Posted inଜାତୀୟ

୩୭୦୦ କିଲୋଗ୍ରାମ୍‌ ବାରୁଦରେ ମାତ୍ର ୧୨ ସେକେଣ୍ଡରେ ଭାଙ୍ଗି ମାଟିରେ ମିଶିବ ଟୁଇନ ଟାଓ୍ବାର…

ନୋଏଡା, ୨୫।୮ : ଆଉ କିଛି ଘଣ୍ଟା ପରେ, ନୋଏଡାରେ ଆକାଶକୁ ଛୁଇଁଥିବା ଟୁଇନ ଟାଓ୍ବାର ଭାଙ୍ଗି ମାଟିରେ ମିଶିବ। ପ୍ରସ୍ତୁତି ଶେଷ ହୋଇଛି। ସେକ୍ଟର ୯୩-ଏ ରେ ଅବସ୍ଥିତ ଉଭୟ ୩୨ ଏବଂ ୨୯ ମହଲା ବିଶିଷ୍ଟ ଟାୱାରରେ ୩୭୦୦ କିଲୋଗ୍ରାମ ବାରୁଦ ଲଗାଯାଇଛି। ଏହାର ବିସ୍ଫୋରଣରେ ମାତ୍ର ୯-୧୨ ସେକେଣ୍ଡ ମଧ୍ୟରେ ଟୁଇନ ଟାଓ୍ବାର ଭାଙ୍ଗି ଅଳିଆ ଗଦାରେ ପରିଣତ ହେବ। ୧୦୨ମିଟର ଉଚ୍ଚ ଟାୱାର ଦ୍ୱାରା ୧୧ ମିଟର ଉଚ୍ଚ ଅଳିଆ ଗଦା ସୃଷ୍ଟି ହେବ ବୋଲି କୁହାଯାଉଛି। ଏଥିରେ ୯୧୫ ଫ୍ଲାଟ ରହିଛି।

ଟୁଇନ ଟାୱାର ଭାଙ୍ଗିବା ପୂର୍ବରୁ ଆଖପାଖରେ ବାସ କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପ୍ରାୟ ୭ ହଜାର ପରିବାରଙ୍କୁ ଘର ଛାଡ଼ିବାକୁ ପଡ଼ିଛି। ଏହି ଅଞ୍ଚଳର ସମସ୍ତ ରାସ୍ତାକୁ ସିଲ କରାଯାଇଛି। ୬ଟି ସୋସାଇଟିର ଲୋକଙ୍କୁ ସେମାନଙ୍କ ଘର ଟେରାସକୁ ଯିବାକୁ ବାରଣ କରାଯାଇଛି। ତେବେ ଟାୱାର ଭାଙ୍ଗିବା ପାଇଁ ଦାୟୀ କମ୍ପାନୀ ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ଏହାର ଆଖପାଖରେ ଥିବା ଅଟ୍ଟାଳିକାଗୁଡ଼ିକର କୌଣସି କ୍ଷତି ହେବ ନାହିଁ।

ଦେଶରେ ପ୍ରଥମ ଥର ପାଇଁ ଏଭଳି ଉଚ୍ଚ କୋଠାକୁ ଭାଙ୍ଗି ଦିଆଯାଉଛି। ଏହାପୂର୍ବରୁ ଉକ୍ତ କମ୍ପାନୀ କେରଳର କୋଚିରେ ଥିବା ଆପାର୍ଟମେଣ୍ଟ କମ୍ପ୍ଲେକ୍ସକୁ ଭାଙ୍ଗି ଦେଇଥିଲା। ୨୦୧୯ରେ, ସୁପ୍ରିମକୋର୍ଟ କୋଚିର ମାରାଡୁରେ ନିୟମ ବିରୁଦ୍ଧରେ ନିର୍ମିତ ଚାରୋଟି ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କୋଠାଟି ୬୫ ମିଟର ଉଚ୍ଚ ଥିଲା। ଜାନୁଆରୀ ୨୦୨୦ ରେ ଏହାକୁ ଭଙ୍ଗା ଯାଇଥିଲା। ଏଥିରେ ୩୪୩ ଫ୍ଲାଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ ପ୍ରତ୍ୟାଖାନ

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri