୩୭୦ ଗଲା

କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଭାରତର ସୁପ୍ରିମ କୋର୍ଟ ସମର୍ଥନ କରିଦେଲେ। ଏହା ପଛରେ ଅନେକ ରାଜନୀତି ରହିଥାଇପାରେ। କିନ୍ତୁ କଶ୍ମୀରର ଇତିହାସକୁ ଦେଖିଲେ ତାହା ଭାରତର ଅନ୍ୟ ଅଞ୍ଚଳଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁମାନେ ଏହାର ଇତିହାସ ପଢ଼ିବେ ସେମାନେ ଏହି ମୌଳିକ ଭିନ୍ନତା ବୁଝିପାରିବେ। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ସାମ୍ବିଧାନିକ ତଥା ଆଇନଗତ ବୈଧତାକୁ ଚ୍ୟାଲେଞ୍ଜକରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାୟର ହୋଇଥିଲା। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦଚୂଡ଼ଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହା ଉପରେ ଦୀର୍ଘଦିନ ଶୁଣାଣି କରିବା ପରେ ସେପ୍ଟେମ୍ବର ୫ରେ ରାୟ ସ୍ଥଗିତ ରଖିଥିଲେ। ଡିସେମ୍ବର ୧୧ରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ କରିବା ସହ ଯଥାଶୀଘ୍ର ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ପୁନଃ ସ୍ଥାପିତ କରିବା ଏବଂ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ସେଠାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ,କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାର ସ୍ବତନ୍ତ୍ର ପାହ୍ୟାକୁ ହଟାଇନେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟରେ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା କେବେ ଓ କେଉଁ ରୂପରେ କାର୍ଯ୍ୟକାରୀ ହେବ ପରବର୍ତ୍ତୀ ସମୟରେ ଜଣାପଡ଼ିବ। ଅଦ୍ୟାବଧି ସେଠାରେ ଗଣତାନ୍ତ୍ରିକ ବ୍ୟବସ୍ଥା ବଞ୍ଚିନାହିଁ ବୋଲି କହିପାରିବା। ତେବେ ଚୂଡ଼ାନ୍ତ ବିଚାର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଜୁଲାଇ ୧୦ରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କହିଥିଲେ ଯେ,ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ସେଠାରେ ପ୍ରଗତି ଆଣିିଛି। ସେଠାରେ ଅନୁଷ୍ଠିତ ଜି-୨୦ର ଟୁରିଜମ୍‌ ବୈଠକକୁ ପ୍ରଥମ ଅନ୍ତର୍ଜାତୀୟ ବୈଠକ ବୋଲି ସରକାର ଦର୍ଶାଇଥିଲେ। କିନ୍ତୁ କଶ୍ମୀରରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ଉପରେ ଏବେ ସୁପ୍ରିମ କୋର୍ଟ ଗୁରୁତ୍ୱ ଦେବା ଘଟଣାରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ସରକାର ଯେଉଁ ଶାନ୍ତି ଓ ପ୍ରଗତି କଥା କହୁଥିଲେ ତାହା ସେଠାରେ କେବଳ ଦେଖାଣିଆ ନାଟକ। ଜି-୨୦ ପାଇଁ କରାଯାଇଥିବା ବନ୍ଦୋବସ୍ତରେ ମୁତୟନ ହୋଇଥିବା ଅତ୍ୟଧିକ ସେନା ଏବଂ ପୋଲିସ କର୍ମଚାରୀ ଟେଲିଭିଜନରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ସେଥିରୁ ସ୍ପଷ୍ଟ ବୁଝାଯାଇଥିଲା ଯେ, ଆଭ୍ୟନ୍ତରୀଣ ସୁରକ୍ଷା ସେଠାରେ ଭାଙ୍ଗିପଡ଼ିଛି ଏବଂ ସରକାରୀ କାର୍ଯ୍ୟକ୍ରମ ପାଇଁ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡ଼ୁଛି। ଅର୍ଥାତ୍‌ ଘରୋଇ କାର୍ଯ୍ୟକ୍ରମ ପାଇଁ ସାଧାରଣ ନାଗରିକମାନଙ୍କର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବ।
