ପୁରୀ ସେବାୟତଙ୍କ ୩ୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୧୧।୭: ଶେଷ ହୋଇଛି ରଥଯାତ୍ରା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ରଥଯାତ୍ରା କିଭଳି ଭାବେ ସମ୍ପର୍ଣ୍ଣ ହୋଇଛି ସେ ନେଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏଥିପାଇଁ ପୁଣି ଥରେ ରଥଯାତ୍ରାରେ ନିୟୋଜିତ ହୋଇଥିବା ସେବାୟତମାନଙ୍କର କୋଭିଡ ଟେଷ୍ଟ ଆରମ୍ଭ ହୋଇଛି। ଶନିବାର ୩ଟି ସ୍ଥାନ ବାଗଡ଼ିଆ ଧର୍ମଶାଳା, ହିନ୍ଦି ସ୍କୁଲ ଏବଂ ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଟେଷ୍ଟ କରାଯାଉଛି। ଏହା ୧୪ ତାରିଖ ଯାଏ ଚାଲିବ। ସେବାୟତଙ୍କ ସମେତ ରଥଯାତ୍ରାରେ ସାମିଲ ଅନ୍ୟ ସମସ୍ତ କର୍ମଚାରୀଙ୍କ କୋଭିଡ ଟେଷ୍ଟ ହେବ ବୋଲି ଜଣାପଡ଼ିଛି।