ଓଡ଼ିଶାରେ ୫ ବର୍ଷରେ ୩୮ହଜାର ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ) : କିଛିବର୍ଷ ଧରି ଓଡ଼ିଶାରେ ବୃଦ୍ଧି ପାଉଥିବା ଡେଙ୍ଗୁ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଡେଙ୍ଗୁକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏଥିରେ ବ୍ରେକ୍‌ ଲାଗିପାରୁ ନାହିଁ। ୨୦୧୯ରେ ରାଜ୍ୟରୁ ପ୍ରାୟ ୩ହଜାର ୭୫୮ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୦୨୦ରେ ୪ହଜାର ୯୬, ୨୦୨୧ରେ ୭ହଜାର ୫୪୮, ୨୦୨୨ରେ ୭ହଜାର ୬୩, ୨୦୨୩ରେ ୧୨ହଜାର ୮୪୫ ଏବଂ ୨୦୨୪ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରାୟ ୩ହଜାର ୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ଗତ ୫ବର୍ଷ ମଧ୍ୟରେ ରାଜ୍ୟରୁ ୩୮ହଜାର ୩୩୨ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯଦିଓ ୨୦୨୩ ଅପେକ୍ଷା ଚଳିତବର୍ଷ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିଛି, ତଥାପି ଓଡ଼ିଶା ଭଳି ଏକ ବିକଶିତ ରାଜ୍ୟରେ ଏତେ ମାତ୍ରାରେ ଡେଙ୍ଗୁ ସଂକ୍ରମଣକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଜିଲା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସଂକ୍ରମଣରେ ହଟ୍‌ସ୍ପଟ ପାଲଟିଛି। ତେବେ ଡେଙ୍ଗୁ ସଂକ୍ରମଣ ପାଇଁ ଜଳବାୟୁ ପରିବର୍ତ୍ତନ ଅଧିକାଂଶ ମାତ୍ରାରେ ଦାୟୀ ରହୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଥିଲେ ମଧ୍ୟ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିବାରେ ସ୍ବାସ୍ଥ୍ୟ ବିଭାଗ କାହିଁକି ସଫଳ ହୋଇପାରୁ ନାହିଁ ବୋଲି ପ୍ରଶ୍ନ ଉଠୁଛି।
ଏନେଇ ଏସ୍‌ସିବି ମେଡିକାଲ କଲେଜର ଭେଷଜ ବିଭାଗ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ରାଜ୍ୟରେ ଗତ କିଛିବର୍ଷ ହେବ ଡେଙ୍ଗୁ ସଂକ୍ରମଣ ଅହେତୁକ ଭାବେ ବଢି ଚାଲିଛି। ଡେଙ୍ଗୁ ବ୍ୟାପିବା ପାଇଁ ମୁଖ୍ୟତଃ ୩ଟି ଫ୍ୟାକ୍ଟର ଯଥା ଭୂତାଣୁ ବା ଡେଙ୍ଗୁ ଭାଇରସ୍‌, ଏଡିସ୍‌ ମଶା ଏବଂ ଲୋକଙ୍କ ବୁଷ୍ଟ ଇମ୍ୟୁନିଟି ବା ରେଜିଷ୍ଟାନ୍ସ ପାଓ୍ବାର କମିବା ଦାୟୀ। ତେବେ ଜଳବାୟୁ ପରିବର୍ତ୍ତନ ପାଇଁ ମଶାଙ୍କ ବଂଶ ବୃଦ୍ଧି ପାଉଛି। ଓଡ଼ିଶା ଆଗାମୀ କିଛିବର୍ଷ ମଧ୍ୟରେ ଡେଙ୍ଗୁ ସେଣ୍ଟର ହେବାକୁ ଯାଉଛି। ସେହିପରି ଷ୍ଟ୍ରେସ୍‌, ମୋଟାପା, ଡାଇବେଟିସ୍‌ ଏବଂ ଲାଇଫ୍‌ଷ୍ଟାଇଲ୍‌ ପରିବର୍ତ୍ତନ ପାଇଁ ଲୋକଙ୍କର ରୋଗ ପ୍ରତିଷେଧକ ଶକ୍ତି କମୁଛି। ଫଳରେ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଲାଇଫ୍‌ଷ୍ଟାଇଲ୍‌କୁ ଠିକ୍‌ ରଖିବା ସହ ମଶା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ପ୍ରଫେସର ପଣ୍ଡା କହିଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଯେଉଁଠାରେ ବେଶି ଶୀତ କିମ୍ବା ଗରମ ନ ଥିବ, ସେହିଠାରେ ମଶା ବଢ଼ିବା ପାଇଁ ପାଗ ଅନୁକୂଳ ହୋଇଥାଏ। ପୂର୍ବାପେକ୍ଷା ଏବେ ରାଜ୍ୟରେ ଶୀତଦିନେ ଠିକ୍‌ ଭାବେ ଶୀତ ଅନୁଭୂତ ହେଉନାହିଁ। କେତେବେଳେ ପ୍ରବଳ ଖରା ତ କେତେବେଳେ ବର୍ଷା ହେଉଛି। ଏଭଳି ପରିବର୍ତ୍ତନ ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି ଏବଂ ଡେଙ୍ଗୁ ସଂକ୍ରମଣ ବଢି ଚାଲିଛି ବୋଲି ସେ ମତ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri