିସ କେସ୍‌ ନଂ୩୬୬/୨୨ରେ ଏକ ମାମଲା ରୁଜୁ କରି ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂତ୍ରରୁ ପ୍ରକାଶ, ଗତ ଅଗଷ୍ଟ ୨୧ରେ କଟକ ସଦର ଥାନା ଅନ୍ତର୍ଗତ ଅଢ଼ାଳିଆ ମୌଜାର ରମେଶ ସାହୁ ଏକ ଲିଖିତ ଅଭିଯୋଗ କରିଥିଲେ କି ତାଙ୍କର ଏକ ଅଲ୍ଟୋ କାର୍‌ (ଓ ଆର. ୨୧ – ୭୪୭୯)ଘର ସମ୍ମୁଖରୁ କେହି ବିଳମ୍ବିତ ରାତିରେ ଚୋରି କରି ନେଇଯାଇଛି । ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ ପ୍ରଥମେ କେନ୍ଦ୍ରାପଡ଼ାର ଏସ୍‌କେ ରୁସ୍ତକକୁ ଗିରଫ କରି ତାଙ୍କଠାରୁ ଚୋରି ଯାଇଥିବା ଅଲ୍ଟୋକୁ ଜବତ କରି ଅଧିକ ତଦନ୍ତ ଚଳାଇଥିଲା। ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ଏଥିରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ସଂଶ୍ଳିଷ୍ଟ ରହି ରାଜ୍ୟ ବାହାରେ ସୁନା ଅଳଙ୍କାର ସହ ଗାଡ଼ି ଚୋରିକରିଛନ୍ତି। ପରେ ପୋଲିସ ଅବଦୁଲ ନାଦୀ ଖାଁ, ଦେବାଶିଷ ଭୂୟାଁ,ବିନୋଦ ବିହାରୀ ବିଶ୍ବାଳକୁ ଗିରଫ କରିଥିଲା। ପୋଲିସ ସେମାନଙ୍କ ଠାରୁ ସୁନା ଅଳଙ୍କାର ସହ ୪ ଟି ଗାଡ଼ି ଓ ଦୁଇଟି ବାଇକ୍‌ ବି ଜବତ କରିଥିଲା। ଅଭିଯୁକ୍ତ ଅବଦୁଲ ନାଦୀ ଖାଁ ଓରଫ ଜୁମା ନାମରେ ଆନ୍ତଃରାଜ୍ୟ ଆନ୍ଧ୍ରପ୍ରଦେଶ, ଶ୍ରୀକାକୁଲମ ଓ ଓଡ଼ିଶାର ବିଭିନ୍ନ ଥାନାରେ ୧୭ଟି ମାମଲା ସହ ଗାଡ଼ି ଚଢ଼ାଇ ମାରି ଖସି ଯିବା ଭଳି ସଙ୍ଗୀନ କେସ୍‌ ଥିବା ଡିସିପି ପିନାକ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri