ଅବକାରୀ ଚଢ଼ାଉ: ୪ ଗିରଫ, ୩ ଫେରାର


କଟକ,୧୭ା୧ (କାର୍ତ୍ତିକ ସାହୁ): ଜିଲା ଅବକାରୀ ବିଭାଗ ତିଗିରିଆ ଥାନା ଅଞ୍ଚଳରେ ବୁଧବାର ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣର ମଦ ଓ ପୋଚ ଜବତ କରିଛି।
ସୂଚନା ଅନୁସାରେ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ାର ପଣସପାଟଣା ଗାଁରେ ଚନ୍ଦ୍ରମଣି ସାହୁଙ୍କ ଘରେ ବୁଧବାର  ଚଢ଼ାଉ ହୋଇଥିଲା। ଚନ୍ଦ୍ରମଣି ତାଙ୍କ ଘରେ ମଦ ଗଚ୍ଛିତ ରଖି ଚୋରା କାରବାର କରୁଥିବା ଖବର ଅବକାରୀ ବିଭାଗ ପାଇଥିଲା। ଘର ଭିତରୁ ୧୫୦୦ ଲିଟର ମଦ ପୋଚ ଓ ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିଲା। ଅବକାରୀ ବିଭାଗ ଚନ୍ଦ୍ରମଣିଙ୍କ ସମେତ ପରିବାର ସଦସ୍ୟଙ୍କ ବିରୋଧରେ ଚୋରା ମଦ କାରବାର ମାମଲା ରୁଜୁ କରିଛି। ସେହିଭଳି ପଣସପାଟଣାର ସତ୍ୟପ୍ରକାଶ ମହାନ୍ତି(୨୪) ଓ ରାମ ଗୋବିନ୍ଦ ମହାପାତ୍ର(୨୦)କୁ ଗିରଫ କରିଛି। ଏମାନଙ୍କ ଠାରୁ ୪୦ ଲିଟର ବେଆଇନ ମଦ ଜବତ ହୋଇଛି। ଏଥିସହ ତିଗିରିଆ ଅଞ୍ଚଳର ଗୌତମ ପ୍ରଧାନ ଓ ଦୀପକ ପଣ୍ଡାଙ୍କୁ ଗିରଫ କରି ତାଙ୍କ ନିକଟରୁ ୯୬୦ ଲିଟର ଦେଶୀ ରନ୍ଧା ମଦ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଛି, ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।
ଏହାବାଦ ୫୨୫୦ ଲିଟର ଗୁଡ଼ ପୋଚ, ୪୨୫ ଲିଟର ଦେଶୀ ମଦ ଜବତ ପରେ ନଷ୍ଟ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ତିନି ଜଣ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଅବକାରୀ ଏସପି ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ଅବକାରୀ ଡିଏସପି ପ୍ରମୋଦ ପଣ୍ଡା ନେତୃତ୍ୱରେ ଚଢ଼ାଉ ହୋଇଥିଲା। ସଦର ଇନ୍ସପେକ୍ଟର ଶୃତିକାନ୍ତ ରାଉତ, କଟକ-୨ ଓଆଇସି ଦୁଃଖୀଶ୍ୟାମ ଟୁଡୁ, ଏଏସଆଇ କମଳାକାନ୍ତ ବେହେରା, ଆଶିଷ ପ୍ରଧାନ, ସୌମ୍ୟ ବେହେରା, ଆଶିଷ ଦାସ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri