ଚୋରି ଘଟଣାର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମରେ ଗତ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଚୋରି ସାମଗ୍ରୀ ଜବତ ସହିତ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ରେଙ୍ଗାଲପାଲି ଗ୍ରାମର ବଳିଷ୍ଠ ସେଠ(୨୬), ପଦ୍ମଲୋଚନ ସାହୁ(୩୫), ବିଶନାଥ ଦୀପ(୨୭) ଏବଂ ସୁଶିଲ ଭୋଇ (୨୯) । ସେମାନଙ୍କ ପାଖରୁ ଗଡୁ, ଗରିଆ, ଖୁରି,ପୂଜାଥାଳି ଆଦି ଉଦ୍ଧାର ହୋଇଛି।
ପ୍ରକାଶ ଥାଉକି, ଗତ ୧ ତାରିଖ ବିଳମ୍ବିତ ରାତିରେ ଉପରୋକ୍ତ ଅଭିଯୁକ୍ତମାନେ ଗୃହକର୍ତ୍ତା ରାଜ କିଶୋର ଦାଶଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ଘର କବାଟ, ଗଡ୍ରେଜ୍‌ ଭାଙ୍ଗି ଚୋରି କରିଥିଲେ। ଏ ନେଇ ରାଜ କିଶୋର ସଦର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା (ନଂ-୨୫୫/୨୦୨୦) ରୁଜୁ କରି ତଦନ୍ତ ଚଳାଇଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି ବୋଲି ସଦର ଥାନା ଅଧିକାରୀ ଦିଲ୍ଲିପ କୁମାର ବେହେରା ସୂଚନା ଦେଇଛନ୍ତି।