ପୂରଣ ହେବ ୩୯୯ ଓସିଏସ୍‌ ପଦବୀ

କଟକ,୩୦ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ରାଜ୍ୟରେ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)ର ୩୯୯ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ନିଯୁକ୍ତି ପରୀକ୍ଷା କରିବ। ଏନେଇ ଶୁକ୍ରବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ତାଲିକା ଅନୁଯାୟୀ, ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ର ମୋଟ ୩୦ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବ। ସେଥିମଧ୍ୟରୁ ଅଣସଂରକ୍ଷିତ ବର୍ଗ ବା ସାଧାରଣବର୍ଗ (ୟୁଆର)ରେ ୧୫, ଅନୁସୂଚିତ ଜାତି (ଏସ୍‌ସି) ୨ବର୍ଗରେ ୮ ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ୭ ପଦବୀ ସଂରକ୍ଷିତ ରହିଛି। ଓଡ଼ିଶା ବିତ୍ତ ସେବା (ଓଏଫ୍‌ଏସ୍‌)ରେ ୫୬ ପଦବୀ ରହିଛି। ସେଥିମଧ୍ୟରୁ ସାଧାରଣ ବର୍ଗରେ ୨୮, ଏସ୍‌ଇବିସିରେ ୬, ଏସ୍‌ସିରେ ୯ ଓ ଏସ୍‌ଟିରେ ୧୩ଟି ପଦବୀ ପୂରଣ ହେବ। ଓଡ଼ିଶା ପୋଲିସ ସେବା(ଓପିଏସ୍‌)ରେ ମୋଟ ୬ଟି ପଦବୀ ମଧ୍ୟରୁ ସାଧାରଣବର୍ଗରେ ୩, ଏସ୍‌ଇବିସି, ଏସ୍‌ସି ଓ ଏସ୍‌ଟିରେ ଗୋଟିଏ ଲେଖାଏ ପଦବୀ ରହିଛି। ଓଡ଼ିଶା କୋ-ଅପରେଟିଭ ସର୍ଭିସ (ଓସିଏସ୍‌)ରେ ୧୨ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗରେ ୭, ଏସ୍‌ସି ୪ ଓ ଏସ୍‌ଟି ବର୍ଗରେ ଗୋଟିଏ ପଦବୀ ଖାଲି ରହିଛି। ଓଡ଼ିଶା ରେଭିନ୍ୟୁ ସର୍ଭିସ (ଓଆର୍‌ଏସ)ରେ ୯୦ଟି ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରାଯିବ। ସେଥିମଧ୍ୟରୁ ୪୫ଟି ଅଣସଂରକ୍ଷିତ ଥିବାବେଳେ ଏସ୍‌ଇବିସି ୧୮, ଏସ୍‌ସି ୧୪ ଓ ଏସ୍‌ଟି ବର୍ଗରେ ୧୩ଟି ସଂରକ୍ଷିତ ରହିଛି। ଓଡ଼ିଶା ଲେବର ସର୍ଭିସ (ଓଏଲ୍‌ଏସ୍‌)ରେ ୧୧୩ ପଦବୀ ପୂରଣ ହେବ। ସେଥିମଧ୍ୟରେ ସାଧାରଣ ବର୍ଗରେ ୬୯,ଏସ୍‌ଇବିସିରେ ୧୦, ଏସ୍‌ସିରେ ୧୪ ଓ ଏସ୍‌ଟି ବର୍ଗରେ ୨୦ଟି ରହିଛି। ଓଡ଼ିଶା ଟ୍ୟାକ୍ସେସନ ଓ ଆକାଉଣ୍ଟ୍ସ ସର୍ଭିସ(ଓଟି ଆଣ୍ଡ୍‌ ଏଏସ୍‌)ରେ ୬୮ଟି ପଦବୀରୁ ସାଧାରଣବର୍ଗରେ ୪୯, ଏସ୍‌ସିରେ ୬ ଓ ଏସ୍‌ଟିରେ ୧୩ଟି ସିଟ୍‌ ଫାଙ୍କା ରହିଛି। ଓଡ଼ିଶା ଏମ୍ପ୍ଲୟମେଣ୍ଟ ସର୍ଭିସ (ଓଇଏସ)ରେ ଗୋଟିଏ, ଓଡ଼ିଶା କୋ ଅପରେଟିଭ ଅଡିଟ ସର୍ଭିସ (ଓସିଏଏସ୍‌)ରେ ୪, ଓଡ଼ିଶା ଟ୍ୟୁରିଜମ ସର୍ଭିସ (ଓଟିଏସ୍‌)ରେ ୧୯ ପଦବୀ ପୂରଣ ପାଇଁ ଓପିଏସ୍‌ସି ପରୀକ୍ଷା କରିବ।
ରାଜ୍ୟ ସରକାର ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ କେଉଁ ବିଭାଗରେ କେତେ ପଦବୀ ଫାଙ୍କା ରହିଛି ତାହାର ତାଲିକା ଓପିଏସ୍‌ସିକୁ ପ୍ରଦାନ କରାଯାଇଛି। ଆସନ୍ତା ଜାନୁୟାରୀ ୧୭ରୁ ଓସିଏସ୍‌-୨୦୨୩ ପ୍ରିଲିମିନାରୀ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃୟାରୀ ୧୬ ତାରିଖରେ ଶେଷ ହେବ। ମୋଟ ପଦବୀରୁ ୧୩୧ଟି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ପ୍ରଲିମିନାରୀ ପରୀକ୍ଷା ପରେ ମୁଖ୍ୟ ଲିଖିତ ପରୀକ୍ଷା ସହ ସାକ୍ଷାତ୍‌କାର ଏବଂ ପ୍ରମାଣପତ୍ର ଯାଞ୍ଚ ହେବ। ଏହି ସମସ୍ତ ପ୍ରକ୍ରିୟା ଶେଷରେ ଯେଉଁ ପ୍ରାର୍ଥୀ କୃତକାର୍ଯ୍ୟ ହେବେ ସେମାନଙ୍କର ଚୂଡାନ୍ତ ମେଧା ତାଲିକା ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri