୬ଦିନରେ ୪.୭୫କୁଇଣ୍ଟାଲ ଗଞ୍ଜେଇ ଜବତ

ସୋନପୁର,୧।୩(ନି.ପ୍ର.): ଆକ୍ସନ ମୁଡରେ ଏବେ ସୁବର୍ଣ୍ଣପୁର ଜିଲା ଅବକାରୀ ବିଭାଗ। ମଙ୍ଗଳବାର ଅବକାରୀ ବିଭାଗର ଜିଲା ମୋବାଇଲ ଟିମ୍‌ ସୋନପୁର ଥାନା ହରଡଖୋଲ ନିକଟରେ ଚଢାଉ କରି କାରରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଆକାଶ ସାହୁ(୨୦)ଙ୍କୁ ଗିରଫ କରିଛି। ଆକାଶଙ୍କ କାରରୁ ୧୫କିଲୋ ଗଞ୍ଜେଇ ଜବତ କରାଯାଇଛି। ଆକାଶଙ୍କ ଘର ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଞ୍ଚଳରେ। ସେ କୁଣ୍ଡମାଳରୁ ହରଡଖୋଲକୁ ଗଞ୍ଜେଇ ବିକ୍ରି କରିବାକୁ ଆସିଥିଲେ। ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ସୁଇଫ୍ଟ ଡିଜାୟାର କାର ଓଡି୧୫ଯୁ-୫୬୪୧କୁ ଜବତ କରିଛି । ଏହି ଘଟଣାରେ ଆକାଶଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଜଣେ କଲେଜ ଛାତ୍ର ବୋଲି ଜଣାପଡିଛି। ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ପ୍ରକାଶ କୁମାର ସା, ସବ୍‌ ଇନ୍ସପେକ୍ଟର ବଲବୀର ଗଡନାୟକ ଓ ମୋବାଇଲ ଟିମ୍‌ର କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ।
ଗତ ୨୩ ତାରିଖରେ ବିଭାଗ ପକ୍ଷରୁ ବ୍ଲକ ଛକରେ ପାଟ୍ରୋଲିଂ ସମୟରେ ବେସରକାରୀ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣକୁ ଧରିଥିଲା। ଛତିଶଗଡକୁ ଚୋରାଚାଲଣ ହେଉଥିବା ୪କୁଇଣ୍ଟାଲ ୨୦କିଲୋ ଗଞ୍ଜେଇ ଜବତ ହେବା ସହିତ ଛତିଶଗଡର ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା। ଗତ ୨୫ତାରିଖରେ କନ୍ଧମାଳ ଜିଲା ମୋହନା ଅଞ୍ଚଳରୁ ଏକ କାରରେ ବିହାରକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବାବେଳେ ଜିଲା ଅବକାରୀ ବିଭାଗ ହାତରେ ଧରା ପଡିଥିଲା। ଅବକାରୀ ଟିମ୍‌ ମହିନ୍ଦ୍ରା କେୟୁଭି ୧୦୦ କାର ଓ ୪୦ କିଲୋ ଗଞ୍ଜେଇ ଜବତ କରିଥିଲେ। ଏହି ଘଟଣାରେ ବିହାରର ୨ ଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ତତ୍ପରତା ପ୍ରକାଶ କରୁ ନ ଥିଲା ବେଳେ ଅବକାରୀ ବିଭାଗ ଗତ ୬ ଦିନ ଭିତରେ କେବଳ ସୋନପୁର ଥାନା ଅଞ୍ଚଳରୁ ୩ଟି କେସରେ ୪ଜଣଙ୍କୁ ଗିରଫ କରିଛି। ଗୋଟିଏ ଆମ୍ବୁଲାନ୍ସ, ୨ଟି କାର ଓ ୪କୁଇଣ୍ଟାଲ ୭୫ଜବତ
ହୋଇଛି। ଅବକାରୀ ବିଭାଗର
ସକ୍ରିୟତା ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଚିନ୍ତାରେ ପକାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?