ପୂର୍ବରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ସାମ୍ବିଧାନିକ ବୈଧତାକୁ ନେଇ କଶ୍ମୀରରେ ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଓ ନ୍ୟାଶନାଲ କନ୍‌ଫରେନ୍ସର ନେତା ଓମାର ଅବଦୁଲ୍ଲା ପ୍ରଶ୍ନ ଉଠାଇବା ସହ ଗଣତନ୍ତ୍ର ଓ ନାଗରିକ ଅଧିକାରର ଗୁରୁତ୍ୱକୁ ସାମ୍ନାକୁ ଆଣିଛନ୍ତି। ଏହା ବ୍ୟତୀତ ବିଶ୍ୱସ୍ତରରେ କଶ୍ମୀରର ମାନବ ଅଧିକାର ସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦେଖିବାକୁ ଗଲେ ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ହଟାଇ ନିଆଯିବା ପରେ ବିଗତ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ସେଠାରେ ଗଣମାଧ୍ୟମ ଓ ଅଭିବ୍ୟକ୍ତିର ସ୍ବାଧୀନତାକୁ ଚାପି ଦିଆଯାଇଛି। ଅନେକ ସାମ୍ବାଦିକଙ୍କୁ ଅଟକ ରଖାଯିବା ସହ ନିର୍ଯାତନା ଦିଆଯାଉଛି। ଏହା ବ୍ୟତୀତ କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇଛି। ଡିଜିଟାଲ ଓ୍ବାଚ୍‌ଡଗ୍‌ ଆସେସ୍‌ ନାଓ ରିପୋର୍ଟ ମୁତାବକ,୨୦୨୨ରେ ବିଶ୍ୱରେ ଇଣ୍ଟନେଟ୍‌ ସେବା ବନ୍ଦ ଘଟଣାର ୫୦% କଶ୍ମୀରରେ ହୋଇଛି, ଯାହା ଅନ୍ୟ ଅଞ୍ଚଳ ତୁଳନାରେ ସବୁଠାରୁ ଅଧିକ। ୟୁଏସ୍‌ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିୟସ ଫ୍ରିଡମ୍‌ ଅନୁଯାୟୀ ପାଖାପାଖି ୧୮ମାସ ଧରି କଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ରହିବା ଏକ ଗଣତନ୍ତ୍ରରେ ସବୁଠୁ ଲମ୍ବା ସମୟ। ଇଣ୍ଟନେଟ ସେବା ବାଧାପ୍ରପ୍ତ ହେବା ଦ୍ୱାରା ଲୋକେ ବ୍ୟାଙ୍କସେବା, ଯାତାୟାତ ସମ୍ପର୍କିତ ତଥ୍ୟ ନ ପାଇବାରୁ ପ୍ରତ୍ୟେକ ଦିନ ହଇରାଣ ହେଉଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଜମ୍ମୁ-କଶ୍ମୀର ସମ୍ପର୍କରେ କୌଣସି ବିଶ୍ୱସନୀୟ ତଥ୍ୟ ପାଇବାକୁ ହେଲେ ଭାରତୀୟମାନଙ୍କୁ ମଧ୍ୟ ବିଦେଶୀ ସୂତ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ଗୋଟିଏ କଥା ପ୍ରମାଣ କରିଦେଉଛି ଯେ, ଭାରତ ସରକାରଙ୍କ ସବୁ ଦାବି ଅବିଶ୍ୱସନୀୟ ଏବଂ ସତ୍ୟ ଉପରେ ଆଧାରିତ ନୁହେଁ। ଏଭଳି ଚିନ୍ତାକୁ ବଦଳାଇବା ପାଇଁ ଭାରତ ସରକାର ସବୁ ପ୍ରକାର ଉଦ୍ୟମ କରିବା ଉଚିତ ହେବ। ନଚେତ୍‌ କଶ୍ମୀରବାସୀ ସବୁଦିନ ପାଇଁ ଭାରତଠୁ ଭିନ୍ନ ହୋଇ ରହିବେ।

ଏହି ଗୋଟିଏ କଥା ପ୍ରମାଣ କରିଦେଉଛି ଯେ, ଭାରତ ସରକାରଙ୍କ ସବୁ ଦାବି ଅବିଶ୍ୱସନୀୟ ଏବଂ ସତ୍ୟ ଉପରେ ଆଧାରିତ ନୁହେଁ। ଏଭଳି ଚିନ୍ତାକୁ ବଦଳାଇବା ପାଇଁ ଭାରତ ସରକାର ସବୁ ପ୍ରକାର ଉଦ୍ୟମ କରିବା ଉଚିତ ହେବ। ନଚେତ୍‌ କଶ୍ମୀରବାସୀ ସବୁଦିନ ପାଇଁ ଭାରତଠୁ ଭିନ୍ନ ହୋଇ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri