କେନ୍ଦ୍ରାପଡ଼ା ଜିଲାରେ ୪,୨୮୬ ଶିଶୁ ଅପପୁଷ୍ଟିର ଶିକାର

କେନ୍ଦ୍ରାପଡ଼ା ଅଫିସ,୮ା୭: କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଯୋଜନା ପ୍ରଣୟନ କରୁଛନ୍ତି। ପ୍ରଣୀତ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଅର୍ଥ ମଞ୍ଜୁର ହେଉଛି। ହେଲେ କେନ୍ଦ୍ରାପଡ଼ା ଜିଲାର ଶିଶୁଙ୍କ ସମ୍ପର୍କରେ ଯେଉଁ ତଥ୍ୟ ବିଭାଗୀୟ କାର୍ଯ୍ୟାଳୟରୁ ମିଳିଛି, ତାହା ଯୋଜନା କାର୍ଯ୍ୟକାରିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା ଶିଶୁ ଓ ମହିଳା କଲ୍ୟାଣ ବିକାଶ କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ, ୨୦୨୨ ଜୁନ ୩୦ ତାରିଖ ସୁଦ୍ଧା ଜିଲାର ଶୂନ୍‌ରୁ ୫ ବର୍ଷ ବୟସର ଶିଶୁଙ୍କ ସଂଖ୍ୟା ୧,୦୫,୦୯୬। ଏଥିମଧ୍ୟରୁ ୧,୦୪,୩୭୪ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କାର୍ଯ୍ୟାଳୟ ନିକଟରେ ତଥ୍ୟ ରହିଛି। ୧,୦୨,୩୦୩ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ବେଳେ ୧୯୬୩ ଶିଶୁଙ୍କ ସ୍ଥିତି ଚଳନୀୟ। ତେବେ ୨୦୭୧ ଶିଶୁଙ୍କ ଓଜନ ଆବଶ୍ୟକତାଠାରୁ କମ୍‌ ରହିଛି। ଏହା ବ୍ୟତୀତ ୧୦୮ ଜଣ ଶିଶୁଙ୍କ ଓଜନ ଅବସ୍ଥା ସାଂଘାତିକ ଥିବାବେଳେ ୧୩୭ ଜଣ ଶିଶୁଙ୍କ ଅବସ୍ଥା ଉଦ୍‌ବେଗଜନକ ଅଛି। ସେହିପରି ରାଜକନିକା, ମାର୍ଶାଘାଇ ବ୍ଲକ ଅଞ୍ଚଳରେ ୨ ଜଣ ଲେଖାଏ ଓ ଡେରାବିଶ, ପଟ୍ଟାମୁଣ୍ଡାଇ ଏବଂ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ଜଣେ ଲେଖାଏ ଶିଶୁଙ୍କ ନିରନ୍ତର ଚିକିତ୍ସାର ଆବଶ୍ୟକତା ରହିଛି। ମୋଟ ଉପରେ ୪,୨୮୬ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା କୁହାଯାଇଛି। ଏହି ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରୁଛି। ସେହିପରି ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ, ଜିଲାର ୧୮୫ପୁଅ ଓ ୧୫୭ ଝିଅ ଅନାଥ ଅବସ୍ଥାରେ ଅଛନ୍ତି। ଅପରପକ୍ଷରେ ମୋଟ ୫,୪୪୧ ଶିଶୁ ଜଣକିଆ ଅଭିଭାବକଙ୍କ ନିକଟରେ ଅଛନ୍ତି। ସଂଖ୍ୟାଧିକ ଶିଶୁକନ୍ୟାଙ୍କୁ ପେଟ ଚିନ୍ତା ଅଧିକ ଘାରିଛି। ମା’ ଅଥବା ବାପାଙ୍କ ଜଣକିଆ ହେପାଜତରେ ଥିବା ଶିଶୁଙ୍କ ମଧ୍ୟରୁ ଶିକ୍ଷା ମହରଗ ପାଲଟିଛି। ବିଶେଷକରି ଏହି ଅନାଥଙ୍କ ମଧ୍ୟରୁ ୮୮ ଶିଶୁଙ୍କୁ ଜେଜେମା’, ଜେଜେବାପା ପରିଣତ ବୟସରେ ଲାଳନପାଳନ କରୁଛନ୍ତି। ବିଭିନ୍ନ କାରଣ ପାଇଁ ଜିଲାରେ ଅସୁରକ୍ଷିତ ଶୈଶବର କୋହ ବଢୁଛି ବୋଲି ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ଇଂ. ନଳିନୀକାନ୍ତ ରଥ, ଅମରବର ବିଶ୍ୱାଳ, ସୁନୀଲ କୁମାର ଗନ୍ତାୟତ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଦାରିଦ୍ର୍ୟ ଏହାର ମୁଖ୍ୟ କାରଣ ହୋଇଥିଲେ ମଧ୍ୟ ବାଲ୍ୟ ବିବାହ, ପ୍ରେମ ବିବାହ, ଯୋଗାଯୋଗର ଅଭାବ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବହୁ ଅବ୍ୟବସ୍ଥା କେନ୍ଦ୍ରାପଡ଼ା ଜିଲାରେ ଅଛି। ଜିଲାର ଉପାନ୍ତ ଅଞ୍ଚଳରେ ଅପପୁଷ୍ଟି ଓ ଅନାଥଙ୍କ ସଂଖ୍ୟା ଅଧିକ ରହିଛି। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ କବଳରେ ରହିଛି। ଏହି ସମ୍ପ୍ରଦାୟ ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେଉଛନ୍ତି। ଏପରି କି ପ୍ରେମ ବିବାହ ଏଠାରେ ଏକ ସାଧାରଣ କଥା ହୋଇଛି। ଜଣେ ଅପରିପକ୍ୱ ନାବାଳିକାଙ୍କ ଦ୍ୱାରା ସନ୍ତାନ ଜନ୍ମ ଫଳରେ ଅପପୁଷ୍ଟି ବଢୁଛି। ସେହିପରି ଜିଲାର ଭୌଗୋଳିକ ସ୍ଥିତି ଅନୁଯାୟୀ ଗମନାଗମନ ପଥ ସୁଗମ ନୁହେଁ। ୧୭ ପଞ୍ଚାୟତକୁ ସିଧାସଳଖ ରାସ୍ତା ନାହିଁ। ଏମାନଙ୍କ ସୁରକ୍ଷା ପାଇଁ ପ୍ରଣୀତ ବିଭିନ୍ନ ଯୋଜନା ତୃଣମୂଳସ୍ତରରେ ଅଧିକାଂଶ ପ୍ରଶାସନିକ ଅଧିକାରୀଙ୍କ ଅସହଯୋଗ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ବଢୁଛି। ଏ ନେଇ ବିଧିବଦ୍ଧ ଯାଞ୍ଚ କଲେ ଅନାଥ ଓ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ଅଧିକ ହେବ ବୋଲି ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜିଲା ଶିଶୁ ଓ ମହିଳା କଲ୍ୟାଣ ବିଭାଗ ଅଧିକାରୀ ଶଙ୍କର ଜେନାଙ୍କୁ ପଚାରିବାରେ ଜିଲାରେ ୨,୧୪୭ ଅଙ୍ଗନୱାଡି କେନ୍ଦ୍ର ଅଛି। ଏହି କେନ୍ଦ୍ରରେ ନିୟୋଜିତ କର୍ମୀ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ଖାଦ୍ୟ ଓ ଔଷଧ ପ୍ରଦାନ ଆଦି କ୍ଷେତ୍ରରେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ସେହିପରି ଭାରପ୍ରାପ୍ତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ପଚାରିବାରେ, ଜିଲାରେ ଥିବା ଅନାଥ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏମାନଙ୍କୁ ଥଇଥାନ ପାଇଁ ଯୋଜନା କରାଯାଉଛି। ଶିଶୁଙ୍କ ଭବିଷ୍ୟତ ସୁରକ୍ଷିତ ଭାବେ ଗଢ଼ିବାକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri