Advertisement

ନିର୍ମାଣ ସାମଗ୍ରୀ ଚୋରି ଅଭିଯୋଗରେ ବନ୍ଧା ହେଲେ ୪ ଅଭିଯୁକ୍ତ

ହିଞ୍ଜିଳିକାଟୁ,୧୭।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହୁଲପଲୀଠାରେ ଏକ ଡ୍ରେନ ନିର୍ମାଣ ନିମନ୍ତେ ଠିକାଦାରଙ୍କ ୩୦ ସ୍ଲଟର ପ୍ଲେଟ୍‌ ଚୋରି ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରତନପୁର ଗାଁର ଶରତ ଦାସ, ସୁବାସ ଦାସ, ଜଗନ୍ନାଥ ଦାସ ଓ ଆଙ୍କୁଶପୁର ଗ୍ରାମର ଗଣେଶ ସାହୁ ।ସୂଚନାଯୋଗ୍ୟ,ମହୁଲପଲୀ ଗାଁର ଠିକାଦାର ଆର କୁଞ୍ଜବିହାରୀ ମହୁଲପଲୀ ଗାଁରେ ଏକ ଡ୍ରେନ ନିର୍ମାଣ ପାଇଁ ସରକାରୀ କାର୍ଯ୍ୟ ଠିକା ନେଇଥିଲେ। ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ କାର୍ଯ୍ୟ ବନ୍ଦ ରହିଥିଲା। ତେବେ ଠିକାଦାର ଡ୍ରେନ ନିର୍ମାଣ ପାଇଁ ସେଠାରେ ୬୦ ସ୍ଲଟର ପ୍ଲେଟ୍‌ ରଖିଥିଲେ। ଗତ ୧୩ ତାରିଖରେ ଠିକାଦାରଙ୍କ ୩୦ ସ୍ଲଟର ପ୍ଲେଟ୍‌ ନ ଥିବା ସହ ୨ ଜଣ ସେହି ସ୍ଥାନରେ ଏକ ବାଇକ୍‌ରେ ଥିବା ସେ ଦେଖିଥିଲେ। ହେଲେ ଠିକାଦାରଙ୍କୁ ଦେଖି ବାଇକ୍‌ ଛାଡି ୨ଜଣ ସ୍ଥାନରୁ ଖସି ପଳାଇଥିଲେ। ଏନେଇ ଠିକାଦାର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୋଗ କ୍ରମେ ନଂ- ୫୫୯/୨୨ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ରବିବାର ଉକ୍ତ ସ୍ଲଟର ପ୍ଲେଟ୍‌ ଚୋରି ଘଟଣାରେ ରତନପୁର ଗାଁର ୩ ଅଭିଯୁକ୍ତଙ୍କୁ ଓ ପ୍ଲେଟ୍‌ କିଣିଥିବା ଅଙ୍କୁଶପୁର ଗାଁର ଗଣେଶ ସାହୁଙ୍କୁ ପୋଲିସ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରାଯାଇଛି ବୋଲି ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ କରି ଧରିଥିଲେ ହାତ: ତଣ୍ଟି କାଟି ଜୀବନ ନେଲେ ସ୍ବାମୀ

ଖୋର୍ଦ୍ଧା ଅଫିସ,୧୦।୧୦: ଶ୍ୱଶୁର ଘରେ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଗୁରୁଜଙ୍ଗରେ। ମୃତା ମହିଳା...

୩୨.୭୨ ହେକ୍ଟର ଜମି ପାଇଁ ଅଟକିଛି ପ୍ରକଳ୍ପ

ଯାଜପୁର ଅଫିସ,୧୫ା୨:ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଓଡ଼ିଶାର ଉତ୍ତର ପଶ୍ଚିମ ଭାଗରେ କାର୍ଯ୍ୟ କରୁଛି। ଏହି କ୍ଷେତ୍ର ତଥା ଦେଶର ଅନ୍ୟାନ୍ୟ ଅଂଶକୁ ସେବା ଯୋଗାଇବା...

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ: ଚେକ୍‌ ଇସ୍ୟୁ କରିବା ପାଇଁ ୧୪ ହଜାର ଲାଞ୍ଚ ମାଗିଥିଲେ

ବରଗଡ଼ ଅଫିସ, ୧୯।୫: ବରଗଡ଼ ଜିଲା ବିଜେପୁର ଏନ୍‌ଏସି ଅଫିସରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ମାନସ କୁମାର ଦାଶ ମଙ୍ଗଳବାର ସମ୍ବଲପୁର ଡିଭିଜନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।...

ବୁଗୁଡ଼ାରେ ଦଶମ ଶ୍ରେଣୀ ପରୀକ୍ଷା ଦେଲେ ୫୯ ଛାତ୍ରୀଛାତ୍ର

ବୁଗୁଡ଼ା,୩୦ା୭(ଡି.ଏନ୍‌.ଏ.): ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ପରେ ପ୍ରାପ୍ତ ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ର ଏବଂ ସି-କୋର୍ସ ବିଦ୍ୟାର୍ଥୀଙ୍କ ପରୀକ୍ଷା ଶୁକ୍ରବାର ବୁଗୁଡ଼ା...

ସହରରେ ଏରାଗୁଲା ଗ୍ୟାଙ୍ଗ୍‌ ସକ୍ରିୟ

ଅନୁଗୋଳ ଅଫିସ, ୧୧ା୧୧: ଅନୁଗୋଳ ଥାନା ଅଞ୍ଚଳରେ ବଢ଼ୁଛି ଲୁଟ୍‌ପାଟ। କିଛିଦିନ ହେଲା ସହରରେ ସକ୍ରିୟ ରହିଛନ୍ତି ଏରାଗୁଲା ଗ୍ୟାଙ୍ଗ। ସ୍ପଷ୍ଟ ଦିବାଲୋକରେ ସେମାନେ ନାନା...

ଶିକ୍ଷା ହିଁ ସାମାଜିକ ବିପର୍ଯ୍ୟୟରୁ ମୁକ୍ତିର ବାଟ

ବଲାଙ୍ଗୀର ଅଫିସ, ୪ା୬ ଆମ ସମାଜରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି ା ଏହା ଆମ ସାମାଜିକ ଜୀବନକୁ ପ୍ରଭାବିତ କରୁଛି ା ତେବେ ଏଥିରୁ...

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ

ଫୁଲବାଣୀ ଅଫିସ, ୨୦ା୫-କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦୁପତ୍ର ଫଡିରେ...

କେନାଲ କାମରେ ଅନିୟମିତତା

ହାଟଡିହୀ,୭ା୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ...

Advertisement
Archives

Model This Week