୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ

ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍‌ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଏଥିସହ ଅନ୍ୟଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ମୁମ୍ବାଇ ପୋଲିସ। ସୂଚନା ମୁତାବକ ଗିରଫ ହୋଇଥିବା ୪ଜଣଙ୍କ ଅଭିଯୁକ୍ତ ଭିତରୁ ଜଣେ ନକଲି ର଼୍ୟାକେଟ ଚଲାଉଥିବା ବେଳେ ଅନ୍ୟଜଣକ ବଡ଼ ବଡ଼ ସୋସାଇଟିରେ ଟିକାକରଣ ଶିବିର ଆୟୋଜନ କରୁଥିଲେ। ସେହିପରି ଆଉ ୨ଜଣ ଅଭିଯୁକ୍ତ ଲୋକଙ୍କର ନକଲି ପରିଚୟ ପତ୍ର ତିଆରି କରୁଥିବା ଜଣାପଡ଼ିଛି। ସେହିପରି ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି ଯିଏ ଟିକା ଆଣିବା କାର୍ଯ୍ୟ କରୁଥିେଲେ। ଏହି ଘଟଣାର ତଦନ୍ତ ଜାରି ରହିଛି। ତେବେ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ଟିକା ପ୍ରକୃତ କି ନୁହେଁ ସେନେଇ ତଦନ୍ତ କରାଯାଉଛି ବୋଲି ମୁମ୍ବାଇ ଏସିପି ଦିଲ୍ଲୀପ ସାଓ୍ବନ୍ତ କହିଛନ୍ତି। ସୂଚନାଯୋଗ୍ୟ, ମେ’୩୦ରେ ହିରାନନ୍ଦାନୀ ସୋସାଇଟିରେ ମିଛ ଟିକାକରଣ ଅଭିଯାନ କରାଯାଇଥିବା ଅଭିଯୋଗ ହୋଇଥିଲା। ଟିକା ନେବା ପରେ ବି କାହାଠାରେ କିଛି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ପ୍ରତି ଲୋକଙ୍କଠାରୁ କୋଭିଶିଲ୍ଡ ଟିକାର ଡୋଜ୍‌ ପାଇଁ ୧୨୬୦ଟଙ୍କା ନିଆଯାଇଥିବା ବେଳେ କିଛି ଲୋକଙ୍କୁ ଭିନ୍ନ ଭିନ୍ନ ତାରିଖର ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ହାର ସକ୍ରିୟ ମାମଲାର ୩.୫ ଗୁଣ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪,୬୭,୭୫୮ କରୋନା ରୋଗୀ ସୁସ୍ଥ ହେଲେଣି। ଏହା ସକ୍ରିୟ ମାମଲାର ୩.୫ ଗୁଣ। ଦେଶରେ ଆରୋଗ୍ୟ ହାର...

ପୂର୍ବ ଲଦାଖରେ ୪୦ ହଜାର ପିଏଲ୍‌ଏ ସୈନ୍ୟ

ନୂଆଦିଲ୍ଲୀ,୨୩ା୭: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ପ୍ରଶମିତ କରିବା ମନୋବୃତ୍ତି ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନ ଥିବା ସ୍ପଷ୍ଟ ହୋଇଛି।...

ଜି୨୦ ସର୍ବଦଳୀୟ ବୈଠକରେ ନବୀନ

ନୂଆଦିଲ୍ଲୀ,୬।୧୨:ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍‌ ଲାଗି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଣନୀତି ପ୍ରସ୍ତୁତି ସର୍ବଦଳୀୟ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ...

ଅଣ୍ଡା ମାଡ଼ କରି କହ୍ନେୟା କୁମାରଙ୍କୁ ବିରୋଧ

ଜମୁଇ,୧୦।୨: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କହ୍ନେୟା କୁମାରଙ୍କ ଉପରକୁ ସୋମବାର ପୁଣି ଥରେ ଆକ୍ରମଣ ହୋଇଛି।...

‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବ ହରିୟାଣା

ଚଣ୍ଡିଗଡ଼,୨ା୧୧(ପି.ଟି.): ‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବାର ଦିନକ ପରେ ହରିୟାଣା ମଧ୍ୟ ଅନୁରୂପ ଆଇନ...

ଚୋରି କରିବାକୁ ଆସି ନାଚିଲେ ଚୋର

ଲକ୍ଷ୍ନୌ,୧୮।୪: ଦୋକାନ ଭିତରକୁ ଚୋରି କରିବାକୁ ଆସି ନାଚିଲେ ଚୋର। ଚୋରିର ଏପରି ଏକ ଘଟଣା ଉତ୍ତରପ୍ରଦେଶର ଚାନ୍ଦୁଲିରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।...

ଦେଶର ୭୧୮ଜିଲା ମଧ୍ୟରୁ ୫୩୩ରେ କରୋନା ପଜିଟିଭ୍‌..

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର...

ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ହଟ୍ଟଗୋଳ ହେବାରୁ ଗୃହକୁ ଆସନ୍ତା କାଲି ଦିନ ୨ଟା ପର୍ଯ୍ୟନ୍ତ ମୁଲତବି...

Advertisement
Archives

Model This Week