୪.୧୧ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, ୫ା୮(ଅନିଲ ଦାସ): ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏଥିରେ ୨୧ ଜିଲାର ମୋଟ ୧୩୬ ବ୍ଲକର ୧,୮୮୯ ଗଁା, ୨୬ ପୌରାଞ୍ଚଳ ଅଧୀନ ୧୦୧ ୱାର୍ଡର ମୋଟ ୪ ଲକ୍ଷ ୧୧ ହଜାର ୩୩୮ ଜଣ ପ୍ରଭାବିତ ହୋଇଛନ୍ତି। ୨,୩୨୯ ଘର ନଷ୍ଟ ହୋଇଛି। ବୌଦ୍ଧ, ଜଗତ୍‌ସିଂହପୁର, ଯାଜପୁର ଜିଲାରେ ୫ ସ୍ଥାନରେ ଘାଇ ହୋଇଛି। କେନ୍ଦୁଝର, ଯାଜପୁର ଜିଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ୫୧,୬୭୮ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ପରିମାଣ ହ୍ରାସ ପାଇବା ପରେ ବିଭିନ୍ନ ନଦୀର ଜଳସ୍ତର କମୁଛି। ତେବେ ନରାଜଠାରେ ମହାନଦୀ ଏବଂ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ସ୍ଥିତର ମୁକାବିଲା ପାଇଁ ରାଜ୍ୟ ସରକାର ୧୬ ଜିଲାରେ ୧୩ ଓଡ୍ରାଫ୍‌, ୮ ଏନ୍‌ଡିଆର୍‌ଏଫ୍‌ ଓ ୮୫ ଅଗ୍ନିଶମ ବାହିନୀ ଟିମ୍‌ ମୁତୟନ କରିଛନ୍ତି।
ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲାର କେଭିଠାରେ ମହାନଦୀରେ ୧୦୦ମିଟର ନଦୀବନ୍ଧ ଧୋଇ ଯାଇଛି। ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରଠାରେ ମହାନଦୀରେ ପ୍ରାୟ ୨୦ମିଟର ଘାଇ ହୋଇଛି। ସେହିପରି ଯାଜପୁର ଜିଲାର ରସୁଲପୁର ବ୍ଲକର ବନ୍ଧଡ଼ିହାଠାରେ ବ୍ରାହ୍ମଣୀ ନଦୀରେ ୧୦ ମିଟର ଘାଇ ହୋଇଛି। ଦଶରଥପୁର ବ୍ଲକର ମଲ୍ଲିକାପୁର ଓ ଶାସନ ଗଁା ନିକଟରେ କାଣୀ ନଦୀରେ ୨ ମିଟର ଓ ୫ମିଟରର ଘାଇ ହୋଇଥିବା ଜଣାପଡ଼ିଛି। ଏସବୁ ଘାଇକୁ ମରାମତି କରିବା ଲାଗି ଯୁଦ୍ଧକାଳୀନଭିତ୍ତିରେ ପଦକ୍ଷେପ ନିଆଯାଉଛି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୩.୧ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ ଫୁଟ୍‌ ଥିବାବେଳେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯୨ ହଜାର ୯୧୧ କ୍ୟୁସେକ ଜଳ ପ୍ରବେଶ କରୁଛି। ୭ଟି ଗେଟ୍‌ ଦେଇ ୧ ଲକ୍ଷ ୫୬ ହଜାର ୬୭୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଖଇରମାଳଠାରେ ୨.୮୨ ଲକ୍ଷ କ୍ୟୁସେକ, ବରମୂଳଠାରେ ୪.୨୦ ଲକ୍ଷ କ୍ୟୁସେକ ଓ ମୁଣ୍ଡଳୀଠାରେ ୬.୨୦ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। କଟକର ନରାଜଠାରେ ମହାନଦୀର ବିପଦ ସଙ୍କେତ ୨୫.୪୧ ଫୁଟ ଥିବାବେଳେ ଜଳସ୍ତର ୨୫.୭୨ ଫୁଟ ରହିଛି। ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୩୩ ଫୁଟ ଥିବାବେଳେ ୧୭.୯୪ ଫୁଟ ଉପରେ ପାଣି ଚାଲିଛି। ଅନ୍ୟ କୌଣସି ନଦୀରେ ଜଳସ୍ତର ବୃଦ୍ଧି ପାଉନାହିଁ।
ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାର ମୋଟ ୭୯ ବ୍ଲକ ଅଧୀନ ୨୬୯ ପଞ୍ଚାୟତର ୪୭୩ ଗାଁ ଏବଂ ୧୪ ପୌରାଞ୍ଚଳର ୫୬ଟି ୱାର୍ଡ ବନ୍ୟା-ବର୍ଷା ବିତ୍ପାତରେ ପ୍ରଭାବିତ ହୋଇଛି। ପ୍ରାୟ ୨୮୦୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଜିଲାରେ ମୋଟ୍‌ ୨୩୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏସବୁ ଜିଲାର ମୋଟ ୭୩୯ଟି ଘର ନଷ୍ଟ ହେବା ସହ ୧୧,୭୦୮ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଅନୁଗୋଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲାର ମୋଟ ୫୭ ବ୍ଲକର ୩୯୮ ପଞ୍ଚାୟତର ୧୪୧୬ଟି ଗାଁ ଏବଂ ୧୨ ପୌରାଞ୍ଚଳର ୪୫ ୱାର୍ଡର ମୋଟ ୩ ଲକ୍ଷ ୯୯ ହଜାର ୬୩୦ ଜଣ ପ୍ରଭାବିତ ହୋଇଛନ୍ତି। ଏସବୁ ଜିଲାର ୪୮,୮୭୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୨୦୬ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଛି। ବର୍ଷା ଓ ବନ୍ୟା ଯୋଗୁ ଉକ୍ତ ୧୧ଟି ଜିଲାର ମୋଟ ୧୫୯୦ଟି ଘର ନଷ୍ଟ ହୋଇଛି। ବର୍ଷା କମିଯାଇଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri