୩ ବର୍ଷରେ ୩୭ ହାତୀଙ୍କ ଜୀବନ ଯାଇଛି

କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବଣପାହାଡ଼ ଘେରା କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଏକଦା ହାତୀପଲ ସୁରକ୍ଷିତ ବୁଲୁଥିଲେ। ଖଣିଖାଦାନ, ଶିଳ୍ପ, ରାସ୍ତାଘାଟ ତଥା ଡ୍ୟାମ୍‌ ଏବଂ ଜଙ୍ଗଲ ଅନୁପ୍ରବେଶ ଓ ଜବରଦଖଲ ଆଦି କାରଣରୁ ଜଙ୍ଗଲ ପଦା ହୋଇଯାଇଥିବାରୁ ହାତୀ ବାସହରା ହୋଇ ସହର ଓ ଗାଁ ମୁହଁା ହେଉଛନ୍ତି। ଫଳରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଘଟୁଛି। ବିଭିନ୍ନ କାରଣରୁ ଗତ ୩ ବର୍ଷରେ ୩୭ ହାତୀଙ୍କ ମୃତ୍ୟୁ ଘଟିଛି। ଆଗରୁ ସେମାନେ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ନିର୍ଦ୍ଦିଷ୍ଟ ପଥରେ ଅନ୍ୟ ଜିଲା, ରାଜ୍ୟକୁ ଯିବା ଆସିବା କରୁଥିଲେ। ସେ ସବୁ ମଧ୍ୟ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ପଥଭ୍ରଷ୍ଟ ହୋଇ ଏଣେତେଣେ ବିଚଳିତ ହୋଇ ବୁଲୁଛନ୍ତି, ଯାହାଦ୍ୱାରା ବନ ବିଭାଗକୁ ହାତୀ ସୁରକ୍ଷା ଚିନ୍ତା ଘାରିଛି।

ସୂଚନା ଅନୁଯାୟୀ, ୨୦୨୨-୨୩ରେ ୧୨ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୩-୨୪ରେ ବୃଦ୍ଧି ପାଇ ୧୮ ହାତୀ ମୃତ୍ୟୁବରଣ କରିଛନ୍ତି। ସେହିପରି ୨୦୨୪-୨୫ରେ ଅଦ୍ୟାବଧି ଅର୍ଥାତ୍‌ ୫ ମାସରେ ୭ ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ବର୍ତ୍ତମାନ କେନ୍ଦୁଝରରେ ୧୩୯ ହାତୀ ଚଳପ୍ରଚଳ କରୁଛନ୍ତି। ସେଥିମଧ୍ୟରୁ ଚମ୍ପୁଆର ସରେଇ ଜଙ୍ଗଲରେ ୭, ଗୁମୁରା ହରିଡ଼ାଯୋଡ଼ିରେ ୧୫, ଚମକପୁରରେ ୧୪, ଯୋଡା ବୈତରଣୀ ବି ରିଜର୍ଭ ଜଙ୍ଗଲରେ (ଝରଣ ଗ୍ରାମ ନିକଟ) ୧୧, ବନ୍ଧନୀଝରୀ ରିଜର୍ଭ ଜଙ୍ଗଲରେ ୨ ଦଳରେ ୪ ଓ ୩୭, ରାଇଗୋଡା ପ୍ରୋଟେକ୍ଟେଡ ରିଜର୍ଭ ଜଙ୍ଗଲରେ ୧୩, ପୋଡ଼ାଡିହି ଖେସରା ଜଙ୍ଗଲରେ ୧୨, ଚମ୍ପେଇ ପ୍ରୋଟେକ୍ଟେଡ ରିଜର୍ଭ ଜଙ୍ଗଲରେ ୧, ବାରବାଙ୍କ ରିଜର୍ଭ ଜଙ୍ଗଲରେ ୩ ଦଳରେ ୫, ୧ ଓ ୧୦, ନୟାଗଡ ରିଜର୍ଭ ଜଙ୍ଗଲରେ ୮, କାରୋ ରିଜର୍ଭ ଜଙ୍ଗଲରେ ୧ ହାତୀ ବୁଲୁଛନ୍ତି। ସେଥିରୁ ୨୧ ଜୁଭେନାଇଲ, ୨୮ ଛୁଆହାତୀ, ୨୮ ଦନ୍ତାହାତୀ, ୬୦ ମାଈ ହାତୀ ରହିଥିବା ଜଣାପଡ଼ିଛି। ବିଶେଷ ଭାବେ ହାତୀ ଖାଦ୍ୟ ପାଇଁ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜୀବନହାନି ଘଟାଉଛନ୍ତି। ମଣିଷ ଓ ହାତୀ ମଧ୍ୟରେ ବର୍ଷତମାମ ତିକ୍ତତା ଲାଗିରହୁଛି। ହାତୀପଲ ପଲ ହୋଇ ବୁଲୁଥିବାରୁ ଗତିପଥ ନିରୀକ୍ଷଣ, ଜନବସତିରୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ କର୍ମଚାରୀ, ହାତୀ ସ୍କ୍ବ୍ବାଡ ଦିନରାତି ପରିଶ୍ରମ କରୁଥିଲେ ହେଁ ବିଫଳ ହେଉଛନ୍ତି।

ଅନ୍ୟପକ୍ଷେ କେଉଁଠି ହାତୀ ଶିକାର ହେଉଥିବା ବେଳେ କେଉଁଠି ରାସ୍ତା ଓ ଟ୍ରେନ୍‌ ଦୁର୍ଘଟଣାରେ ଜୀବନହାନି ହେଉଛି। ଅନେକ ଘଟଣାରେ ବିଦ୍ୟୁତ୍‌ ଆଘାତରେ ଦୁଃଖଦ ମୃତ୍ୟୁବରଣ କରୁଛନ୍ତି। ହାତୀଙ୍କ ଖାଦ୍ୟର ସ୍ବାଦ ପରିବର୍ତ୍ତନ ହୋଇଥିବାରୁ ଜଙ୍ଗଲର ଖୋଲାସ୍ଥାନରେ ଧାନ ବୁଣି ଖାଦ୍ୟ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହିତ ସେମାନଙ୍କ ପାରମ୍ପରିକ ଖାଦ୍ୟ ବାଉଁଶ, ଗଛଲତା, ଆଖୁ ଆଦି ଚାଷ କରାଗଲେ ସେମାନେ ପଦାକୁ ଆସିବେ ନାହିଁ ବୋଲି ମତପ୍ରକାଶ ପାଉଛି। ହାତୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ମୃତ୍ୟୁକୁ ରୋକାଯାଇ ପାରୁ ନ ଥିବାରୁ ଖୋଦ ବନ ବିଭାଗ ଚିନ୍ତାରେ ପଡ଼ିଛି। ଡିଏଫ୍‌ଓ କେନ୍ଦୁଝର ଧନ୍‌ରାଜ ଏଚ.ଡି ସୂଚନା ଦେଇଛନ୍ତି, ଘର ଓ ଚାଷ କ୍ଷୟକ୍ଷତି ପାଇଁ ଲୋକଙ୍କୁ କ୍ଷତିପୂରଣ ଦିଆଯାଉଛି। ହାତୀଙ୍କ ଗତିପଥ ନିରୀକ୍ଷଣ କରି ରିପୋର୍ଟ ଶେୟାର କରାଯାଉଛି। ହାତୀମାନଙ୍କ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସହଭାଗିତା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri