ରାଜ୍ୟରେ ସୁସ୍ଥ ହେଲେ ୩୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ମଙ୍ଗଳବାର ରାଜ୍ୟରୁ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୩୬ ଏବଂ ଖୋର୍ଦ୍ଧାରୁ ୩୫ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୩୨, କଟକ ୨୬,ନୂଆପଡ଼ା ୨୫, ପୁରୀ ୨୪, ମୟୂରଭଞ୍ଜ ୨୧, ସମ୍ବଲପୁର ୧୮, ବଲାଙ୍ଗୀର ୧୫, ବାଲେଶ୍ୱର ୧୪, କେନ୍ଦ୍ରାପଡ଼ା ୧୩, ଯାଜପୁର ୧୨, ବରଗଡ଼ ୧୦, କେନ୍ଦୁଝର ୧୦, କଳାହାଣ୍ଡି ୭, ଜଗତସିଂହପୁର ୬, ନବରଙ୍ଗପୁର ୪, ଦେବଗଡ଼ ୩, ଗଞ୍ଜାମ ୩,ଢେଙ୍କାନାଳ, କୋରାପୁଟ ଏବଂ ମାଲକାନଗିରିରୁ ୨ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୟାଗଡ଼, ରାୟଗଡ଼ା ଏବଂ ସୋନପୁରରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୮।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୦୦୧ରେ ପହଞ୍ଚିଥିବା ବେଳେ ୩,୨୪,୩୯୨ ଜଣ ସୁସ୍ଥ ହୋଇଛନ୍ତି। ୨,୬୮୮ ଜଣ ଚିକିତ୍ସିତ ହେଉଛନ୍ତି।