Posted inଜାତୀୟ

୩୭୦ ଉଚ୍ଛେଦ ବିରୋଧରେ ବୟାନ: ଅଧ୍ୟାପକ ନିଲମ୍ବିତ

ନୂଆଦିଲ୍ଲୀ,୨୯ା୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିବା ଜଣେ ଅଧ୍ୟାପକଙ୍କୁ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ନିଲମ୍ବନ କରିଥିବାରୁ ଏହା ଉପରେ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ଅନୁଧ୍ୟାନ କରିବା ଲାଗି ଶୀର୍ଷ ଅଦାଲତ ସୋମବାର ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ଆବେଦନକାରୀ ଅଧ୍ୟାପକ ଜହୁର ଅହମଦ ଭଟ୍ଟ ଗତ ୨୪ ତାରିଖରେ ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଯୁକ୍ତି ରଖିଥିଲେ। ତାଙ୍କୁ ନିଲମ୍ବନ କରାଯିବା ଘଟଣାକୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଗମ୍ଭୀରତାର ସହ ନେଇଛନ୍ତି। ବେଞ୍ଚ୍‌ରେ ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ବି.ଆର. ଗଭାଇ ଏବଂ ସୂର୍ଯ୍ୟ କାନ୍ତ ରହିଛନ୍ତି। କୋର୍ଟରେ ଶୁଣାଣି ଆରମ୍ଭ ହେବା କ୍ଷଣି ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ରାଜୀବ ଧାଓ୍ବନ ଭଟ୍ଟଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇଥିଲେ। ଭଟ୍ଟ ଦୁଇଦିନ ଛୁଟିରେ ଥିଲେ। ସେ କଲେଜକୁ ଫେରିବା ବେଳକୁ ତାଙ୍କୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଲମ୍ବନ କରିଥିଲା ବୋଲି ସିବଲ କହିଥିଲେ। ଏହା ଶୁଣିବା ପରେ ସାମ୍ବିଧାନିକ ପୀଠ ଆଟର୍ନି ଜେନେରାଲଙ୍କୁ ଜମ୍ମୁ-କଶ୍ମୀର ଉପରାଜ୍ୟପାଳଙ୍କ ସହ ଏନେଇ ଆଲୋଚନା କରିବା ସହ ଘଟଣାର ଅନୁଧ୍ୟାନ କରିବାକୁ କହିଥିଲେ। ଜଣେ ସର୍ବୋଚ୍ଚ ଅଦାଲତଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରି ଚାକିରିରୁ ନିଲମ୍ବିତ ହେବ, ଏହା କେବେ ହୋଇ ନ ପାରେ ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଥିଲେ।
ଘଟଣାର ଅନୁଧ୍ୟାନ କରିବେ ବୋଲି ଭେଙ୍କଟରମଣୀ ଅଦାଲତଙ୍କୁ କହିଥିବାବେଳେ ମେହେଟ୍ଟା କହିଥିଲେ ଭଟ୍ଟଙ୍କ ନିଲମ୍ବନ ସମ୍ପର୍କରେ ସେ ଖବରକାଗଜରୁ ଜାଣିବା ପରେ ପ୍ରଶାସନକୁ ପଚାରି ବୁଝିଥିଲେ। ଅଧ୍ୟାପକଙ୍କୁ ନିଲମ୍ବନ କରାଯିବା ପଛରେ ଅନେକ କାରଣ ଥିବା ତାଙ୍କୁ କୁହାଯାଇଥିଲା। ସେ ନିୟମିତ ଭାବେ ବିଭିନ୍ନ କୋର୍ଟରେ ପିଟିଶନ ଦାଏର କରୁଥିଲେ। ତାଙ୍କ ନିଲମ୍ବନ ସମ୍ପର୍କିତ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିବେ ବୋଲି ସଲିସିଟର ଜେନେରାଲ କହିଥିଲେ। ଏହାର ଜବାବରେ ସିବଲ କହିଥିଲେ, ଯଦି ଭଟ୍ଟଙ୍କ ବିରୋଧରେ ଅଭିଯୋଗ ଥିଲା, ତେବେ ତାଙ୍କୁ ପୂର୍ବରୁ ନିଲମ୍ବନ କରାଯାଇପାରିଥାନ୍ତା, ଏବେ କାହିଁକି। ବରିଷ୍ଠ ଆଇନଜୀବୀ କହିଥିଲେ, ଭଟ୍ଟଙ୍କ ନିଲମ୍ବନ ନିର୍ଦ୍ଦେଶ ତାଙ୍କ ପାଖରେ ରହିଛି। କୋର୍ଟରେ ଯୁକ୍ତି ରଖିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ସେଥିରେ ସ୍ପଷ୍ଟ ଲେଖାଥିଲା। ଏହା ଠିକ୍‌ ନୁହେଁ। ଗଣତନ୍ତ୍ର କିପରି ଚାଲୁଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ବୋଲି ସିବଲ କହିଥିଲେ। ଯଦି ଅନ୍ୟ କାରଣରୁ ନିଲମ୍ବନ କରାଯାଇଥାଏ, ତାହା ଭିନ୍ନ କଥା। କିନ୍ତୁ କୋର୍ଟରେ ଯୁକ୍ତି ଉପସ୍ଥାପନ ଲାଗି ନିଲମ୍ବିତ ହୋଇଥିଲେ, ତାହାକୁ ଅନୁଧ୍ୟାନ କରିବାକୁ ପଡ଼ିବ ବୋଲି ସାମ୍ବିଧାନିକ ପୀଠ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri