୬ଦିନରେ ୪.୭୫କୁଇଣ୍ଟାଲ ଗଞ୍ଜେଇ ଜବତ

ସୋନପୁର,୧।୩(ନି.ପ୍ର.): ଆକ୍ସନ ମୁଡରେ ଏବେ ସୁବର୍ଣ୍ଣପୁର ଜିଲା ଅବକାରୀ ବିଭାଗ। ମଙ୍ଗଳବାର ଅବକାରୀ ବିଭାଗର ଜିଲା ମୋବାଇଲ ଟିମ୍‌ ସୋନପୁର ଥାନା ହରଡଖୋଲ ନିକଟରେ ଚଢାଉ କରି କାରରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଆକାଶ ସାହୁ(୨୦)ଙ୍କୁ ଗିରଫ କରିଛି। ଆକାଶଙ୍କ କାରରୁ ୧୫କିଲୋ ଗଞ୍ଜେଇ ଜବତ କରାଯାଇଛି। ଆକାଶଙ୍କ ଘର ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଞ୍ଚଳରେ। ସେ କୁଣ୍ଡମାଳରୁ ହରଡଖୋଲକୁ ଗଞ୍ଜେଇ ବିକ୍ରି କରିବାକୁ ଆସିଥିଲେ। ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ସୁଇଫ୍ଟ ଡିଜାୟାର କାର ଓଡି୧୫ଯୁ-୫୬୪୧କୁ ଜବତ କରିଛି । ଏହି ଘଟଣାରେ ଆକାଶଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଜଣେ କଲେଜ ଛାତ୍ର ବୋଲି ଜଣାପଡିଛି। ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ପ୍ରକାଶ କୁମାର ସା, ସବ୍‌ ଇନ୍ସପେକ୍ଟର ବଲବୀର ଗଡନାୟକ ଓ ମୋବାଇଲ ଟିମ୍‌ର କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ।
ଗତ ୨୩ ତାରିଖରେ ବିଭାଗ ପକ୍ଷରୁ ବ୍ଲକ ଛକରେ ପାଟ୍ରୋଲିଂ ସମୟରେ ବେସରକାରୀ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣକୁ ଧରିଥିଲା। ଛତିଶଗଡକୁ ଚୋରାଚାଲଣ ହେଉଥିବା ୪କୁଇଣ୍ଟାଲ ୨୦କିଲୋ ଗଞ୍ଜେଇ ଜବତ ହେବା ସହିତ ଛତିଶଗଡର ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା। ଗତ ୨୫ତାରିଖରେ କନ୍ଧମାଳ ଜିଲା ମୋହନା ଅଞ୍ଚଳରୁ ଏକ କାରରେ ବିହାରକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବାବେଳେ ଜିଲା ଅବକାରୀ ବିଭାଗ ହାତରେ ଧରା ପଡିଥିଲା। ଅବକାରୀ ଟିମ୍‌ ମହିନ୍ଦ୍ରା କେୟୁଭି ୧୦୦ କାର ଓ ୪୦ କିଲୋ ଗଞ୍ଜେଇ ଜବତ କରିଥିଲେ। ଏହି ଘଟଣାରେ ବିହାରର ୨ ଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ତତ୍ପରତା ପ୍ରକାଶ କରୁ ନ ଥିଲା ବେଳେ ଅବକାରୀ ବିଭାଗ ଗତ ୬ ଦିନ ଭିତରେ କେବଳ ସୋନପୁର ଥାନା ଅଞ୍ଚଳରୁ ୩ଟି କେସରେ ୪ଜଣଙ୍କୁ ଗିରଫ କରିଛି। ଗୋଟିଏ ଆମ୍ବୁଲାନ୍ସ, ୨ଟି କାର ଓ ୪କୁଇଣ୍ଟାଲ ୭୫ଜବତ
ହୋଇଛି। ଅବକାରୀ ବିଭାଗର
ସକ୍ରିୟତା ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଚିନ୍ତାରେ ପକାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri