ପୁଣି ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଅନୁଗୋଳରୁ ସର୍ବାଧିକ; ଆଖି ବୁଜିଲେ ୫

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଧିରେ ଧିରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୮ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୧୬୫ ଲୋକାଲ କେସ୍‌ ରହିଛି। ତେବେ ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୨୩,୭୫୭କୁ ବୃଦ୍ଧି ପାଇଥିବା ରବିବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ କରୋନାରେ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳର ୪୭, ବାଲେଶ୍ୱରର ୨୧, ବରଗଡ଼ର ୨୬, ଭଦ୍ରକର ୩, ବଲାଙ୍ଗୀରର ୨, ବୌଦ୍ଧର ୧, କଟକର ୨୪, ଦେବଗଡ଼ର ୫, ଢ଼େଙ୍କାନାଳର ୩, ଗଞ୍ଜାମର ୧୪, ଜଗତସିଂହପୁରର ୨, ଯାଜପୁରର ୧୬, ଝାରସୁଗୁଡ଼ାର ୧୮, କଳାହାଣ୍ଡିର ୭, କନ୍ଧମାଳର ୨, କେନ୍ଦ୍ରାପଡ଼ାର ୭, କେନ୍ଦୁଝରର ୭, ଖୋର୍ଦ୍ଧାର ୩୯, ମାଲକାନଗିରିର ୧, ମୟୂରଭଞ୍ଜର ୨୬, ନବରଙ୍ଗପୁରର ୪, ନୟାଗଡ଼ର ୫, ନୂଆପଡ଼ାର ୧୩, ପୁରୀର ୧୪, ରାୟଗଡ଼ାର ୬, ସମ୍ବଲପୁରର ୨୭, ସୁନ୍ଦରଗଡ଼ର ୨୭ର ଥିବା ବେଳେ ଷ୍ଟେଟ୍‌ ପୁଲର ୯ଜଣ ଅଛନ୍ତି।

ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୫୯ ବର୍ଷୀୟ ବ୍ୟକ୍ତି, ଖୋର୍ଦ୍ଧାର ୬୪ ବର୍ଷୀୟ ବୃଦ୍ଧ, ମୟୂରଭଞ୍ଜର ୫୮ ବର୍ଷୀୟ ବ୍ୟକ୍ତି ଓ ୬୮ ବର୍ଷୀୟ ବ୍ୟକ୍ତି, ସୁନ୍ଦରଗଡ଼ର ୫୯ ବର୍ଷୀୟ ବ୍ୟକ୍ତି ରହିଛନ୍ତି।