ଅଢ଼େଇ ବର୍ଷରେ ୪,୧୭୪ ଲାଇସେନ୍ସ ରଦ୍ଦ

ଢେଙ୍କାନାଳ ଅଫିସ,୨୬।୩:  ଗାଡ଼ିଚାଳକ ଫୁ’ କରିଦେଉଛନ୍ତି ଟ୍ରାଫିକ୍‌ ନିୟମ। ଟ୍ରାଫିକ୍‌ ପୋଷ୍ଟରେ ଲାଲ୍‌ ରଙ୍ଗର ବତି ଜଳୁଥିବା ସତ୍ତ୍ୱେ ଏହାକୁ ବେଖାତିର କରୁଛନ୍ତି। ବାଇକ୍‌ ଆରୋହୀମାନେ ବିନା ହେଲ୍‌ମେଟ୍‌ରେ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ୪ ଚକିଆ ଯାନର ଡ୍ରାଇଭର ଏବଂ ଯାତ୍ରୀ ବିନା ସିଟ୍‌ବେଲ୍ଟରେ ଯାତ୍ରା କରୁଛନ୍ତି। ଢେଙ୍କାନାଳ ଜିଲାର ବ୍ୟସ୍ତବହୁଳ ସଡ଼କରେ ଏଭଳି ଦୃଶ୍ୟ ନିତିଦିନିଆ ହୋଇଗଲାଣି। ଏଭଳି ବେପରୁଆ ଗାଡ଼ିଚାଳକଙ୍କୁ ସାବାଡ କରିବାକୁ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିୟମ ଭାଙ୍ଗିବା ଏବଂ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଅଭିଯୋଗରେ ଗତ ଅଢ଼େଇ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ୪,୧୭୪ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।
୨୦୨୧ରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୧୦୭୬ଟି ଲାଇସେନ୍ସ ରଦ୍ଦ କରାଯାଇଥିଲା। ତନ୍ମଧ୍ୟରେ ଓଭରଲୋଡିଂ ପାଇଁ ୧୧୮ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅନୁରୂପ ଭାବେ ଦ୍ରୁତଗତିରେ ଗାଡ଼ିଚାଳନା ପାଇଁ ୧୮୭, ନିଶା ସେବନ କରି ଗାଡ଼ିଚାଳନା ପାଇଁ ୩୩, ରେଡ୍‌ଲାଇନ୍‌ ପାର୍‌ ହେବା ପାଇଁ ୩, ବେପରୁଆ ଗାଡିଚାଳନା ପାଇଁ ୭୨, ଅଧିକ ଯାତ୍ରୀ ପରିବହନ ପାଇଁ ୧୨, ଗାଡ଼ିଚାଳନା ବେଳେ ମୋବାଇଲ ଫୋନ ବ୍ୟବହାର ପାଇଁ ୪୬, ସିଟ୍‌ ବେଲଟ୍‌ ପାଇଁ ୯୪, ହେଲ୍‌ମେଟ ନ ପିନ୍ଧିବାରୁ ୫୧୧ ଜଣଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ା
ସେହିପରି ୨୦୨୨ରେ ମୋଟ ୨,୩୪୪ଟି ଲାଇସେନ୍ସ ରଦ୍ଦ କରାଯାଇଛି। ସେଥିରୁ ଓଭରଲୋଡିଂ ୨୮୯, ଦ୍ରୁତଗତି ୮୮୨, ନିଶାସେବନ କରି ଗାଡ଼ି ଚାଳନା ୧୪୮, ବେନିୟମ ଭାବେ ରେଡ୍‌ଲାଇଟ୍‌ ପାର ହେବା ୧, ବେପରୁଆ ଗାଡ଼ିଚାଳନା ୪୫, ଅଧିକ ଯାତ୍ରୀ ପରିବହନ ୨୧, ମୋବାଇଲ ଫୋନ ବ୍ୟବହାର ୪୦, ବିନା ସିଟ୍‌ ବେଲ୍ଡରେ ଗାଡ଼ିଚାଳନା ୩୯, ବିନା ହେଲ୍‌ମେଟ୍‌ରେ ଯାତ୍ରା ଅଭିଯୋଗରେ ୯୫୮ ଲାଇସେନ୍ସ ରଦ୍ଦ କରାଯାଇଛି। ଅନୁରୂପ ଭାବେ ୨୦୨୩ ଜାନୁୟାରୀରୁ ମାର୍ଚ୍ଚ ୧୫ ମଧ୍ୟରେ ୭୫୪ଟି ଲାଇସେନ୍ସ ରଦ୍ଦ ହୋଇଛି। ସେଥିରୁ ଓଭରଲୋଡିଂରେ ୬୭, ମଦ୍ୟପାନ କରି ଗାଡ଼ିଚାଳନାରେ ୪୯, ଦ୍ରୁତଗତି ପାଇଁ ୨୭୨, ବେପରୁଆ ଗାଡ଼ିଚଳାଇ ପାଇଁ ୪, ଅଧିକ ଯାତ୍ରୀ ପରିବହନ ପାଇଁ ୯, ମୋବାଇଲ ଫୋନ୍‌ ବ୍ୟବହାର କରି ୧୭ ଓ ବିନା ହେଲ୍‌ମେଟ୍‌ରେ ଗାଡ଼ିଚାଳନା ପାଇଁ ୩୩୬ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ା
ଏ ସଂକ୍ରାନ୍ତରେ ମୋଟରଯାନ ନିରୀକ୍ଷକ ଦେବାଶିଷ ସ୍ବାଇଁ କୁହନ୍ତି, ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୫୩ନଂ. ଓ ୫୫ନଂ. ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଅଢ଼େଇ ବର୍ଷ ଭିତରେ ୪,୧୭୪ ଲାଇସେନ୍ସ ରଦ୍ଦ କରାଯାଇଛି। ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ର କୁହନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଦୁର୍ଘଟଣାରେ ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ଆଇନଗତ ଭାବେ ସହାୟତା ରାଶି ପ୍ରଦାନ କରାଯାଉଛି। ଜିଲାରେ ୫ ମୃତକଙ୍କ ପରିବାର ଏହାର ଅପେକ୍ଷାରେ ରହିଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri