ମଙ୍ଗଳସୂତ୍ର ଝାମ୍ପି ୪ ଗିରଫ

ହିଞ୍ଜିଳିକାଟୁ,୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମକରଝୋଳ ଛକଠାରେ ଗତ ଫେବୃୟାରୀ ୨୫ରେ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍‌ ଘଟଣାରେ ବୁଧବାର ୪ ଜଣଙ୍କୁ ହିଞ୍ଜିଳି ପୋଲିସ ଗିରଫ କରିଛି। ଗିରଫ ଳୁଟେରାମାନେ ହେଲେ ଆସିକା ଥାନା ପି ନୂଆପଲ୍ଲୀର ପି.ମାଧବ ଓ କୋଦଳାର ପି.ସୁବାସ। ଚୋରି ସୁନାକୁ ଆସିକା ଅଞ୍ଚଳର ୨ଜଣ ସୁନା ବେପାରୀ କିଣିିଥିଲେ। ଚୋରି ସୁନା କିଣିଥିବା ଆସିକାର ୨ ବେପାରୀ ଏ ତାରିଣୀ ଆଚାରୀ ଓ ପ୍ରଶାନ୍ତ କୁମାର ମହାରଣାଙ୍କୁ ମଧ୍ୟ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୧୧ ଗ୍ରାମ ତରଳ ସୁନା ପୋଲିସ ଜବତ କରିଛି। ଗିରଫ ୨ ଅଭିଯୁକ୍ତ ଚୋରି ଘଟଣାରେ ବ୍ୟବହାର କରିଥିବା ଗୋଟିଏ ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି।


ପ୍ରକାଶ ଯେ, ଗତ ଫେବୃୟାରୀ ୨୫ରେ ମକରଝୋଳ ଗ୍ରାମର ଦମ୍ପତି ଏନ୍‌ ଶୁକ୍ର ଓ ଏନ୍‌ ରତ୍ନମାଳା ବାଇକ୍‌ରେ ଗାଁରୁ ବାହାରି କଞ୍ଚୁରୁ ଛକ ଯାଉଥିଲେ। ମକରଝୋଳ ଛକରେ ହଠାତ ପଛରୁ ୨ ଜଣ ଆସି ବାଇକ୍‌ ପଛରେ ବସିଥିବା ରତ୍ନମାଳାଙ୍କ ବେକରୁ ମଙ୍ଗଳସୂତ୍ରକୁ ଝାମ୍ପିଥିଲେ। ରତ୍ନମାଳା ବାଇକ୍‌ରୁ ଖସି ପଡ଼ି ଆହତ ହୋଇଥିଲେ। ଏହି ସମୟରେ ରତ୍ନମାଳାଙ୍କ ମୋବାଇଲ ଓ ମଙ୍ଗଳସୂତ୍ରର କିଛି ଅଂଶ ଧରି ଲୁଟେରାମାନେ ଘଟଣାସ୍ଥଳରୁ ଏକ ବାଇକରେ ହିଞ୍ଜିଳିକାଟୁ ଦିଗରେ ଚମ୍ପଟ ମାରିଥିଲେ। ଲୁଟ୍‌ ଶିକାର ଏନ ରତ୍ନମାଳା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଥାନାରେ ନଂ ୧୨୦/୨୩ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri