ଶିକ୍ଷକ ବାପ, ପୁଅଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୨୫ା୪: ବ୍ରହ୍ମପୁର ପୋଲିସ ଏକ ଆନ୍ତଃରାଜ୍ୟ ଜାଲ୍‌ ସାର୍ଟିଫିକେଟ୍‌ କାରବାରର ପର୍ଦ୍ଦାଫାଶ କରିଛି। ନକଲି ସାର୍ଟିଫିକେଟ୍‌ ପ୍ରଦାନ କରୁଥିବା ଏକ ର଼୍ୟାକେଟକୁ ଧରିଛି। ଏହି ର଼୍ୟାକେଟର ମାଷ୍ଟରମାଇଣ୍ଡ ଶିକ୍ଷକ, ତାଙ୍କ ଡାକ୍ତରୀ ପଢୁଆ ପୁଅଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମର ଦୈତାରି ବେହେରା(୫୨), ତାଙ୍କୁ ସହଯୋଗ କରୁଥିବା ତାଙ୍କ ଡାକ୍ତରୀ ପଢୁଥିବା ପୁଅ ଅମୃତ ପ୍ରସାଦ ବେହେରା (୨୫), ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ (୩୯) ଓ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର କିଶୋର କୁମାର ବେହେରା(୫୨)। ମାମଲା ନମ୍ବର ୧୧୩/୨୩ରେ ଗିରଫ ପରେ ଏମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଦୈତାରି ଖଲ୍ଲିକୋଟ ବ୍ଲକ ଦେବୀଝର ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରୁଥିଲେ, କିନ୍ତୁ କୌଣସି କାରଣ ପାଇଁ ନିଲମ୍ବିତ ହୋଇଛନ୍ତି।
ପ୍ରକାଶ ଯେ, ପ୍ରଶାନ୍ତ କୁମାର ସାହୁ ଢେଙ୍କାନାଳରେ ଏକ ଜେରକ୍ସ ସେଣ୍ଟର୍‌ ଖୋଲିଥିଲେ। ସେ ସେହି ଦୋକାନରେ କମ୍ପ୍ୟୁଟର ଦ୍ୱାରା ନକଲି ସାର୍ଟିଫିକେଟ୍‌ ପ୍ରସ୍ତୁତ କରୁଥିଲେ। କିଶୋର କୁମାର ବେହେରା ସାର୍ଟିଫିକେଟ୍‌ ପ୍ରସ୍ତୁତ ପାଇଁ ଆବଶ୍ୟକ କାଗଜ କଟକରୁ ପଠାଉଥିଲେ ବୋଲି ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କ ଘର ଓ ଦୋକାନରୁ ବିପୁଳ ପରିମାଣର ମାଟ୍ରିକ୍‌ଠାରୁ ଆରମ୍ଭ କରି +୨ ସାର୍ଟିଫିକେଟ୍‌, ଧନ୍ଦାମୂଳକ ଶିକ୍ଷା, ଇଞ୍ଜିନିୟରିଂ, ହୋମିଓପାଥି ଡାକ୍ତରୀ ସାର୍ଟିଫିକେଟ୍‌, ଏପରିକି ଆନ୍ଧ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜର ବିଏଡ୍‌ ସାର୍ଟିଫିକେଟ୍‌, ଛତିଶଗଡ଼ର ମାଟ୍ରିକ୍‌ ସାର୍ଟିଫିକେଟ ଆଦି ଜବତ କରାଯାଇଛି। ଏଥିସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଲୋଗୋ, ଅଧିକାରୀଙ୍କ ଷ୍ଟାମ୍ପ, କମ୍ପ୍ୟୁଟର, ହାର୍ଡଡିସ୍କ ଓ ପ୍ରିଣ୍ଟର୍‌ ଆଦି ପୋଲିସ ଜବତ କରିଛି। ସେହିପରି ଦୈତାରିଙ୍କ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପୋଲିସ ଫ୍ରିଜ୍‌ କରିଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗୋଷାଣୀନୂଆଗଁା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିବା ମନୋରଞ୍ଜନ ଗୌଡ଼ ଅଭିଯୁକ୍ତ ଦୈତାରିଙ୍କ ସହଯୋଗରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ବିଏଡ୍‌ ପାଇଁ ତାଙ୍କ ସ୍ତ୍ରୀଙ୍କ ନାମ ଲେଖାଇଥିଲେ। ୨୦୧୯ରେ ତାଙ୍କର ବିଏଡ୍‌ ପାଠ୍ୟକ୍ରମ ଶେଷ ହୋଇଥିଲା। କିନ୍ତୁ ସାର୍ଟିଫିକେଟ୍‌ ଦେବା ପରିବର୍ତ୍ତେ ସେ ନାନା ବାହାନା କରୁଥିଲେ। ମନୋରଞ୍ଜନ ନିଜେ ବିଶ୍ୱବିଦ୍ୟାଳୟ ଯାଇ ସାର୍ଟିଫିକେଟ୍‌ ଆଣିବାକୁ କହିବାରୁ, ଦୈତାରି ଏହାକୁ ବାରଣ କରିବା ସହ ୪ଟି ସେମିଷ୍ଟର ପରୀକ୍ଷାଫଳ ଓ ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଦେଇଥିଲେ। ଏସବୁ ବାବଦରେ ମନୋରଞ୍ଜନଙ୍କଠାରୁ ସେ ଲକ୍ଷାଧିକ ଟଙ୍କା ନେଇଥିଲେ। କିନ୍ତୁ ଏହି ସାର୍ଟିଫିକେଟକୁ ନେଇ ସନ୍ଦେହ ହେବାରୁ ମନୋରଞ୍ଜନ ଗୁଣ୍ଠୁରରେ ଥିବା ବିଶ୍ୱବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ବୁଝିବାରୁ, ତାଙ୍କ ସ୍ତ୍ରୀଙ୍କ ପ୍ରଥମ ଓ
ତୃତୀୟ ସେମିଷ୍ଟର ପରୀକ୍ଷାଫଳ ସ୍ଥଗିତ (ଉଇଥ୍‌ହେଲ୍ଡ) ହୋଇଛି। ତାଙ୍କୁ ଯେଉଁ ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଦିଆଯାଇଛି ତାହା ନକଲି। ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଏହାର ପର୍ଦ୍ଦାଫାଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri